ବିନା ଷ୍ଟାର୍‌ କ୍ୟାମ୍ପେନରରେ ପ୍ରଚାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ରାଜ୍ୟରେ ପୌର ଭୋଟ୍‌ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ପ୍ରଚାର ପାଇଁ ହାତରେ ମାତ୍ର ୭ଦିନ ରହିଲା। ତେଣୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ମୋଟ ୬୭ଟି ଓ୍ବାର୍ଡରେ ନିର୍ବାଚନ ଲଢୁଥିବା ସବୁ ଦଳର ପ୍ରାର୍ଥୀ ଲୋକଙ୍କ ନିକଟତର ହୋଇ ନିଜ ସପକ୍ଷରେ ଭୋଟ୍‌ ନେବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ହେଲେ ପ୍ରମୁଖ ବିଜେଡି, ଭାଜପା ଏବଂ କଂଗ୍ରେସ ଏଯାବତ୍‌ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିନାହାନ୍ତି। ବିଜେଡି ମେୟର ଓ କର୍ପୋରେଟର ପ୍ରାର୍ଥୀ ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀଙ୍କୁ ନେଇ ପ୍ରଚାର ଚଳାଇଥିବାବେଳେ ଭାଜପା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଅପରପକ୍ଷରେ କଂଗ୍ରେସର ସେଭଳି କୌଣସି ବଡ଼ ନେତାଙ୍କୁ ପ୍ରଚାରରେ ଦେଖିବାକୁ ମିଳୁ ନାହିଁ।
ଏଥର ରାଜ୍ୟର ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି। ଶାସକ ବିଜେଡି ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଏକତରଫା ଫଳାଫଳ ଆଣିଛି। ଉକ୍ତ ଫଳାଫଳକୁ ନେଇ ରାଜ୍ୟରେ ଯେଉଁଭଳି ଆଲୋଚନା ଚାଲିଛି ତାହା କୌଣସି ପ୍ରଚାର ଠାରୁ କମ୍‌ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ ବିଜେଡିର ମୁଖ୍ୟ ଷ୍ଟାର କ୍ୟାମ୍ପେନର କୁହାଯାଉଥିବା ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମ୍‌ସି ନିର୍ବାଚନରେ ପ୍ରଚାରକୁ ଓହ୍ଲାଇବାର ସେତେଟା ଆବଶ୍ୟକ ପଡୁନାହିଁ। ୩ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନେ ଏକାଠି ମେୟର ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦୈନିକ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହେବାପରେ ଭାଜପାର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦଳା ଠାକୁର ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଭାଜପା ପ୍ରାର୍ଥୀଙ୍କୁ ଧର୍ମେନ୍ଦ୍ର ଏଯାବତ୍‌ ଶୁଭେଚ୍ଛା ଜଣାଇନାହାନ୍ତି। ଏଥିରୁ ଭାଜପା ନେତାଙ୍କ ମଧ୍ୟରେ ଯେ ସବୁକିଛି ଠିକ୍‌ ନ ଥିବା ଆଲୋଚନା ଜୋର୍‌ ଧରିଲାଣି।
ଅପରପକ୍ଷରେ କଂଗ୍ରେସ ରାଜ୍ୟରେ ଗଲା ୨୦ ବର୍ଷ ହେଲା ଭଲ ପ୍ରଦର୍ଶନ କରୁନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ଦୁଇ ନମ୍ବରରୁ ୩ୟ ସ୍ଥାନକୁ ଖସି ଆସିଛି। ଗଲା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଆହୁରି ଖରାପ ପ୍ରଦର୍ଶନ କରିଛି। ଏଭଳି ସ୍ଥିତିରେ କଂଗ୍ରେସ ପୌର ଭୋଟ୍‌ ଲଢିବା ପାଇଁ ସେତେଟା ପ୍ରୟାସ କରୁଥିବା ମନେ ହେଉ ନାହିଁ। ଭୁବନେଶ୍ୱରର ସବୁ ଓ୍ବାର୍ଡ ପାଇଁ କଂଗ୍ରେସ ଏଥର ପ୍ରାର୍ଥୀ ଦେଇ ପାରି ନ ଥିବା ଏହାର ଏକ ଉଦାହରଣ। କେତେଗୁଡିଏ ଓ୍ବାର୍ଡରେ ପ୍ରାର୍ଥୀମାନେ କଂଗ୍ରେସ ଟିକେଟରେ ନାମାଙ୍କନ ଦାଖଲ କରିଥିବାବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏଭଳି ସ୍ଥିତିରେ ଦଳର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ନ ପାଇବା ଏବଂ କେନ୍ଦ୍ରର କୌଣସି ନେତାମାନେ ପ୍ରଚାରକୁ ନ ଆସିବା ଦଳକୁ ଆହୁରି ଖରାପ ସ୍ଥିତିକୁ ନେଇଯାଇଛି। ଖୋଦ୍‌ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ଥିବାବେଳେ ସେ ପ୍ରଚାର କରିବାକୁ ଆସିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri