ଜୀବନ ଜୀବିକା ଦୋଛକିରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି କର୍ଫୁରୁ ଏକ ପ୍ରକାର ଆରମ୍ଭ ହୋଇଛି। ସହର ମଧ୍ୟରେ ଦୋକାନ ବଜାର ବନ୍ଦ ରହିବା ସହ ରାତ୍ରିକାଳୀନ କର୍ଫୁକୁ ମାନିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅପରପକ୍ଷରେ ଜିଲାକୁ ୧୦ ଦିନ ପୂର୍ବରୁ ପ୍ରବାସୀଙ୍କ ସୁଅ ଛୁଟିଛି। ସେହି ପରିମାଣରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରବାସୀଙ୍କ ଘରକୁ ଫେରିବା ଓ କରୋନା କଟକଣା ଏବେ ଜିଲାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। କର୍ମ ନିଯୁକ୍ତି ଓ ପରିବାର ଭରଣପୋଷଣ ଦୂରରେ ଜିଲାବାସୀ ଅଛନ୍ତି। କରୋନା କଟକଣା ମଧ୍ୟରେ ଜିଲାର ଛୋଟ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ବ୍ୟବସାୟୀ ଓ ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ସାମାଜିକ କର୍ମୀ ଅମରବର ବିଶ୍ୱାଳ, ଡ. ପି.ଏନ. ଗୌରାଙ୍ଗ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଜିଲାରେ ୨୦୨୦ ଏପ୍ରିଲ ୭ରୁ ଅଦ୍ୟାବଧି ୯,୫୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୩୨୧ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୭ ଦିନର ହିସାବ ଅନୁଯାୟୀ ୨୪୦ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଅପରପକ୍ଷରେ ଗତବର୍ଷ କରୋନା ସଂକ୍ରମଣ ସମୟରେ ଜିଲାକୁ ମୋଟ ୧୦,୭୬୮ ଜଣ ପ୍ରବାସୀ ଆସିଥିବା ପଞ୍ଜୀକୃତ ହୋଇଥିବା ବେଳେ ବେସରକାରୀ ସୂତ୍ରରୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଘରକୁ ଫେରିଥିଲେ। ସପ୍ତାହକ ମଧ୍ୟରେ ଜିଲାକୁ ଅନୂ୍ୟନ ୨୦ ହଜାର ପ୍ରବାସୀ ଫେରିଛନ୍ତି। କୋଲକାତା, ଗୁଜରାଟ, ଛତିଶଗଡ଼, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଏମାନେ ଆସିଥିବାବେଳେ ଗତବର୍ଷ ପରି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ସୁବିଧା ପାଇନାହାନ୍ତି। ସଂକ୍ରମଣଜନିତ ଆଶଙ୍କା ଥିବାବେଳେ କର୍ମ ନିଯୁକ୍ତି ଏକ ସମସ୍ୟା ସୃଷ୍ଟି କରିବ। ସେହିପରି ରାଜ୍ୟ ସରକାରଙ୍କ ପଶ୍ଚିମବଙ୍ଗ କଟକଣା ଜିଲାର ଛୋଟ ବଡ଼ ବ୍ୟବସାୟକୁ ପ୍ରଭାବିତ କରିବ। ଜିଲାର ଅଧିକାଂଶ ବ୍ୟବସାୟ ପାଇଁ କୋଲକାତାରୁ ସାମଗ୍ରୀ ଆସେ। କପଡ଼ା, ପୋଷାକଠାରୁ ଆରମ୍ଭ କରି ରମଜାନ ମାସର ଫଳ ପର୍ଯ୍ୟନ୍ତ ଜିଲାର ବ୍ୟବସାୟୀ କୋଲକାତା ବଜାର ଉପରେ ନିର୍ଭର କରିଥାନ୍ତି। ତେବେ ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସେହି ଅଞ୍ଚଳକୁ ଯିବାକୁ କୌଣସି କଟକଣା ନ ଥିବା ବେଳେ ଆସିବା ପରେ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ନିୟମରେ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏପରି କି ୪୮ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ରିପୋର୍ଟରେ ନେଗେଟିଭ କିମ୍ବା କରୋନା ଟିକାର ଦୁଇ ଡୋଜ ନେଇ ନ ଥିବା ଲୋକଙ୍କୁ ଗୃହ ମଧ୍ୟକୁ ପ୍ରବେଶ ନିଷିଦ୍ଧ ହୋଇଛି। ଏପରିସ୍ଥିତିରେ ଜିଲାର ଛୋଟ ବ୍ୟବସାୟୀ କୋଲକାତା ଯିବାକୁ ସାହସ କୁଳାଇ ପାରୁନାହାନ୍ତି। ସେହିପରି ଆନ୍ତଃରାଜ୍ୟ କଟକଣା ଯୋଗୁ କୋଲକାତା ବ୍ୟବସାୟୀ ଜିଲାକୁ ସାମଗ୍ରୀ ପଠାଇବା ସହଜ ହେଉନାହିଁ। କାରଣ କୋଲକାତାରୁ ବସ୍‌ ଚଳାଚଳ ବନ୍ଦ ରହିଛି। ଗୋଟିଏ ପଟରେ ସପ୍ତାହାନ୍ତ କଟକଣା ଓ ରାତ୍ରିକାଳୀନ କର୍ଫ୍ୟୁ ଥିବାବେଳେ ଜିଲାରେ ଚାହିଦା ମୁତାବକ ସାମଗ୍ରୀ ନ ପହଞ୍ଚତ୍ବା ଜୀବନ ଜୀବିକାକୁ ଦୋଛକିରେ ଛିଡା କରିଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଜିଲାରେ କଟକଣା ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ବନ୍ଦ କରାଯାଇନାହିଁ। ସେହିପରି ପ୍ରବାସୀଙ୍କ ପଞ୍ଜୀକରଣ ବ୍ୟବସ୍ଥା କିଛିଦିନ ମଧ୍ୟରେ ଆରମ୍ଭ ହେବ। ଛତା ଓ ପଟ୍ଟାମୁଣ୍ଡାଇଠାରେ କୋଭିଡ ଚିକିତ୍ସାଳୟ ଆରମ୍ଭ ହୋଇଥିବାରୁ ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?