ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ୟୁନିଭର୍ସିଟିରେ ପାଠପଢା ସମୟରେ ଛାତ୍ରୀ ଓ ଛାତ୍ରଙ୍କ କ୍ଲାସ ଅଲଗା ଅଲଗା ହେବ । ଯଦି ଏହା ସମ୍ଭବ ନୁହେଁ ତେବେ ମଝିରେ ପରଦା ଲଗାଇ ପାଠପଢାଯିବ । ତାଲିବାନର ଏହି ଆଦେଶ ପରେ ଏବେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଝିରେ ପରଦା ଲଗି ଗୋଟିଏ ପଟେ ଛାତ୍ରୀ ଓ ଅନ୍ୟପଟେ ଛାତ୍ରମାନେ ବସି ପାଠ ପଢୁଥିବା ଦେଖାଯାଇଛି । ଆଫଗାନିସ୍ତାନର ନ୍ୟୁଜ ଏଜେନ୍ସି ଆଜମ ନ୍ୟୁଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆଫଗାନିସ୍ତାନର ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରୀଛାତ୍ର ପାଠପଢୁଥିବା ସମୟରେ ମଝିରେ ପରଦା ଟଣା ଯାଇଛି । ସୂଚନାଯୋଗ୍ୟ, ତାଲିବାନ ନିର୍ଦ୍ଦେଶରେ ଏହା ମଧ୍ୟ ଜାରି କରାଯାଇଥିଲା କି କଲେଜ, ୟୁନିଭର୍ସିଟିରେ ଛାତ୍ରୀଛାତ୍ରଙ୍କ ପ୍ରବେଶ ଓ ପ୍ରସ୍ଥାନ ବି ଅଲଗା ଅଲଗା ହେବ । ସେହିପରି ଛାତ୍ରୀମାନେ ଛାତ୍ରମାନଙ୍କଠାରୁ ୫ ମିନିଟ୍ ଆଗୁଆ ସେମାନଙ୍କ କାମ ସାରିବା ଜରୁରୀ ଯାହାଦ୍ୱାରା ମହିଳା-ପୁରୁଷ ଏକାଠି କଥା ହେବାକୁ ବା ବୁଲିବାକୁ ଚେଷ୍ଟା ନ କରି ପାରନ୍ତି । ଏହା ବତୀତ ଯେପର୍ଯ୍ୟନ୍ତ ଛାତ୍ରମାନେ କ୍ୟାମ୍ପସରୁ ବାହାରକୁ ଚାଲି ନ ଯାଇଛନ୍ତି ସେପର୍ଯ୍ୟନ୍ତ ଛାତ୍ରୀମାନେ ୱେଟିଙ୍ଗ ରୁମରେ ଅପେକ୍ଷା କରିବେ । ପୂର୍ବରୁ ତାଲିବାନ ତା’ର କାର୍ଯ୍ୟକ୍ରମରେ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାକୁ ନେଇ ଜଣେ ପ୍ରଫେସର କହିଛନ୍ତି ତାଲିବାନ ଛାତ୍ରୀଙ୍କୁ ପାଠପଢିବାକୁ ଅନୁମତି ଦେଉଛି ଏହା ଏକ ସକରାତ୍ମକ ପଦକ୍ଷେପ । ସୂଚନାଯୋଗ୍ୟ, ତାଲିବାନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରାଜ୍ କରିଥିଲା । ଆଉ ସେତେବେଳେ ମହିଳାଙ୍କ ଅଧିକାର ଓ ସ୍ୱାଧିନତାକୁ ଛଡାଇ ନିଆଯାଇଥିଲା । ସେଥିପାଇଁ ତାଲିବାନର ଦ୍ୱିତୀୟ କାର୍ଯ୍ୟକାଳରେ ମହିଳାମାନେ ଭୟଭୀତ ହୋଇଯାଇଛନ୍ତି । ଏଥର କିନ୍ତୁ ତାଲିବାନ କହିଛି ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦେବ । ଏହାପରେ ବି ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଛି


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri