ଚର୍ଚ୍ଚାରେ ଆଫ୍ରିକାର ‘ରବର ମ୍ୟାନ୍‌’

ଲିବ୍ରେଭିଲେ, ୧୫।୧: ଦେଶ ବିଦେଶରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆସୁୁଛି। ଏହାଦ୍ୱାରା ପ୍ରତିଭାଶାଳୀ ଲୋକେ ଜନପ୍ରିୟତା ହାସଲ କରିବା ସହ ରୋଜଗାରକ୍ଷମ ମଧ୍ୟ ହେଉଛନ୍ତି। ଆଫ୍ରିକା ଗାବୋନର ଜୈରେସ କୋମ୍ବିଲାଙ୍କ ପାଇଁ ବହୁଳ ଭାବେ ବ୍ୟବହୃତ ସୋସିଆଲ ମିଡିଆ ଏକ ବରଦାନ ସବ୍ୟସ୍ତ ହୋଇଛି।
ଶରୀରକୁ ନମନିୟତା (ଫ୍ଲେକ୍ସିବୁଲ୍‌) କରିବା ଲାଗି ଲୋକେ ନିୟମିତ ବ୍ୟାୟାମ ଓ ଯୋଗାଭ୍ୟାସ କରନ୍ତି। କିନ୍ତୁ ଜୈରେସଙ୍କ ଶରୀର ଜନ୍ମରୁ ହିଁ ଫ୍ଲେକ୍ସିବୁଲ। ହାତ ହେଉ ଅବା ଗୋଡ଼ ଶରୀରର ପ୍ରତିଟି ଅଙ୍ଗକୁ ସେ ରବର ପରି ମୋଡ଼ି ଦେଇପାରନ୍ତି। ଅନେକେ ତାଙ୍କୁ ରବର ମ୍ୟାନ୍‌ ବୋଲି କହୁଛନ୍ତି। ତାଙ୍କର ଏ ପ୍ରକାର ବିରଳ ପ୍ରତିଭା ପାଇଁ ସେ ଏବେ ଗାବୋନ ବ୍ୟତୀତ ବାହାର ଦେଶରେ ପରିଚିତ। ନିଜ ମୁଣ୍ଡକୁ ସହଜରେ ପଛପଟକୁ ବୁଲାଇବା ସହ ଗୋଡ଼, ହାତକୁ ସେ ୧୮୦ ଡିଗ୍ରୀରେ ମୋଡ଼ି ପାରନ୍ତି। ତାଙ୍କର ଏହି କାରନାମାକୁ କୋଣ୍ଟୋରଶନ୍‌ (ଶରୀରକୁ ଅପ୍ରାକୃତିକ ଭାବେ ମୋଡ଼ିବା) ବୋଲି କୁହାଯାଏ। ପୂର୍ବରୁ ଜୈରେସଙ୍କ ପାଖରେ ଥିବା ଏହି ବିଶେଷ ପ୍ରକାର ଗୁଣକୁ ସେଠାକାର ଲୋକେ ବୁଝିପାରୁ ନ ଥିଲେ। ପିଲାବେଳେ ତାଙ୍କୁ ଅନେକେ ଥଟ୍ଟା କରୁଥିଲେ। ଖାଲି ସେତିକି ନୁହେଁ ଜୈରେସଙ୍କ ସମ୍ପ୍ରଦାୟର ଲୋକେ ତାଙ୍କୁ ବାଛନ୍ଦ କରିଥିବା ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। କେହି କେହି ତାଙ୍କୁ ଭୂତ ବୋଲି କହୁଥିଲେ।

କିନ୍ତୁ ଜୈରେସ ଯେତେବେଳେ କୋଣ୍ଟୋରଶନ୍‌ର ଭିଡିଓ ସୋସିଆଲ ମିଡିଆରେ ଶେୟାର କଲେ ସେତେବେଳେ ତାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଲା। ଲୋକେ ତାଙ୍କୁ ଖୁବ୍‌ ପସନ୍ଦ ମଧ୍ୟ କରିବାକୁ ଲାଗିଲେ। ବର୍ତ୍ତମାନ ଏହି ଭିଡିଓରୁ ସେ ଭଲ ରୋଜଗାର କରୁଛନ୍ତି। ନିଜ ପ୍ରତିଭାକୁ ସାରା ବିଶ୍ୱରେ ପରିଚିତ କରିବାକୁ ଜୈରେସ ଚାହୁଁଥିବାବେଳେ ଏ ପ୍ରତି ଆଗ୍ରହୀ କେତେଜଣ ପିଲାଙ୍କୁ ସେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଘରଲୋକେ କିନ୍ତୁ ଜୈରେସଙ୍କ ଏହି କରନାମାରେ ଖୁସି ନ ଥିବାବେଳେ ତାଙ୍କ ମା’ ଏ କାମ କରିବାକୁ ବାରଣ କରନ୍ତି। ସୋସିଆଲ ମିଡିଆରୁ ହାସଲ କରିଥିବା ଲୋକପ୍ରିୟତାକୁ ଜୈରେସ କୌଣସିମତେ ହରାଇବାକୁ ଚାହୁଁ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସ୍ୱାଧୀନତା ଦିବସରେ ୩୫୦ ଟଙ୍କା ତେଲ ଦର! ଦେଶରେ ପଡିଲା ଚହଳ…

ଇସଲାମାବାଦ୍‌,୧୪।୮: ପାକିସ୍ତାନରେ ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଖବର ଅନୁଯାୟୀ, ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ପେଟ୍ରୋଲ-ଡିଜେଲ ଦର…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri