Posted inଖେଳ

କ୍ରିକେଟ୍‌ରୁ ଦୂରେଇଲେ ଆଫ୍ରିଦୀ

କରାଚୀ,୧୩।୨: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରୁ ରବିବାର ସନ୍ନ୍ୟାସ ନେଇଛନ୍ତି। ଅଣ୍ଟା ଜନିତ ଆହତ ସମସ୍ୟା ଯୋଗୁ ସିଜିନ ମଝିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଭେଟେରାନ ଅଲରାଉଣ୍ଡର। ଏଥିସହିତ କେବଳ ପ୍ରଶଂସକଙ୍କ ପାଇଁ ଚଳିତ ପିଏସ୍‌ଏଲରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।

୬ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିବା ଆଫ୍ରିଦୀ ଟ୍ରେନିଂ ସେସନ ବେଳେ ଆହତ ହୋଇଥିଲେ। ଏହାବାଦ୍‌ ତାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ଗତ ରବିବାର କୁଏଟା ଗ୍ଲାଡିଏଟର୍ସ ପାଇଁ ଇସଲମାବାଦ୍‌ ୟୁନାଇଟେଡ୍‌ ବିପକ୍ଷରେ ସେ ଅନ୍ତିମ ପିଏସ୍‌ଏଲ ମ୍ୟାଚ୍‌ ଖେଳିଥିଲେ।

“ଗତ ୧୫-୧୬ ବର୍ଷ ହେଲା ମୁଁ ଅଣ୍ଟା ଜନିତ ସମସ୍ୟା ଦେଇ ଗତି କରୁଛି। ଏହା ସତ୍ତ୍ୱେ ମୁଁ ଖେଳୁଛି। କିନ୍ତୁ ବର୍ତ୍ତମାନ ସମସ୍ୟା ଏତେ ବଢ଼ି ଗଲାଣି ଯେ, ଏହା ମୋ ଜଙ୍ଘ, ଆଣ୍ଠୁକୁ ପ୍ରଭାବିତ କଲାଣି। ଏଣୁ ଗୋଇଠିରେ ମଧ୍ୟ ଯନ୍ତ୍ରଣା ହେଉଛି। ଆଉ ଏହାକୁ ସହ୍ୟ କରିପାରୁ ନାହିଁ” ବୋଲି ଆଫ୍ରିଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୪୧ ବର୍ଷୀୟ କ୍ରିକେଟର ଅନ୍ତର୍ଜାତୀୟ ସ୍ତରରେ ୨୭ ଟେଷ୍ଟ, ୩୯୮ ଦିନିକିଆ, ୯୯ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେଥିରୁ ଯଥାକ୍ରମେ ୪୮, ୩୯୫, ୯୮ ଉଇକେଟ ନେବା ସହ ପ୍ରାୟ ୨୩ ହଜାର ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri