ଗଞ୍ଜି କିଣା ବିଜ୍ଞାପନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଜଗତ୍‌ସିଂହପୁର, ୧୨ା୧୨(ପ୍ରମୋଦ କୁମାର ନାୟକ):  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସାମାଜିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟରେ ସମ୍ପୃକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଛାତ୍ରୀଛାତ୍ରମାନେ କିପରି ନିଜର ଆତ୍ମବଳ ବୃଦ୍ଧି ସହ ଦକ୍ଷତା ପ୍ରତିପାଦିତ କରିପାରିବେ, ସେନେଇ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାମାଜିକ କାର୍ଯ୍ୟ ଆଦି କରାଯାଉଛି। ମହାବିଦ୍ୟାଳୟଠାରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ୟୁଥ ଫେଷ୍ଟିଭାଲ କରିବା ଯୋଜନା ରହିଛି। ଏନେଇ ବିଭିନ୍ନସ୍ତରରେ ସନ୍ତୋଷଜନକ ଅନୁଦାନ ଯୋଗାଇ ଦିଆଯାଇଛି। ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ଅନୁଯାୟୀ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ସ୍ମାରକ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏସ୍‌ଭିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ହୋଇଛି। ଡିସେମ୍ବର ୧୩ରେ ମହାବିଦ୍ୟାଳୟ ପରିସରରେ ଏହି ଉତ୍ସବର ଆୟୋଜନ ହେବାକୁ ଯାଉଛି। ଏହାପୂର୍ବରୁ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜି କିଣାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଡିସେମ୍ବର ୪ରେ ଏକ ଓଡ଼ିଆ ଦୈନିକ ଖବର କାଗଜରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେଉଁ ଫାର୍ମଗୁଡିକ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏସ୍‌ଭିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୯ା୧୨ା୨୩ ସୁଦ୍ଧା କଟନ ବାନିୟନ ଏକ୍ସଏଲ୍‌ ଏବଂ ଏକ୍ସଏକ୍ସଏଲ୍‌ ଗଞ୍ଜି ଯୋଗାଇ ପାରିବେ ସେମାନେ ଆବେଦନ କରିବେ। କିନ୍ତୁ ଗଞ୍ଜିରେ ‘ଆଇଓ୍ବାଇଡିପି ଏବଂ # ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା’ ଲେଖା ସହ ନିର୍ଦ୍ଦିଷ୍ଟ ରଙ୍ଗ ଥିବା ଦରକାର। କୋଟେଶନ୍‌ଗୁଡିକ ମହାବିଦ୍ୟାଳୟ କୋଟେସନ୍‌ ବକ୍ସରେ ୫ା୧୨ା୨୩ ସୁଦ୍ଧା ଯୋଗାଯୋଗ ନମ୍ବର ଏବଂ ଜିଏସ୍‌ଟି କୋଡ ସହ ପହଞ୍ଚତ୍ ପାରୁଥିବା ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ ଥିଲା। ତେବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ପର୍କରେ କେତେଜଣ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି, ବିଜ୍ଞାପନ ବାହାରିବାର ଦିନକ ଭିତରେ କୋଟେଶନ୍‌ ଦାଖଲ ପାଇଁ ସୁଯୋଗ ରହିବା ଆଦୌ ଗ୍ରହଣୀୟ ନୁହେଁ। କେବଳ ଏତିକି ନୁହେଁ, ୪ ତାରିଖରେ ବିଜ୍ଞାପନ ବାହାରିଥିଲେ ସୁଦ୍ଧା ୫ରେ ଅଷ୍ଟମୀ କାରଣରୁ ମହାବିଦ୍ୟାଳୟ ଛୁଟି ଥିଲା। ତେଣୁ ଏହି ଦିନ ଫାର୍ମଗୁଡ଼ିକ ମହାବିଦ୍ୟାଳୟ କୋଟେଶନ୍‌ ବକ୍ସରେ ଦାଖଲ କରିବା ସମ୍ଭବ ନୁହେଁ। ଅନ୍ୟପଟେ ଡିସେମ୍ବର ୯ ସୁଦ୍ଧା ଗଞ୍ଜି କିଣାଯିବା ପାଇଁ ବିଜ୍ଞାପନରେ ଉଲ୍ଲେଖ ରହିଛିି। କିନ୍ତୁ ତାହା ଏ ପର୍ଯ୍ୟନ୍ତ କିଣାଯାଇନାହିଁ। ମହାବିଦ୍ୟାଳୟ ପକ୍ଷରୁ ବିଜ୍ଞାପନ ଆଳରେ ଚଞ୍ଚକତା ପାଇଁ ଉଦ୍ୟମ ହୋଇଥିବା ଏହି ବ୍ୟକ୍ତିମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ଉପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ପାତ୍ରଙ୍କୁ ପଚାରିବାରୁ ସେ ଗଞ୍ଜି କିଣାଯିବା କଥା ଚୂଡାନ୍ତ ହୋଇଥିବା କହିଥିଲେ ସୁଦ୍ଧା ଅନ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଏପରି କି ନୋଡାଲ ଅଫିସର ଏ ବିଷୟରେ ଜାଣିଥିବା କହିଥିଲେ। ମହାବିଦ୍ୟାଳୟ ନୋଡାଲ ଅଫିସର ଡ. ଜ୍ୟୋତିରଞ୍ଜନ ସାମଲଙ୍କୁ ପଚାରିବାରୁ, ଆସନ୍ତା ୧୩ରେ ଉତ୍ସବ ପାଇଁ ୧୨୦୦ ପିସ୍‌ ଗଞ୍ଜି କିଣାଯିବ। ଅଧ୍ୟକ୍ଷଙ୍କ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବା ପରେ ୩ଟି ଫାର୍ମ (କଟକର ୨, ଜଗତ୍‌ସିଂହପୁର ୧) କୋଟେଶନ୍‌ ଦାଖଲ କରିଥିଲେ। ସେଥିମଧ୍ୟରୁ ଜଗତ୍‌ସିଂହପୁରର ଏକ ଫାର୍ମ ସର୍ବନିମ୍ନ ଦରରେ ଗଞ୍ଜି ଯୋଗାଇବା ପାଇଁ ସ୍ବୀକୃତି ଦେଇଛି। ତେଣୁ ଏହି ଫାର୍ମ ଗଞ୍ଜି ଯୋଗାଇବା ଚୂଡାନ୍ତ ହୋଇଛି। ଆସନ୍ତା ୧୩ ଭିତରେ ସମ୍ପୃକ୍ତ ଫାର୍ମ ଗଞ୍ଜି ଯୋଗାଇବ। କିନ୍ତୁ ବିଜ୍ଞାପନ ପ୍ରକାଶ ଓ ସେଥିରେ ଥିବା ତ୍ରୁଟି ସମ୍ପର୍କରେ ସେ ଅନଭିଜ୍ଞ। ଅଧ୍ୟକ୍ଷ ଏ ବାବଦରେ କହିପାରିବେ ବୋଲି ସାମଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

ଗ୍ରୀଷ୍ମ ପ୍ରବାହକୁ ଖାତିର ନାହିଁ: ମାରାଥନ ପ୍ରଚାରରେ ପ୍ରାର୍ଥୀ

କେସିଙ୍ଗା,୩।୫(ତୁମେଶ୍ୱର ସାହୁ): ମେ’ ୧୩ରେ ଓଡ଼ିଶରେ ପ୍ରଥମ ପର୍ଯ୍ୟାୟ ଭୋଟ। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ନିର୍ବାଚନ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri