ଆଫଗାନିସ୍ତାନରେ ତାଲିବାନ ଶାସନ: ଭାରତରେ ବଢିପାରେ ନିଶା କାରବାର

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏବେ ଭାରତରେ ନିଶା କାରବାର ବଢିଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଭାରତୀୟ ଏଜେନ୍ସି ଏବେଠାରୁ ପ୍ରସ୍ତୁତ ହୋଇ ଗଲେଣି । ଏହାକୁ ଦୃଷ୍ଟିରେ ରଖି ସନ୍ଦେହ କରାଯାଉଥିବା ଜାହାଜ ଓ ନାବିକଙ୍କ ଡାଟା ରେକର୍ଡ କରାଯାଉଛି । ଏହାସହ ଡ୍ରଗ୍ସ ହଟସ୍ପଟ ଗୁଡିକୁ ବି ଚିହ୍ନଟ କରାଯାଉଛି । ଖୁବଶୀଘ୍ର ଦେଶର ବିଭିନ୍ନ ସ୍ଥାନରେ ବଡି ସ୍କାନର ଲଗାଇବାର ବ୍ୟବସ୍ଥା ବି କରାଯାଉଛି । ସେହିପରି ବାହାରୁ ଆସୁଥିବା ପାର୍ସଲ ଗୁଡିକ ପାଇଁ ନୂଆ ପାରାମିଟର ପ୍ରସ୍ତୁତ କରାଯାଇପାରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ତାଲିବାନର ଆୟର ମୁଖ୍ୟ ସ୍ରୋତ ହେଉଛି ମାଦକ ଦ୍ରବ୍ୟର ବ୍ୟବସାୟ । ସରକାରୀ ଡାଟା ସୂଚନା ଅନୁଯାୟୀ, ବିଶ୍ୱରେ ଅଫିମ ଯେତିକି ବ୍ୟବହାର କରାଯାଏ ଏହାର ୮୦ ପ୍ରତିଶତ ଆଫଗାନିସ୍ତାନରୁ ଆସିଥାଏ । ଆଫଗାନିସ୍ତାନରୁ ପାକିସ୍ତାନ ହୋଇ ଏହି ମାଦ ଦ୍ରବ୍ୟ ଗୁଡିକ ବିଶ୍ୱର ବିଭିନ୍ନ ଦେଶକୁ ଯାଇଥାଏ । ଭାରତ ଏହାର ଏକ ମୁଖ୍ୟ ରାସ୍ତା । ଏଜେନ୍ସିଙ୍କ ନିକଟରେ ଥିବା ସରକାରୀ ନକ୍ସାରୁ ଜଣାପଡୁଛି ମାଦକ ଦ୍ରବ୍ୟ କିପରି ଆଫଗାନିସ୍ତାନରୁ ପାକିସ୍ତାନ ଓ ଭାରତ ଦେଇ ବିଭିନ୍ନ ଦେଶକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି...

ତିନିପଟେ ତାଲିବାନ୍‌

କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍‌ ଜାରି କରିଛି ଫତ୍‌ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ।...

ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି।...

ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ...

କରୋନା ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଲା: ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ

ବେଜିଂ,୪।୨: ଚାଇନାର କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ...

ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ ।...

ଟଳିଲା ବିପଦ: ସ୍କୁଲ ବସ୍‌ ଆକାରର ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ କଲା ଅତିକ୍ରମ

ଓ୍ବାଶିଂଟନ, ୨୪।୯: ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ ଗୁରୁବାର ମଧ୍ୟାହ୍ନରେ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି ଯେ, ଗ୍ରହାଣୁ...

ମାଲେସିଆରୁ ଜାକିରଙ୍କ ବହିଷ୍କାର ଦାବି

କୁଆଲାଲମ୍ପୁର,୧୫ା୮: ଭାରତୀୟ ଇସ୍‌ଲାମୀୟ ଧର୍ମଗୁରୁ ଜାକିର ନାଏକଙ୍କୁ ମାଲେସିଆରୁ ବହିଷ୍କାର କରିବା ଲାଗି ୩ ଜଣ ମନ୍ତ୍ରୀ ଦାବି କରିଛନ୍ତି। ୩ ବର୍ଷ ହେଲା ମାଲେସିଆରେ...

Advertisement


Archives

Model This Week