୪ବର୍ଷିଆ ୟୁଜି ପାଠ୍ୟକ୍ରମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପାଠ ପଢ଼ିବାକୁ ହେବ। ଏ ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁସାରେ ପୂର୍ବରୁ ୟୁଜିସି ଏ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲା। ସୋମବାର ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଡିମ୍‌ଡ୍‌ ୟୁନିଭର୍ସିଟି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ସ୍ନାତକ ପାଇଁ ପ୍ରସ୍ତୁତ ହୋଇଥିବା କରିକୁଲମ ଆଣ୍ଡ୍‌ କ୍ରେଡିଟ୍‌ ଫ୍ରେମ୍‌ଓ୍ବର୍କକୁ ଲାଗୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି।
ଏହି ନୂତନ ନିୟମାନୁସାରେ,ଏଣିକି ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡରଗ୍ରାଜୁଏଶନ (ୟୁଜି) ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରୀଛାତ୍ର ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ। ତେବେ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢ଼ିବାକୁ ପଡ଼ିବ। କିନ୍ତୁ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ରଖାଯାଇଛି। ସେହିଭଳି ଯେଉଁ ଛାତ୍ରୀଛାତ୍ର ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏଶନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ। ଯେଉଁମାନେ ଏବେ ସ୍ନାତକରେ ନାମ ଲେଖାଇ ସାରିଛନ୍ତି ଏକବର୍ଷ ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ। ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ଓ ୪ବର୍ଷିଆ ସ୍ନାତକ ଅନର୍ସ ଡିଗ୍ରୀଧାରୀଙ୍କ ଲାଗି ବର୍ଷିକିଆ ପିଜି ପାଠ୍ୟକ୍ରମ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ...

ବ୍ୟାଙ୍କ ସମ୍ମୁଖରୁ ୫ ଲକ୍ଷ ନେଇଯିବାକୁ ବସିଥିଲେ …

ବଲାଙ୍ଗୀର ଅଫିସ,୭।୧୧: ବଲାଙ୍ଗୀର ଜିଲା ପାଟଣାଗଡ଼ ସହର ରାମଜୀ ଛକ ବ୍ୟାଙ୍କ ସମ୍ମୁଖରୁ ସୋମବାର ଲୁଟ୍‌ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା...

୭ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟଙ୍କ ପରଲୋକ

କଟକସଦର,୧ା୭(ଡି.ଏନ୍‌.ଏ.): କଟକ ଜିଲା ପରିଷଦ ୭ ନଂ ଜୋନ୍‌ର ସଭ୍ୟ ତଥା କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ଯଶପଡ଼ା ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାମଲ(୫୫)ଙ୍କ...

ବଦଳିଲେ ୪ ଆଇଆଇସି

ରାୟଗଡ଼ା,୨୧।୨(ସ୍ବ.ପ୍ର.): ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି। ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ...

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ...

ପକ୍ଷୀକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କେନ୍ଦୁଝର, ୧୨।୭(ସ୍ବ.ପ୍ର.) କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ବଡପଶି ଗ୍ରାମରେ ଶହ ଶହ ବଗ, ଗେଣ୍ତlଳିଆ ଆଦି ଚଢ଼େଇ ଦୁଇଟି...

ପରଲୋକରେ ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦ

କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ...

ଗିରଫ ହେଲେ ସୁନ୍ଦରଗଡ଼ ଏଡିଏମ୍‌

ଭୁବନେଶ୍ୱର/ସୁନ୍ଦରଗଡ଼,୧୩ା୨(ବ୍ୟୁରୋ/ଡି.ଏନ୍‌.ଏ.): ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର ଶେଷରେ ଗିରଫ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରବିବାର ତାଙ୍କୁ...

Advertisement
Archives

Model This Week