Posted inଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ଗୋଆ- ଅଲ୍‌ ରାୟାନ ମ୍ୟାଚ ଡ୍ର

ଗୋଆ,୨୮।୪: ଚଳିତ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ ଏଫ୍‌ସି ଗୋଆ ଆଉ ଏକ ମ୍ୟାଚ୍‌ ଡ୍ର ରଖିଛି। ଫାଟୋର୍ଡାସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କାତାର କ୍ଲବ ଅଲ୍‌ ରାୟାନ ବିପକ୍ଷ ମ୍ୟାଚ୍‌କୁ ଗୋଆ ୧-୧ ଗୋଲ୍‌ ବ୍ୟବଧାନରେ ଡ୍ର ରଖିଛି। ମ୍ୟାଚର ତୃତୀୟ ମିନିଟ୍‌ରେ ଜର୍ଜ ଓର୍ଟିଜ ମେଣ୍ଡୋଜା ଗୋଲ ସ୍କୋର କରି ଗୋଆକୁ ଅଗ୍ରଣୀ କରାଇଥିଲେ। ଗୋଆ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ରାୟାନ ତରଫରୁ ଅଲି ଫେରିଡୁନ ଅନ୍ତିମ ମୁହୂର୍ତ୍ତରେ ଅର୍ଥାତ୍‌ ୮୯ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ଶେଷରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଅଳ୍ପକେ ବିଜୟ ହାତଛଡ଼ା ହୋଇଥିବାରୁ ଗୋଆ ନିରାଶ ହୋଇଛି। ପ୍ରଥମ ଭାରତୀୟ କ୍ଲବ ଭାବେ ଗୋଆ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ କୌଣସି ମ୍ୟାଚ୍‌ ଜିତି ଇତିହାସ ସୃଷ୍ଟି କରିଥାନ୍ତା। ତେବେ ଗୋଆର ଏହି ଆଶା ଶେଷରେ ଧୂଳିସାତ୍‌ ହୋଇଛି। ଗୋଆ ଏବେ ତା’ର ଷଷ୍ଠ ତଥା ଅନ୍ତିମ ମ୍ୟାଚ୍‌ ୨୯ ତାରିଖ ଗୁରୁବାର ଅଲ ଓ୍ବାହଦା ବିପକ୍ଷରେ ଖେଳିବ।
ଏଥିସହ ଗ୍ରୁପ୍‌ ଇ’ରେ ଗୋଆ ୫ଟି ମ୍ୟାଚ୍‌ ଖେଳି ୩ ଡ୍ର ଓ ୨ ପରାଜୟ ସହ ୩ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ରାୟାନ ୫ ମ୍ୟାଚ୍‌ ଖେଳି ୨ଡ୍ର ଓ ୩ ପରାଜୟ ସହ ୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ପେରପୋଲିସ୍‌ ୫ ମ୍ୟାଚ୍‌ ଖେଳି ୪ ବିଜୟ, ଗୋଟିଏ ଡ୍ର ସହ ୧୨ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଛି। ମ୍ୟାଚ୍‌ରେ ରାୟାନ ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆଠାରୁ ଯଥେଷ୍ଟ ଆଗରେ ରହିଥିଲା। ଗୋଆ ମଧ୍ୟ ଲଢୁଆ ପ୍ରଦର୍ଶନ କରିଥିଲା। ଉଭୟ ଦଳ ଅବଶ୍ୟ କେତୋଟି ସୁଯୋଗ ହାତଛଡ଼ା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଗ୍‌ ବାସ ଲିଗ୍‌ରେ ପଦାର୍ପଣ କରିବେ ଡି ଭିଲର୍ସ

ସିଡ୍‌ନୀ, ୧।୧୦ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ...

ଭାରତଠାରୁ ଆମେ ଖେଳିବା ଶିଖିଛୁ

ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାନୁୟାରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ...

ରୋହିତ, ଧାଓ୍ବନ ଆହତ

ରାଜକୋଟ,୧୮।୧(ପି.ଟି.)- ଦୁଇ ଭାରତୀୟ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳିବା ଅବସରରେ ଏହି...

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ...

ଅଧିନାୟକ ଭାବେ ପ୍ରଥମ ବିଜୟକୁ ନେଇ ପନ୍ତ କହିଲେ ଏମିତି

ବିଶାଖାପାଟଣା,୧୫।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ରେ ଭାରତ ୪୮ ରନ୍‌ରେ ବିଜେତା ହୋଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟିମ୍‌...

ଗୋଟିଏ ହାତରେ ଛକା ମାରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌; ବଲ୍‌ ପହଞ୍ଚିଲା ଷ୍ଟାଡିୟମ ବାହାରେ: ଦେଖନ୍ତୁ ଭିଡିଓ

ସେଣ୍ଟ ଲୁସିଆ, ୧୧।୭: ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଘରୋଇ ଦଳ ୫୬ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ...

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା କ୍ରିକେଟର୍‌ କିଏ ଜାଣନ୍ତି

ଆଜି ହେଉଛି ଭାରତର ଅନ୍ୟତମ ସଫଳ ଟେଷ୍ଟ କ୍ରିକେଟର ପଲି ଉମ୍ରିଗରଙ୍କ ଜୟନ୍ତୀ। ୯୬ ବର୍ଷ ପୂର୍ବେ ସେ ମାର୍ଚ୍ଚ ୨୮ ୧୯୨୬ରେ ମହାରାଷ୍ଟ୍ରର ସୋଲାପୁରରେ...

ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଲେ ସାନିଆ

ଦୋହା, ୩ା୩ (ପି.ଟି.)- ବିଜୟ ସହ ଡବ୍ଲ୍‌ୟୁଟିଏ ସର୍କିଟକୁ ଫେରିଛନ୍ତି ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା। ସେ ଓ ତାଙ୍କ ସେଲାଭେନିଆନ ପାର୍ଟନର...

Advertisement
Archives

Model This Week