ବିନା ଷ୍ଟାର୍‌ କ୍ୟାମ୍ପେନରରେ ପ୍ରଚାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ରାଜ୍ୟରେ ପୌର ଭୋଟ୍‌ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ପ୍ରଚାର ପାଇଁ ହାତରେ ମାତ୍ର ୭ଦିନ ରହିଲା। ତେଣୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ମୋଟ ୬୭ଟି ଓ୍ବାର୍ଡରେ ନିର୍ବାଚନ ଲଢୁଥିବା ସବୁ ଦଳର ପ୍ରାର୍ଥୀ ଲୋକଙ୍କ ନିକଟତର ହୋଇ ନିଜ ସପକ୍ଷରେ ଭୋଟ୍‌ ନେବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ହେଲେ ପ୍ରମୁଖ ବିଜେଡି, ଭାଜପା ଏବଂ କଂଗ୍ରେସ ଏଯାବତ୍‌ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିନାହାନ୍ତି। ବିଜେଡି ମେୟର ଓ କର୍ପୋରେଟର ପ୍ରାର୍ଥୀ ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀଙ୍କୁ ନେଇ ପ୍ରଚାର ଚଳାଇଥିବାବେଳେ ଭାଜପା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଅପରପକ୍ଷରେ କଂଗ୍ରେସର ସେଭଳି କୌଣସି ବଡ଼ ନେତାଙ୍କୁ ପ୍ରଚାରରେ ଦେଖିବାକୁ ମିଳୁ ନାହିଁ।
ଏଥର ରାଜ୍ୟର ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି। ଶାସକ ବିଜେଡି ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଏକତରଫା ଫଳାଫଳ ଆଣିଛି। ଉକ୍ତ ଫଳାଫଳକୁ ନେଇ ରାଜ୍ୟରେ ଯେଉଁଭଳି ଆଲୋଚନା ଚାଲିଛି ତାହା କୌଣସି ପ୍ରଚାର ଠାରୁ କମ୍‌ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ ବିଜେଡିର ମୁଖ୍ୟ ଷ୍ଟାର କ୍ୟାମ୍ପେନର କୁହାଯାଉଥିବା ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମ୍‌ସି ନିର୍ବାଚନରେ ପ୍ରଚାରକୁ ଓହ୍ଲାଇବାର ସେତେଟା ଆବଶ୍ୟକ ପଡୁନାହିଁ। ୩ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନେ ଏକାଠି ମେୟର ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦୈନିକ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହେବାପରେ ଭାଜପାର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦଳା ଠାକୁର ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଭାଜପା ପ୍ରାର୍ଥୀଙ୍କୁ ଧର୍ମେନ୍ଦ୍ର ଏଯାବତ୍‌ ଶୁଭେଚ୍ଛା ଜଣାଇନାହାନ୍ତି। ଏଥିରୁ ଭାଜପା ନେତାଙ୍କ ମଧ୍ୟରେ ଯେ ସବୁକିଛି ଠିକ୍‌ ନ ଥିବା ଆଲୋଚନା ଜୋର୍‌ ଧରିଲାଣି।
ଅପରପକ୍ଷରେ କଂଗ୍ରେସ ରାଜ୍ୟରେ ଗଲା ୨୦ ବର୍ଷ ହେଲା ଭଲ ପ୍ରଦର୍ଶନ କରୁନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ଦୁଇ ନମ୍ବରରୁ ୩ୟ ସ୍ଥାନକୁ ଖସି ଆସିଛି। ଗଲା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଆହୁରି ଖରାପ ପ୍ରଦର୍ଶନ କରିଛି। ଏଭଳି ସ୍ଥିତିରେ କଂଗ୍ରେସ ପୌର ଭୋଟ୍‌ ଲଢିବା ପାଇଁ ସେତେଟା ପ୍ରୟାସ କରୁଥିବା ମନେ ହେଉ ନାହିଁ। ଭୁବନେଶ୍ୱରର ସବୁ ଓ୍ବାର୍ଡ ପାଇଁ କଂଗ୍ରେସ ଏଥର ପ୍ରାର୍ଥୀ ଦେଇ ପାରି ନ ଥିବା ଏହାର ଏକ ଉଦାହରଣ। କେତେଗୁଡିଏ ଓ୍ବାର୍ଡରେ ପ୍ରାର୍ଥୀମାନେ କଂଗ୍ରେସ ଟିକେଟରେ ନାମାଙ୍କନ ଦାଖଲ କରିଥିବାବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏଭଳି ସ୍ଥିତିରେ ଦଳର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ନ ପାଇବା ଏବଂ କେନ୍ଦ୍ରର କୌଣସି ନେତାମାନେ ପ୍ରଚାରକୁ ନ ଆସିବା ଦଳକୁ ଆହୁରି ଖରାପ ସ୍ଥିତିକୁ ନେଇଯାଇଛି। ଖୋଦ୍‌ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ଥିବାବେଳେ ସେ ପ୍ରଚାର କରିବାକୁ ଆସିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?