ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି । ପ୍ରଥମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା କଥା ତାଲିବାନ କହିଥିଲେ ବି ଆଫଗାନ ମହିଳାମାନଙ୍କର ତାଲିବାନ ଉପରେ ଭରସା ନାହିଁ ବୋଲି କୁହାଯାଉଛି । ସେଥିପାଇଁ ଅଧିକାଂଶ ଆଫଗାନ ପରିବାର ଘର ଛାଡି ବିଦେଶ ଚାଲିଯାଉଥିବା ଦେଖାଯାଉଛି । ଆଉ ଯେଉଁମାନେ ଆଫଗାନିସ୍ତାନ ଛାଡି ପାରୁ ନାହାନ୍ତି ବା ସେମାନଙ୍କୁ ବିଦେଶ ଯିବାକୁ ଅନୁମତି ମିଳୁନାହିଁ ସେମାନେ ସେମାନଙ୍କ ଝିଅମାନଙ୍କର ନିକାହ ବିମାନ ବନ୍ଦରରେ କରି ସେମାନଙ୍କୁ ବିଦେଶ ପଠାଇ ଦେଉଛନ୍ତି । ଏମାନେ ସେହି ବ୍ୟକ୍ତିମାନଙ୍କ ସହିତ ଝିଅମାନଙ୍କର ନିକାହ କରୁଛନ୍ତି ଯେଉଁମାନଙ୍କୁ ବିଦେଶ ଯାଇ ଶରଣ ନେବାକୁ ଅନୁମତି ମିଳିଛି । ଏହାକୁ ନେଇ ଆମେରିକା ଅଧିକାରୀମାନେ ବୈଦେଶିକ ମନ୍ତ୍ରଣାଳୟକୁ ଆଲର୍ଟ କରିଛନ୍ତି । ଆମରିକା ଅଧିକାରୀଙ୍କ କହିବା କଥା ହେଲା ଆଫଗାନିସ୍ତାନର କେତେକ ପରିବାର ସେମାନଙ୍କ ଝିଅଙ୍କୁ ତାଲିବାନଠାରୁ ବଞ୍ଚାଇ ରଖିବାକୁ ସେମାନଙ୍କର ବିବାହ ବିମାନ ବନ୍ଦରରେ କରି ଦେଉଛନ୍ତି । ଏମିତବି କେତେଜଣ ମହିଳାଙ୍କୁ ଚିହ୍ନଟ କରାଗଲାଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜବରଦସ୍ତ ବିବାହ କରିଥିବା ସ୍ୱୀକାର କରିଛନ୍ତି । ସୂଚନଯୋଗ୍ୟ, ଯେଉଁ ଆଫଗାନିସ୍ତାନ ପରିବାର ଆମେରିକାକୁ ସହାୟତା ଯୋଗାଇ ଆସୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାରକୁ ଆମେରିକା ନିଜ ସେନା ମାଧ୍ୟମରେ ଉଦ୍ଧାର କରି ଶରଣ ଦେଇଛି । ପୂର୍ବରୁ ଆମେରିକା କଥା ଦେଇଥିଲା କି ଯଦି ସେମିତି କିଛି ପରିସ୍ଥିତି ସୃଷ୍ଟି ହୁଏ ତେବେ ଆମେରିକା ସେମାନଙ୍କୁ ଶରଣ ଦେବ । ଏବେ ସେ ତା’ର କଥା ରଖିଛି । ତେବେ ଏମାନଙ୍କୁ ଉଦ୍ଧାର କରିବା ସମୟରେ ଆମେରିକାକୁ ସହଯୋଗ କରିଥିବା ପରିବାର ସହ କୌଣସି ସମ୍ପର୍କ ନ ଥିବା କେତେଜଣ ପରିବାର ବି ଚାଲି ଆସିଥିବା ଆମେରିକା କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri