ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ୟୁନିଭର୍ସିଟିରେ ପାଠପଢା ସମୟରେ ଛାତ୍ରୀ ଓ ଛାତ୍ରଙ୍କ କ୍ଲାସ ଅଲଗା ଅଲଗା ହେବ । ଯଦି ଏହା ସମ୍ଭବ ନୁହେଁ ତେବେ ମଝିରେ ପରଦା ଲଗାଇ ପାଠପଢାଯିବ । ତାଲିବାନର ଏହି ଆଦେଶ ପରେ ଏବେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଝିରେ ପରଦା ଲଗି ଗୋଟିଏ ପଟେ ଛାତ୍ରୀ ଓ ଅନ୍ୟପଟେ ଛାତ୍ରମାନେ ବସି ପାଠ ପଢୁଥିବା ଦେଖାଯାଇଛି । ଆଫଗାନିସ୍ତାନର ନ୍ୟୁଜ ଏଜେନ୍ସି ଆଜମ ନ୍ୟୁଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରୀଛାତ୍ର ପାଠପଢୁଥିବା ସମୟରେ ମଝିରେ ପରଦା ଟଣା ଯାଇଛି । ସୂଚନାଯୋଗ୍ୟ, ତାଲିବାନ ନିର୍ଦ୍ଦେଶରେ ଏହା ମଧ୍ୟ ଜାରି କରାଯାଇଥିଲା କି କଲେଜ, ୟୁନିଭର୍ସିଟିରେ ଛାତ୍ରୀଛାତ୍ରଙ୍କ ପ୍ରବେଶ ଓ ପ୍ରସ୍ଥାନ ବି ଅଲଗା ଅଲଗା ହେବ । ସେହିପରି ଛାତ୍ରୀମାନେ ଛାତ୍ରମାନଙ୍କଠାରୁ ୫ ମିନିଟ୍ ଆଗୁଆ ସେମାନଙ୍କ କାମ ସାରିବା ଜରୁରୀ ଯାହାଦ୍ୱାରା ମହିଳା-ପୁରୁଷ ଏକାଠି କଥା ହେବାକୁ ବା ବୁଲିବାକୁ ଚେଷ୍ଟା ନ କରି ପାରନ୍ତି । ଏହା ବତୀତ ଯେପର୍ଯ୍ୟନ୍ତ ଛାତ୍ରମାନେ କ୍ୟାମ୍ପସରୁ ବାହାରକୁ ଚାଲି ନ ଯାଇଛନ୍ତି ସେପର୍ଯ୍ୟନ୍ତ ଛାତ୍ରୀମାନେ ୱେଟିଙ୍ଗ ରୁମରେ ଅପେକ୍ଷା କରିବେ । ପୂର୍ବରୁ ତାଲିବାନ ତା’ର କାର୍ଯ୍ୟକ୍ରମରେ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାକୁ ନେଇ ଜଣେ ପ୍ରଫେସର କହିଛନ୍ତି ତାଲିବାନ ଛାତ୍ରୀଙ୍କୁ ପାଠପଢିବାକୁ ଅନୁମତି ଦେଉଛି ଏହା ଏକ ସକରାତ୍ମକ ପଦକ୍ଷେପ । ସୂଚନାଯୋଗ୍ୟ, ତାଲିବାନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରାଜ୍ କରିଥିଲା । ଆଉ ସେତେବେଳେ ମହିଳାଙ୍କ ଅଧିକାର ଓ ସ୍ୱାଧିନତାକୁ ଛଡାଇ ନିଆଯାଇଥିଲା । ସେଥିପାଇଁ ତାଲିବାନର ଦ୍ୱିତୀୟ କାର୍ଯ୍ୟକାଳରେ ମହିଳାମାନେ ଭୟଭୀତ ହୋଇଯାଇଛନ୍ତି । ଏଥର କିନ୍ତୁ ତାଲିବାନ କହିଛି ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦେବ । ଏହାପରେ ବି ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଛି


Enter your email to get our daily news in your inbox.

All Right Reserved By Dharitri.Com

୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର

ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍‌ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ...

ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ସ୍ବାଗତ କରିବେ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ। ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ସ୍ବାଗତ କରିବେ ବୋଲି...

ନେଶର ରାମିଲା ହୋମୋ

ଜେରୁଜେଲମ୍‌,୨୭ା୬: ଇସ୍ରାଏଲ୍‌ର ରାମିଲା ସହରରେ ହେବ୍ର୍ୟୁ ୟୁନିଭର୍ସିଟି ଅଫ୍‌ ଜେରୁଜେଲମ୍‌ର ପ୍ରତ୍ନତତ୍ତ୍ୱ ଟିମ୍‌ ପ୍ରାକ୍‌ ଐତିହାସିକ ଯୁଗର ମଣିଷଙ୍କ ଦେହାବଶେଷ ଠାବ କରିଛିି। ହୋମୋ ଜାତୀୟ...

ପାକିସ୍ତାନ ବନ୍ୟାରେ ୧୩ଶହରୁ ଅଧିକ ମୃତ, ମାହାମାରୀ ବ୍ୟାପିବା ଆଶଙ୍କା, ୧୨.୫ ଅରବ ଡଲାର କ୍ଷତି

ଇସଲାମାବାଦ,୫ ।୯: ପଡୋଶୀ ଦେଶ ପାକିସ୍ତାନରେ ଏବେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ବର୍ଷା ଓ ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି...

ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା...

ଆମେରିକାର ଆକାଶରେ ପୁଣି ଗୁପ୍ତଚର ବେଲୁନ…

ଓ୍ବାଶିଂଟନ,୨୦।୨ : ଆମେରିକାର ଆକାଶରେ ପୁଣି ଥରେ ଏକ ଗୁପ୍ତଚର ବେଲୁନ ଦେଖାଦେଇଛି। ଖବର ଅନୁଯାୟୀ, ଏହି ବେଲୁନ ହାୱାଇ ରାଜ୍ୟର ହନୋଲୁଲୁ ପ୍ରଦେଶର ପୂର୍ବ...

କିଭ୍‌ରୁ ହଟିଲେଣି ଦୁଇତୃତୀୟାଂଶ ରୁଷୀୟ ସୈନ୍ୟ

ଓ୍ବାଶିଂଟନ,୫।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୪୦ ଦିନରେ ପହଞ୍ଚତ୍ଛି। ଇତିମଧ୍ୟରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରୁ ମସ୍କୋ ତା’ର ଦୁଇତୃତୀୟାଂଶ ସୈନ୍ୟ ପ୍ରତ୍ୟାହାର କରିନେଲାଣି...

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ...

Advertisement
Archives

Model This Week