Posted inଖେଳ

ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍‌ ଖେଳିବ ଭାରତ

ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ବୋଲି ଦର୍ଶାଯାଇଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପକ୍ଷରୁ ପ୍ରକାଶ ପାଇଥିବା ପରବର୍ତ୍ତୀ ଦୁଇ ବର୍ଷ ଲାଗି ପ୍ରସ୍ତୁତ ପ୍ରୋଗ୍ରାମ କାର୍ଯ୍ୟସୂଚୀରେ।

ଆଫଗାନିସ୍ତାନର ଜାତୀୟ ଦଳ ୨ ବର୍ଷ ମଧ୍ୟରେ ମୋଟ ୫୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏଥିରେ ୩୭ ଦିନିକିଆ, ୧୨ ଟି୨୦ ସହ ୩ ଟେଷ୍ଟ ମ୍ୟାଚ୍‌ ରହିଛି। ଏହି ଦୁଇ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ସିରିଜ୍‌ ସହ ଦୁଇ ଥର ଏସିଆ କପ୍‌ ଓ ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବ।

“ଯଦି ଆମେ ସୀମିତ ଓଭର କ୍ରିକେଟ ସହ ଟେଷ୍ଟ ଫର୍ମାଟକୁ ତୁଳନା କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବେ ଛୋଟ ଫର୍ମାଟକୁ ଗୁରୁତ୍ୱ ଦେଉଛି। ଏହାକୁ ଧ୍ୟାନରେ ରଖି ଆଇସିସି କ୍ରିକେଟ ଲିଗ୍‌ ସୁପର ଲିଗ୍‌ର ଅଂଶ ଭାବେ ୭ ଦିନିକିଆ ସିରିଜ୍‌ ଖେଳିବ। ଏଥିସହିତ ଦଳ ଏସିଆ କପ୍‌ ୨୦୨୨ (ଟି୨୦ ଫର୍ମାଟ), ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୨, ଏସିଆ କପ୍‌ ୨୦୨୩ (ଦିନିକିଆ ଫର୍ମାଟ) ଏବଂ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଅଂଶଗ୍ରହଣ କରିବ” ବୋଲି ଏସିବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତୃତ୍ୱ ପରେ ଦୀପ୍ତିଙ୍କୁ ଦ୍ୱିତୀୟ ସୁଯୋଗ

ମୁମ୍ବାଇ,୨୮ା୨: ସ୍ମୃତି ମନ୍ଧାନାଙ୍କ ସହିତ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ଦଳରୁ ବାଦ ପଡିଥିଲେ। ବିବାହ କରି ଗୋଟିଏ...

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ...

ମହମ୍ମଦ ଶାମିଙ୍କୁ ବଡ଼ ଝଟ୍‌କା: ସ୍ତ୍ରୀଙ୍କୁ ମାସିକ ଦେବେ ଏତିକି ଟଙ୍କା ଖର୍ଚ୍ଚ

କୋଲକାତା,୨୪।୧: ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ କୋଲକାତା କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଅଲଗା ରହୁଥିବା ସ୍ତ୍ରୀ ହସିନ ଜାହାନଙ୍କୁ ମାସିକ ୧ ଲକ୍ଷ...

ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍‌ କଲେ ଖୁଲାସା

ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମହିଳା ଦଳ ଜୁନ୍‌...

ଏହି କ୍ରିକେଟର୍‌ଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଠାକୁର

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିରିଜ୍‌ ଜିତିବାରେ ଶାର୍ଦ୍ଦୁଲ ଠାକୁରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଗାବା ଟେଷ୍ଟର ପ୍ରଥମ ଇନିଂସରେ ୬୭ ସ୍କୋର କରି ଭାରତକୁ...

ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ କେବେ ଜିତିଥିଲା ଭାରତ

ଆଇସିସି ବିଶ୍ୱକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟେଲର ପ୍ରବଳ ଦାବିଦାର ଦଳ କୁହାଯାଉଛି। ଜୁନ୍‌ ୫ ଅର୍ଥାତ୍‌ ବୁଧବାର ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକା...

ପୁଣି ପଡ଼ିଆକୁ ଫେରିବେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧୯।୬- ବିସ୍ଫୋରକ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡି ଭିଲର୍ସ ପୁଣିଥରେ କ୍ରିକେଟ୍‌ ମୈଦାନକୁ ଫେରିବେ। ମହାମାରୀ କରୋନା ଭାଇରସ୍‌ ଲାଗି କ୍ରିକେଟ୍‌ ଦକ୍ଷିଣ...

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

Advertisement
Archives

Model This Week