Posted inଜାତୀୟ

ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସମେତ ରୁଷିଆ, ଇରାନ, କାଜାଖସ୍ତାନ, କିର୍‌ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍‌ବେକିସ୍ତାନର ଏନ୍‌ଏସ୍‌ଏ ଯୋଗଦେଇଥିଲେ। ଚାଇନା ଓ ପାକିସ୍ତାନକୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଥିଲେ ହେଁ ସେମାନେ ସାମିଲ ହୋଇ ନ ଥିଲେ। କାବୁଲରେ ସମାବେଶୀ ସରକାର ଗଢ଼ିବା ଲାଗି ଏନ୍‌ଏସ୍‌ଏମାନେ ଆହ୍ବାନ ଦେଇଛନ୍ତି।
ଆଫଗାନିସ୍ତାନ ସ୍ଥିତିର ସମୀକ୍ଷା ପାଇଁ ଭାରତ ପକ୍ଷରୁ ଆଞ୍ଚଳିକ ଦେଶଗୁଡ଼ିକର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବୈଠକର ଆୟୋଜନ କରାଯାଇଥିଲା। ଆଫଗାନ ଅଞ୍ଚଳ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ, ପ୍ରଶିକ୍ଷଣ କ୍ଷେତ୍ର ଏବଂ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଯୋଜନା ପ୍ରଣୟନ କିମ୍ବା ଅର୍ଥ ଯୋଗାଣ କ୍ଷେତ୍ର ଭାବେ ବ୍ୟବହୃତ ହେବା ଉଚିତ ନୁହେଁ ବୋଲି ୮ ଦେଶ ପକ୍ଷରୁ ମିଳିତ ଘୋଷଣାନାମାରେ କୁହାଯାଇଛି। ଯୁଦ୍ଧୋତ୍ତର ଏହି ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଏବଂ ଏହାର ଆଭ୍ୟନ୍ତରୀଣ ବ୍ୟାପାର ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ହେବା ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ପାକିସ୍ତାନକୁ ପରୋକ୍ଷରେ ବାର୍ତ୍ତା ବୋଲି କୁହାଯାଉଛି।
ଆଫଗାନିସ୍ତାନରେ ସାମାଜିକ-ଅର୍ଥନୈତିକ ଏବଂ ମାନବୀୟ ସ୍ଥିତି ବିଗୁଡ଼ୁଥିବାରୁ ଏହାକୁ ନେଇ ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆଫଗାନ ଜନସାଧାରଣଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଇଦେବା ଉପରେ ଶୀର୍ଷ ସୁରକ୍ଷା ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ବୈଠକ ପରେ ଏନ୍‌ଏସ୍‌ଏମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନାର ନିଷ୍କର୍ଷ ସମ୍ପର୍କରେ ଅବଗତ କରାଇଥିଲେ। ଶାନ୍ତିପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ଥିର ଆଫଗାନିସ୍ତାନ ପାଇଁ ଦୃଢ଼ ସମର୍ଥନ ଯୋଗାଇଦେବାକୁ ଘୋଷଣାନାମାରେ ଦୋହରାଯାଇଛି। କୁନ୍ଦୁଜ୍‌, କାନ୍ଦାହାର ଏବଂ କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ବୈଠକରେ ନିନ୍ଦା କରାଯାଇଥିଲା।
ଗତ ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ପାକିସ୍ତାନ ଆଫଗାନିସ୍ତାନ ବ୍ୟାପାରରେ ହସ୍ତକ୍ଷେପ କରିଆସୁଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଘନିଷ୍ଠ ଭାବେ ଜଣାଶୁଣା ଆଇଏସ୍‌ଅଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ ଇତିମଧ୍ୟରେ ଦୁଇଥର କାବୁଲ ଯାଇଛନ୍ତି। ସେଠାରେ ଆତଙ୍କବାଦୀ ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ସିରାଜୁଦ୍ଦିନ ହକାନିଙ୍କୁ ପାକିସ୍ତାନ ଖୋଲାଖୋଲି ଭାବେ ସମର୍ଥନ ଜଣାଉଛି। ଫଳରେ ଆଫଗାନିସ୍ତାନର ଆଞ୍ଚଳିକ ସୁରକ୍ଷା ଓ ସଂହତି ପ୍ରତି ବିପଦ ସୃଷ୍ଟି ହୋଇଛି। ଆଫଗାନ୍‌ ବ୍ୟାପାରରେ ଯେପରି କୌଣସି ବାହ୍ୟ ଶକ୍ତି ହସ୍ତକ୍ଷେପ ନ କରନ୍ତି ଏହା ଉପରେ ବୁଧବାର ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତି ଏବଂ ଆଞ୍ଚଳିକ ସୁରକ୍ଷାର ସମୀକ୍ଷା କରାଯାଇଛି।

ସହଯୋଗ ଲାଗି ଡୋଭାଲଙ୍କ ଆହ୍ବାନ

ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଅଧ୍ୟକ୍ଷତା କରିଥିଲେ। ସେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଞ୍ଚଳିକ ଦେଶଗୁଡ଼ିକ ମଧ୍ୟରେ ଅଧିକ ସମନ୍ବୟ ଓ ସହଯୋଗ ପାଇଁ ଆହ୍ବାନ ଦେଇଥିଲେ। ଆଫଗାନିସ୍ତାନରେ ଘଟୁଥିବା ସ୍ଥିତି ଉପରେ ଆମେ ନଜର ରଖିଛେ। ଏହା କେବଳ ଆଫଗାନବାସୀଙ୍କ ପାଇଁ ନୁହେଁ ଏହାର ପଡୋଶୀ ଦେଶ ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୈଠକର ଆଲୋଚନା ନିଶ୍ଚୟ ଫଳପ୍ରଦ ଉପଯୋଗୀ ଏବଂ ଆଫଗାନ ଜନସାଧାରଣଙ୍କ ପାଇଁ ସହାୟକ ହେବ। ଏଥିସହିତ ଏହା ଆମର ସାମୂହିକ ସୁରକ୍ଷାକୁ ବଢ଼ାଇବ ବୋଲି ଡୋଭାଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?