Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ପେର୍ସେପଲିସ୍‌ଠାରୁ ଲଢ଼େଇ କରି ହାରିଲା ଗୋଆ

ମାର୍ଗାଓ,୨୨।୪(ପି.ଟି.): ଏଠାରେ ଚାଲିଥିବା ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଚାମ୍ପିୟନ୍ସ ଲିଗ୍‌ରେ ଭାରତୀୟ କ୍ଲବ ଏଫ୍‌ସି ଗୋଆ ପ୍ରଭାବୀ ପ୍ରଦର୍ଶନ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଗୋଆ ଲଢେଇ କରି ୧-୨ ଗୋଲରେ ଗ୍ରୁପ ‘ଇ’ ଶୀର୍ଷରେ ଥିବା ପେର୍ସେପଲିସ୍‌ ପରାସ୍ତ ହୋଇଛି।
୧୪ତମ ମିନିଟ୍‌ରେ ଏଡୁ ବେଡିଆ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରାଇଥିଲେ। ଗୋଲ ଦେବାରେ ବେଡିଆଙ୍କୁ ବ୍ରାଣ୍ଡନ ଫର୍ନାଣ୍ଡିଜ୍‌ ସହାୟତା ପ୍ରଦାନ କରିଥିଲେ। ଭାରତର ଏହି ଖୁସି ବେଶି ସମୟ ତିଷ୍ଠି ପାରି ନ ଥିଲା। ପେର୍ସେପଲିସ୍‌ ଏହାପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇ ମ୍ୟାଚ୍‌ ହାତେଇଥିଲା। ଦଳ ତରଫରୁ ୧୮ତମ ମିନିଟ୍‌ରେ ମେହଦି ତୋରାବି ପେନାଲ୍ଟି ଜରିଆରେ ୧୮ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଏହାର ଠିକ୍‌ ୫ ମିନିଟ୍‌ ପରେ ୨୪ତମ ମିନିଟ୍‌ରେ ଜଲାଲ ହୋସେଇନି ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। କୋତୋଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ଭାରତୀୟ କ୍ଲବ୍‌କୁ ପରାଜୟ ବରଣ କରିବାକୁ ହୋଇଥିଲା।
ଗତ ସଂସ୍କରଣରେ ପେର୍ସେପଲିସ୍‌ ରନର୍ସଅପ୍‌ ବିବେଚିତ ହୋଇଥିଲା। ଇଞ୍ଜୁରି କାରଣରୁ ଗୋଆ ଆଦିଲ ଖାଁଙ୍କ ବଦଳରେ ଅମରଜିତ ସିଂଙ୍କୁ ୨୯ ତମ ମିନିଟ୍‌ରେ ସାମିଲ କରାଯାଇଥିଲା। ଏଥିସହିତ ଗ୍ରୁପ୍‌ ପର୍ଯ୍ୟାୟରେ ଗୋଆ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପଟେ ପେର୍ସେପଲିସ୍‌ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପ୍ରଥମଥର ପାଇଁ ଗୋଆ ଏହି କଣ୍ଟିନେଣ୍ଟାଲ ଟପ୍‌ ଟାୟର ଲିଗ୍‌ରେ ଅଂଶଗ୍ରହଣ କରିଛି। ଗୋଆ ତୃତୀୟ ସ୍ଥାନରେ ରହିଛି। ପରାସ୍ତ ହୋଇଥିଲେ ମଧ୍ୟ ଗୋଆର ପ୍ରଦର୍ଶନ ପ୍ରଶଂସନୀୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri