ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଟିଟିପି ଏକ ନୂତନ ସରକାର ଘୋଷଣା କରିଛି। ଏହି ଘୋଷଣାକୁ ଦେଶରେ ନୂତନ ସରକାର ଗଠନ ଭାବେ ବିବେଚନା କରାଯାଉଛି। ଟିଟିପିର ଘରୋଇ ମିଡିଆ ଏଜେନ୍ସି ଖୋରାସାନ ଡାଏରୀ ଏକ ବିବୃତ୍ତି ଜାରି କରି ଏହା ବିଷୟରେ ସୂଚନା ଦେଇଛି।

ଆତଙ୍କବାଦୀ ସଂଗଠନ ଟିଟିପି ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ତୀବ୍ର କରିଛି। ତାଲିବାନ ସମର୍ଥିତ ଏହି ଆତଙ୍କବାଦୀ ସଂଗଠନର ଗଡ଼ ହେଉଛି ଖାଇବର ପସ୍ତୁନଖ୍ବା, ବାଲୁଚିସ୍ତାନ ଏବଂ ପାକିସ୍ତାନର ଆଦିବାସୀ ବହୁଳ ଅଞ୍ଚଳ। ପାକିସ୍ତାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ମଧ୍ୟ ଟିଟିପି ଏଠାରେ ଆକ୍ରମଣକୁ ତୀବ୍ର କରିଛି। ବିଶେଷକରି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ଅଞ୍ଚଳରେ ଏହାର ଆତଙ୍କବାଦୀଙ୍କ ଶକ୍ତି ବୃଦ୍ଧି ପାଇଛି ଏବଂ ସେନା ଦୁର୍ବଳ ହେବାରେ ଲାଗିଛି।

ପ୍ରତିରକ୍ଷା, ନ୍ୟାୟପାଳିକା, ସୂଚନା, ରାଜନୈତିକ ବ୍ୟାପାର, ଅର୍ଥନୈତିକ ବ୍ୟାପାର, ଶିକ୍ଷା, ଫତୱା ପ୍ରଦାନକାରୀ ପ୍ରାଧିକରଣ, ଗୁପ୍ତଚର ଏବଂ ନିର୍ମାଣ ଆଦି ମନ୍ତ୍ରଣାଳୟକୁ ବିଭକ୍ତ କରି ଟିଟିପି ଏହାର ନୂତନ ନିଯୁକ୍ତି ଘୋଷଣା କରିଛି। ନିଜ ସରକାରଙ୍କ କ୍ଷେତ୍ରକୁ ଦୁଇଟି ପ୍ରଦେଶରେ ବିଭକ୍ତ କରଛି। ଗୋଟିଏ ନିୟନ୍ତ୍ରଣକୁ ଦୁଇ ଭାଗରେ ବଣ୍ଟା ଯାଇଛି। ପ୍ରଥମଟି ଯେଉଁଠାରେ ଏହାର ନିୟନ୍ତ୍ରଣ ଦୁର୍ବଳ, ଅନ୍ୟଟି ପାକିସ୍ତାନ ସରକାରଙ୍କ ସହ ଯେଉଁ ଅଞ୍ଚଳରେ ବିବାଦ ରହିଛି। ପେଶୱାର, ଖାଇବର ପସ୍ତୁନଖ୍ବା, ମଲକନ୍ଦ, ମର୍ଦନ, ଡେରା ଇସମାଇଲ ଖାନ, ବନ୍ନୁ, କୋହାଟ ଏବଂ ଜୋବ ପରି ପାକିସ୍ତାନ ଅଞ୍ଚଳରେ ଟିଟିପି ସଂଗଠନ ସକ୍ରିୟ ଅଛି ଏବଂ କ୍ରମାଗତ ଭାବେ ଶକ୍ତିଶାଳୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ-ଆମେରିକା ମଧ୍ୟରେ କୌଣସି ସିଧାସଳଖ ଆଲୋଚନା ହେବ ନାହିଁ’, ପାକିସ୍ତାନରେ ଆଲୋଚନା ପୂର୍ବରୁ ତେହରାନର ସ୍ପଷ୍ଟ ବୟାନ

ଓ୍ବାଶିଂଟନ୍‌,୨୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୁନର୍ବାର ଆରମ୍ଭ ହେଉଛି। ଏହି ଆଲୋଚନା ପାଇଁ ଇରାନୀ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିଛନ୍ତି, ଯାହା…

ରବିଧାନ ସଂଗ୍ରହ ବୈଠକରେ ଖରିଫ୍‌ ତାତି: ଚାଷୀ ଆନ୍ଦୋଳନ ଭୟରେ ପୋଲିସ ଛାଉଣି

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍‌ରେ ଧାନ ବିକ୍ରି କରି ପାରିନାହାନ୍ତି। ଧାନବିକ୍ରି ଦାବିରେ ଜିଲାର ଭେଡ଼େନ ବ୍ଲକ…

ଏହି ଦିନଠୁ ପାଗ ବଦଳିବ: ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୫ା୪(ବନ୍ଦନା ସେଠୀ):ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର…

ଇରାନ-ଆମେରିକା ଆଲୋଚନା ଖୁବ୍‌ଶୀଘ୍ର: ପାକିସ୍ତାନ ଗସ୍ତରେ …

ଇସ୍‌ଲାମାବାଦ,୨୫ା୪ : ଆମେରିକା ସହ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଭାଗ ନେବା ପାଇଁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…

ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ…

ବାସ୍ତବ ନୁହେଁ, ଏଆଇ ଚାଟ୍‌ବଟ୍‌ ସାଥୀ ପ୍ରେମରେ ଯୁବପିଢ଼ି: ଚାଞ୍ଚଲ୍ୟକର ଖୁଲାସା

ଲଣ୍ଡନ, ୨୫ା୪:ସମୟ ବଦଳିବା ସହିତ ପ୍ରେମର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି। ଏବକାର ଯୁବପିଢ଼ି, ବିଶେଷକରି ‘ଜେନ୍‌ ଆଲ୍‌ଫା’ (୨୦୧୩-୨୦୨୪) ବାସ୍ତବ ଦୁନିଆର ସମ୍ପର୍କ ଅପେକ୍ଷା କୃତ୍ରିମ…

ନେତାନ୍ୟାହୁଙ୍କୁ କ୍ୟାନ୍‌ସର ହୋଇଥିଲା

ଜେରୁଜେଲମ୍‌,୨୫ା୪: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କ୍ୟାନ୍‌ସର ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ତାଙ୍କର ଏକ ଛୋଟ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା।…

୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳାଙ୍କ ଉପରେ ହେବ ବଡ଼ ଆଲୋଚନା

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଏପ୍ରିଲ ୩୦ରେ ବିଧାନସଭାର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri