ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ତାହାକୁ କିଭଳି ମୁକାବିଲା କରାଯାଇପାରିବ ତାକୁ ନେଇ ସମସ୍ତେ ପ୍ରସ୍ତୁତ ରହିଛନ୍ତି। ଜିଲାକୁ ୮୧ କି.ମି. ବ୍ୟାପୀ ସମୁଦ୍ର ଘେରିରହିଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ସାଧାରଣତଃ ୧୨ଟି ବ୍ଲକରୁ ୬ଟି ବ୍ଲକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ସେହିଭଳି ଅନେକ ପରିମାଣର ଚାଷଜମି ମଧ୍ୟ ପ୍ରଭାବିତ ହୁଏ। ପ୍ରତିବର୍ଷ ଭଳି ପୁଣି ଏକ ଦୁର୍ବିପାକକୁ ସାମ୍ନା କରୁଛି ଜିଲା। ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏସ୍‌ଆର୍‌ସିଙ୍କ ସହ ଆଭାସୀ ଯୋଗେ ଆଲୋଚନା ପରେ କିଭଳି ବାତ୍ୟା ମୁକାବିଲା କରାଯାଇପାରିବ ସେନେଇ ଆରମ୍ଭ ହୋଇଯାଇଛି ପୂର୍ବପ୍ରସ୍ତୁତି। ଅନ୍ୟପଟେ ବାତ୍ୟାକୁ ନେଇ ପ୍ରତିବର୍ଷ ସମୁଦ୍ର ତଟବର୍ତ୍ତୀ ଲୋକେ ବିଶେଷମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଯଦି ବାତ୍ୟା ହୁଏ କିଭଳି ସେମାନଙ୍କୁ ବାତ୍ୟା, ବନ୍ୟା ଏବଂ ବହୁମୁଖୀ ଆଶ୍ରୟସ୍ଥଳରେ ଥଇଥାନ କରାଯାଇପାରିବ ସେଥିପ୍ରତି ପ୍ରଶାସନ ପ୍ରସ୍ତୁତ ହେଲାଣି। ସେହିଭଳି ସମୁଦ୍ରକୂଳିଆ ଅଞ୍ଚଳ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ, ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ପ୍ରସ୍ତୁତ ରହିଛି। ଜିଲାରେ ବାତ୍ୟାର ପ୍ରଭାବ କଣ ରହିବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୧୨ଟି ବ୍ଲକରେ ଥିବା ସମସ୍ତ ଅଗ୍ନିସେବା କେନ୍ଦ୍ରରେ ଗୋଟିଏ ମଇକ୍ରୋ ଟିମ୍‌ ଗଠନ କରି ରଖାଯାଇଥିବା ବେଳେ ଜିଲା ମୁଖ୍ୟାଳୟରେ ଦୁଇଟି ଟିମ୍‌ ପ୍ରସ୍ତୁତ ଅଛନ୍ତି। ଏମାନେ ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ସେହିପରି ଅଗ୍ନିଶମ ବିଭାଗ ସବୁକେନ୍ଦ୍ରରେ ଅତ୍ୟାବଶ୍ୟକ ଉପକରଣ ଆସ୍କାଲାଇଟ, ଗଛ କାଟିବା ଯନ୍ତ୍ର ଆଦି ମଧ୍ୟ ପ୍ରସ୍ତୁତ ଥିବା ଜିଲା ଅଗ୍ନିଶମ ଅଧିକାରୀ ପରେନ ସରେନ ପ୍ରକାଶ କରିଛନ୍ତି। ସେପଟେ ଜିଲାରେ ଗୋଟିଏ ଏନ୍‌ଡିଆରଏଫ୍‌ ବାଟାଲିୟନ ଓ ୪ ଓଡ୍ରାଫ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଅନ୍ୟପଟେ ଜିଲା ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାବଜାରୀ ରୋକିବାକୁ ବିଭିନ୍ନ ସ୍କ୍ବାଡ୍‌ ଗଠନ କରାଯାଇଛି। ପ୍ରଚୁର ପରିମାଣର ଚୁଡ଼ା ଓ ଗୁଡ଼ ମହଜୁଦ ରହିଛି। କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ଉପରେ ଧ୍ୟାନ ରଖାଯାଇଥିବା ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ପ୍ରକାଶ କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ଏନେଇ ଗୁରୁବାର ଏସ୍‌ଆର୍‌ସିଙ୍କ ସହ ଆଲୋଚନା ହୋଇଛି। ବାତ୍ୟା ମୁକାବିଲା ପାଇଁ ପ୍ରାଥମିକ ସ୍ତରରେ ଯେଉଁସବୁ ପଦକ୍ଷେପ ନେବାକୁ ହେବ ସେନେଇ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିସହ ବିଦ୍ୟୁତ, ଜଳ ଆଦି ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରି ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri