Posted inଖେଳ

ଶ୍ରୀଲଙ୍କା ପାଇଁ ସହଜ ହେବନି ଆଫଗାନ ଚ୍ୟାଲେଞ୍ଜ

ପୁଣେ,୩୦ା୧୦(ପି.ଟି.): ବିଶ୍ୱକପ୍‌ର ୧୯୯୬ ସଂସ୍କରଣ ଚାମ୍ପିୟନ ଶ୍ରୀଲଙ୍କା ଓ ଅଣ୍ଡର ଡଗ୍‌ ଆଫଗାନିସ୍ତାନ ସୋମବାର ପୁଣେରେ ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ପୁଣେରେ ଯେ କୌଣସି ଗୋଟିଏ ଦଳର ଆଗକୁ ବଢିବାର ରାସ୍ତା କ୍ଷିଣ ହେବ। ଉଭୟ ଦଳ ବିଜୟୀ ହୋଇ ଆଗକୁ ବଢିବାକୁ ପ୍ରୟାସ କରିବେ। ତେବେ ମ୍ୟାଚ୍‌ଟି ଶ୍ରୀଲଙ୍କା ପାଇଁ ସହଜ ହେବ ନାହିଁ। ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନ ଭଳି ବଡ ଟିମ୍‌କୁ ପରାସ୍ତ କରି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଆହତ ସମସ୍ୟା ଦେଇ ଗତି କରୁଛି। କ୍ରମାଗତ ୩ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଦଳ ଆଫଗାନିସ୍ତାନକୁ ହାଲୁକା ଭାବରେ ନେବ ନାହିଁ। ଶୃଙ୍ଖଳିତ ବୋଲିଂ ଓ ଫିଲ୍ଡିଂ ପାଇଁ ଶ୍ରୀଲଙ୍କା ଏହାର ଶେଷ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଲାହିରୁ କୁମାରା ଆହତ ହୋଇ ଟିମ୍‌ରୁ ବାଦ ପଡିଛନ୍ତି। ଭେଟେରାନ୍‌ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ପ୍ରତ୍ୟାବର୍ତ୍ତନରେ ଶ୍ରୀଲଙ୍କାର ବୋଲିଂ ଓ ମଧ୍ୟକ୍ରମ ବ୍ୟାଟିଂ ଦୃଢ ହେବାରେ ଲାଗିଛି। ତେବେ ଲାହିରୁ କୁମାରଙ୍କ ଅନୁପସ୍ଥିତିରେ ଦିଲଶାନ ମଦୁଶନକା ଓ କସୁନ ରଜିଥାଙ୍କୁ ଭଲ ବୋଲିଂ କରିବାକୁ ହେବ। ଅନ୍ୟପକ୍ଷରେ ଆଫଗାନିସ୍ତାନ ମଧ୍ୟ ଚମତ୍କାର ଫର୍ମରେ ରହିଛି। ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ ଦଳ ଯେଉଁଭଳି ବିଜୟ ହାସଲ କଲା ତାହା ସମସ୍ତଙ୍କୁ ଅବାକ୍‌ କରି ଦେଇଛି। ଓପନର ରେହମାନୁଲ୍ଲା ଗୁରବାଜ ୨୨୪ ରନ୍‌ ସ୍କୋର କରି ଆଫଗାନିସ୍ତାନର ଟପ୍‌ ସ୍କୋରର ରହିଛନ୍ତି। ଅନ୍ୟ ପକ୍ଷରେ ଇବ୍ରାହିମ୍‌ ଜାଦ୍ରାନ, ହସମତଉଲ୍ଲା ଶାହିଦି ଓ ରେହମତ ଶାହ ମଧ୍ୟ ସପୋର୍ଟିଂ ଭୂମିକା ବହନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?