ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଫଗାନିସ୍ତାନ, ରକ୍ଷମନ୍ତ୍ରୀ-ISI ମୁଖିଆଙ୍କୁ ଦେଲା ନାହିଁ ଭିସା

ନୂଆଦିଲ୍ଲୀ,୧୩।୧୦: ଇସ୍ଲାମାବାଦର ଆଫଗାନିସ୍ତାନକୁ ଶାନ୍ତିର ପ୍ରୟାସରେ ବଡ଼ ବିଫଳତା ମିଳିଛି। ଆଫଗାନିସ୍ତାନ ପାକିସ୍ତାନର ରକ୍ଷଣାମନ୍ତ୍ରୀ ଖ୍ୱାଜା ଆସିଫ, ଆଇଏସ୍‌ଆଇ ମୁଖ୍ୟ ଆସିମ୍ ମାଲିକ ସହ ଅନ୍ୟ ଦୁଇ ଜେନେରାଲଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟ୍ ଅନୁଯାୟୀ, ଗତ ୩ ଦିନରେ ତିନି ଥର ଭିସା ପ୍ରତ୍ୟାଖ୍ୟାନ ହୋଇଛି। ପାକିସ୍ତାନୀ ଅଧିକାରୀ ଏହାକୁ ଖଣ୍ଡନ କରି କହିଛନ୍ତି, ଏହା କେବଳ ଗସ୍ତର ପ୍ରସ୍ତାବ ମାତ୍ର ଥିଲା।

ଏହା ପାକିସ୍ତାନ -ଆଫଗାନିସ୍ତାନ ସୀମାରେ ବୃଦ୍ଧି ପାଇଥିବା ସଂଘର୍ଷର ପ୍ରାଇପ୍ରେକ୍ଷୀରେ ଘଟିଛି। ରବିବାର ରାତିରେ ତୀବ୍ର ଯୁଦ୍ଧ ପରେ ପାକିସ୍ତାନୀ ସୈନ୍ୟ ଦାବି କରିଛି ଯେ, ଏହାର ୨୩ ଜଣ ସୈନିକ ନିହତ ହୋଇଛନ୍ତି ଓ ୨୦୦ରୁ ଅଧିକ ତାଲିବାନ୍‌ ମରିଛନ୍ତି। ଅନ୍ୟପଟେ ଆଫଗାନିସ୍ତାନ ତାଲିବାନ୍‌ ପ୍ରବକ୍ତା ଜାବିହୁଲ୍ଲା ମୁଝାହିଦ୍ କହିଛନ୍ତି, ୫୮ ଜଣ ପାକିସ୍ତାନୀ ସୈନିକ ମରିଛନ୍ତି ଓ ୩୦ ଜଣ ଆହତ ହୋଇଛନ୍ତି। ଏହା ୨୦୨୧ରେ ତାଲିବାନ୍‌ କ୍ଷମତାକୁ ଆସିବା ପରେ ସବୁଠାରୁ ବଡ଼ ସଂଘର୍ଷ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏହାର ସୁଯୋଗ ନେଇ ଶାନ୍ତି ଫେରାଇବାରେ ଭୂମିକା ନେଇ ପାରନ୍ତି। ଇସ୍ରାଏଲ୍‌ ଯାତ୍ରା ସମୟରେ ସେ କହିଛନ୍ତି, “ମୁଁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ କଥା ଶୁଣିଛି, ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ମୁଁ ସଂଘର୍ଷ ସମାଧାନରେ ପାରଙ୍ଗମୀ, ଶାନ୍ତି ସ୍ଥାପନରେ ବିଶେଷଜ୍ଞ। ଏହା ମୋର ସମ୍ମାନର ବିଷୟ।”

ଅନ୍ୟପଟେ, ଚାଇନା ଦୁଇ ଦେଶକୁ ଚୀନୀୟ କର୍ମୀ, ପ୍ରୋଜେକ୍ଟ୍‌ ଓ ସଂସ୍ଥାର ସୁରକ୍ଷା ନିଶ୍ଚିତ କରିବାକୁ କହିଛି। ବୈଦେଶିକ ମନ୍ତ୍ରଣାଳୟ ବୁଲେଟିନ୍‌ରେ କୁହାଯାଇଛି, “ପାକିସ୍ତାନ ଓ ଆଫଗାନିସ୍ତାନ ଚାଇନାର ସୁହୃଦ୍ ଓ ପାର୍ଶ୍ୱବର୍ତ୍ତୀ। ସେମାନେ ଉଭୟଙ୍କୁ ନିୟନ୍ତ୍ରଣ ରଖି ମିଳିତ ଭାବେ ଆତ୍ମନିର୍ଭରତା, ଅର୍ଥନୈତିକ ସମୃଦ୍ଧି ଓ ଆତଙ୍କବାଦ ବିରୋଧରେ କାମ କରିବା ଉଚିତ।” ଚାଇନା ପାକିସ୍ତାନ ଓ ଆଫଗାନିସ୍ତାନ ସହ ତ୍ରିପାକ୍ଷୀୟ ଆଲୋଚନା ମାଧ୍ୟମରେ ସମ୍ପର୍କ ରକ୍ଷା କରୁଛି, ଯେଉଁଥିରେ ପାକିସ୍ତାନର TTP ଓ BLA ଭଳି ଗୋଷ୍ଠୀକୁ ଆଫଗାନିସ୍ତାନ ଆଶ୍ରୟ ଦେବାର ଅଭିଯୋଗ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri