Posted inଜାତୀୟ

ଆତଙ୍କବାଦର ପ୍ରତିରୋଧ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପରାମର୍ଶ…

ନୂଆଦିଲ୍ଲୀ, ୧୯।୩ : ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହାର ପ୍ରତିରୋଧ ପାଇଁ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (ନାଟଗ୍ରୀଡ) ଗଠନ ଲାଗି ସମୟ ଧାର୍ଯ୍ୟ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସଂସଦୀୟ କମିଟି ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।

ଏହାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ଉପରେ ସଂସଦୀୟ କମିଟିର ୨୩୮ତମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁପ୍ତଚର ଇନପୁଟ ଏବଂ ସୁରକ୍ଷା ଏଜେନ୍ସିଗୁଡିକର ସୁବିଧା ପାଇଁ ଏକ ବ୍ୟାପକ ନେଟୱାର୍କ ଗଠନ ଉପରେ ରିପୋର୍ଟରେ ଦର୍ଶାଯାଇଛି।

ସନ୍ଦିଗ୍ଧମାନଙ୍କୁ ଟ୍ରାକ କରିବା ଏବଂ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଏବଂ ଇମିଗ୍ରେସନ, ବ୍ୟାଙ୍କିଙ୍ଗ, ବ୍ୟକ୍ତିଗତ କରଦାତା, ବିମାନ ଏବଂ ଟ୍ରେନ ଯାତ୍ରା ଭଳି ବର୍ଗୀକୃତ ତଥ୍ୟକୁ ପ୍ରବେଶ କରିବା ପାଇଁ ନାଟଗ୍ରୀଡ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଶାସନିକ ଅନୁମୋଦନ ଏବଂ ପ୍ରକ୍ରିୟାଗତ ବିଳମ୍ବ ନେଟଗ୍ରିଡ୍‌ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି ଏବଂ ପାଣ୍ଠିର ଅଧିକ ବ୍ୟବହାରରେ ବାଧା ସୃଷ୍ଟି କରୁଛି। ନାଟ୍‌ଗ୍ରୀଡ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ସମୟ ସୀମା ସ୍ଥିର କରିବା ଜରୁରୀ ବୋଲି କମିଟି ସୁପାରିସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…

ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ...

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ...

ଚିଦାମ୍ବରମଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ପୁଣିଥରେ ତାଙ୍କୁ ବିଚାର...

ରାହୁଲ ଗାନ୍ଧୀ ଜଣେ ଟୁରିଷ୍ଟ ପଲିଟିସିଆନ୍‌: ଭାଜପା ନେତା

ପଣଜୀ,୫ ।୨: ଗୋଆ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳ । କଳେ କଳେକୌଶଳେ ଏମାନେ ଭୋଟରଙ୍କୁ ନିଜ ଆଡକୁ...

ଝିଅ ବୁଲେଟ ଚଢିବାରୁ ପିତାଙ୍କୁ ଗୁଳିମାଡ

ନୋଏଡା, ୬।୯: ଉତ୍ତର ପ୍ରଦେଶର ନୋଏଡା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବୁଲେଟ୍‌ ଚଢିବାରୁ କିଛି ଦୁର୍ବୃତ୍ତ ତାଙ୍କ ପିତାଙ୍କୁ ଗୁଳି ମାରିଛନ୍ତି। ପୋଲିସ...

ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !

ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର...

ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର

ଲକ୍ଷ୍ନୌ, ୧୦।୬: ସମାଜବାଦୀ ପାର୍ଟି ନେତା ମୂଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଫଳରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର...

ମୌସୁମୀ ଅଧିବେଶନ ପୂର୍ବରୁ ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୨।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଜୁଲାଇ ୧୭ରେ ସକାଳ ୧୧ଟାରେ ଏକ ସର୍ବଦଳୀୟ...

Advertisement
Archives

Model This Week