Posted inUncategorized

ଦୁଃସାହସିକ ପର୍ଯ୍ୟଟନ

ବୋଷ୍ଟନ୍‌/ଓ୍ବାଶିଂଟନ୍‌,୨୪।୬: (ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ): ନୂଆ ଜାଗାକୁ ଯାଇ ତା’ ବିଷୟରେ ଜାଣିବା ଛଡ଼ା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସ୍ପେସ୍‌ ଓ ଅଣ୍ଡରଓ୍ବାଟର ସି’ ଟ୍ରାଭେଲ୍‌ କରିବା ପସନ୍ଦ। ବିଶେଷ କରି ଧନିକ ଶ୍ରେଣୀର ଲୋକମାନେ ଏହି ଆଡ୍‌ଭାନ୍ସଡ୍‌ ଟ୍ରାଭେଲ୍‌ ପାଇଁ ଅଧିକ ମନ ବଳାଉଛନ୍ତି। ଉତ୍ତର ଆଟଲାଣ୍ଟିକ୍‌ରେ ଓସେନ୍‌ଗେଟ୍‌ର ବୁଡ଼ାଜାହାଜ ଟାଇଟାନ୍‌ରେ ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ଦେଖିବାକୁ ସମୁଦ୍ର ଭିତରକୁ ଯାଇଥିବା ଷ୍ଟକ୍‌ଟୋନ୍‌ ରଶ୍‌, ଶେହଜାଦା, ସୁଲେମାନ, ହାମିଶ ହାର୍ଡିଙ୍ଗ ଏବଂ ପଲ୍‌-ହେନରି ନାର୍ଜିଓଲେଟଙ୍କ ମୃତ୍ୟୁ ଘଟିଛି। ମୃତକମାନେ କୌଣସି ସାଧାରଣ ଲୋକ ନ ଥିଲେ। ସମସ୍ତେ ଅରବପତି ଥିବାବେଳେ ସେମାନଙ୍କୁ ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ୍‌ କରିବା ପସନ୍ଦ ଥିଲା।
ରବିବାର ଟାଇଟାନ ନିଜର ଏହି ୮ ଦିନିଆ ସମୁଦ୍ର ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ପାଖାପାଖି ୧ ଘଣ୍ଟା ୪୫ ମିନିଟ୍‌ ପରେ ବୁଡ଼ାଜାହାଜ ସହ ଅପରେଟିଂ ଟିମ୍‌ର ସଂଯୋଗ ତୁଟି ଯାଇଥିଲା। ସୂଚନା ମୁତାବକ ବୁଡ଼ାଜାହାଜରେ ଥିବା ୯୬ ଘଣ୍ଟାର ଅମ୍ଳଜାନ ଗୁରୁବାର ଶେଷ ହୋଇଯାଇଥିଲା। ୫ ଜଣଙ୍କ ସଲିଳ ସମାଧି ହୋଇଥିବା ଓସେନ୍‌ଗେଟ୍‌ ମୁଖ୍ୟ ବିଳମ୍ବିତ ରାତିରେ କହିଥିଲେ। ୧୬୦୦ ମିଟର ଗଭୀର ଜଳରାଶି ତଳେ ବୁଡ଼ାଜାହାଜର ବର୍ଜ୍ୟ ମିଳିଥିବା ଫାଷ୍ଟ କୋଷ୍ଟ ଗାର୍ଡ ଡିଷ୍ଟ୍ରିକ୍ଟର ରିୟର୍‌ ଆଡ୍‌ମିରାଲ ଜନ୍‌ ମଉଜର କହିଛନ୍ତି। ଅନ୍ୟପକ୍ଷେ ରବିବାର ସକାଳେ ଟାଇଟାନ୍‌ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାର କିଛି ସମୟ ପରେ ଗଭୀର ଜଳରେ ଏକ ବିସ୍ଫୋରଣ ହେବାର ଶବ୍ଦ ଶୁଣିବାକୁ ମିଳିଥିବା ଆମେରିକୀୟ ନୌସେନା ମୁଖ୍ୟ ସୂଚନା ଦେଇଥିଲେ। ତେବେ ସମୁଦ୍ର ଭିତରେ ଟାଇଟାନ୍‌ ସହ କ’ଣ ଘଟିଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଥିବା ମଉଜର କହିଛନ୍ତି।

ମହାକାଶ-ସମୁଦ୍ର ପର୍ଯ୍ୟଟନ

କମର୍ସିଆଲ କମ୍ପାନୀଗୁଡ଼ିକ ପ୍ରତିବର୍ଷ ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ ପାଇଁ କୋଟିପତିଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହାଛଡ଼ା ମହାକାଶ ଓ ସମୁଦ୍ର ପର୍ଯ୍ୟଟନ କ୍ଷେତ୍ରରେ ସରକାର ମଧ୍ୟ ମୋଟା ଅଙ୍କର ଅର୍ଥ ଏଥିରେ ବିନିଯୋଗ କରୁଛନ୍ତି। କମ୍ପାନୀ ଅର୍ଗାନାଇଜରଙ୍କ ମତରେ ଟ୍ରାଭେଲରୁ ଆସୁଥିବା ଅର୍ଥକୁ ଏ ସଂକ୍ରାନ୍ତୀୟ ଅଧିକ ତଥ୍ୟ ଯୋଗାଡ ଓ ଗବେଷଣା କ୍ଷେତ୍ରରେ ବ୍ୟବହାର କରାଯାଉଛି। କିନ୍ତୁ ଏହି ଆଡ୍‌ଭେଞ୍ଚରିୟସ୍‌ ଟ୍ରାଭେଲ୍‌ ଏବେ ସମାଜ ପାଇଁ ଘାତକ ସାଜିଛି।
ସମୁଦ୍ରର ଗଭୀର ଜଳରାଶିର ସ୍ଥିତି ଏବଂ ସେଠାରେ ବାସବାସ କରୁଥିବା ପ୍ରାଣୀଙ୍କ ସମ୍ବନ୍ଧରେ ଜାଣିବା ତଥା ରିସର୍ଚ୍ଚ ଉଦ୍ଦେଶ୍ୟରେ ଗବେଷକମାନେ ବୁଡ଼ାଜାହାଜ ଜରିଆରେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି। ଏ ପ୍ରକାର ଅଭିଯାନର ଅର୍ଥନୀତି, ମିଲିଟାରି ଏବଂ ସାଇଣ୍ଟିଫିକ୍‌ ଉଦ୍ଦେଶ୍ୟ ପାଇଁ ଏଥିରେ ଅନେକ କମ୍ପାନୀ ସାମିଲ ହୋଇଥାନ୍ତି ବୋଲି ଅବସରପ୍ରାପ୍ତ ଆମେରିକୀୟ କୋଷ୍ଟ ଗାର୍ଡ କ୍ୟାପ୍‌ଟେନ୍‌ ଆଣ୍ଡ୍ରେୟୁ ନୋରିସ୍‌ କହିଛନ୍ତି। ବୁଡାଜାହାଜ ଯାତ୍ରାକୁ ୧୯୮୦ରେ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଏହା ପ୍ରତ୍ୟେକ ଦେଶରେ ଉପଲବ୍ଧ।

ଟାଇଟାନ୍‌ରେ ଯାତ୍ରା ପାଇଁ ୨,୦୫,୦୬,୯୩୭ ଟଙ୍କା

ଓସେନ୍‌ଗେଟ୍‌ର ଟାଇଟାନ୍‌ ବୁଡ଼ାଜାହାଜରେ ଯାତ୍ରା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ୨୫୦,୦୦୦ ଡଲାର (୨,୦୫,୦୬,୯୩୭ ଟଙ୍କା)ର ଆବଶ୍ୟକତା ପଡ଼ିଥାଏ। ପାଖାପାଖି ୪୦୦ ମାଇଲ୍‌ ଯାତ୍ରା କରୁଥିବା ଏହି ବୁଡ଼ାଜାହାଜ ୮ ଦିନ କାଳ ଗଭୀର ଜଳରେ ରହିଥାଏ। ମେରାଇନ୍‌ ଟେକନୋଲୋଜି ସୋସାଇଟି (ଏମ୍‌ଟିଏସ୍‌) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ପର୍ଯ୍ୟଟକଙ୍କୁ ନେଇ ଅଣ୍ଡର ସି’ ଟ୍ରାଭେଲ୍‌ କରୁଥିବା ବୁଡ଼ାଜାହଜ ବିପଦକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ନେଇଥାଏ। ଗତ ୫୦ ବର୍ଷ ଧରି ଏ ପ୍ରକାର ଦୁର୍ଘଟଣା ଘଟି ନାହିଁ ବୋଲି ଏମ୍‌ଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ବୁଡ଼ାଜାହାଜ ତୁଳନାରେ କାର୍ବନ ଫାଇବରେ ନିର୍ମିତ ଟାଇଟାନ ଅଧିକ ସୁରକ୍ଷିତ।

ଟାଇଟାନିକ୍‌ ଦେଖିବାକୁ କମ୍‌ ଲୋକ ଆଗ୍ରହୀ

ଟାଇଟାନିକ୍‌ ଜାହାଜ ୧୯୧୨ ଏପ୍ରିଲ ୧୪ରେ ବୁଡ଼ିଯାଇଥିଲା। ୧୯୮୫ରେ ରୋବର୍ଟ ବାଲାର୍ଡ ଏହାର ଭଗ୍ନାବଶେଷକୁ ସମୁଦ୍ରର ଗଭୀର ଜଳ ମଧ୍ୟରେ ଠାବ କରିଥିଲେ। ଟାଇଟାନିକ ଏବଂ ସମୁଦ୍ରର ଭିତର ବାତାବାରଣ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଲା। ଆଗ୍ରହୀ ବ୍ୟକ୍ତିଙ୍କୁ ଟାଇଟାନିକ୍‌ ଦେଖାଇବା ପାଇଁ ଓସେନ୍‌ଗେଟ୍‌ ନିଷ୍ପତ୍ତି ନେଲା। ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଓସେନଗେଟ ଡଜନରୁ ଅଧିକ ଡାଇଭ୍‌ କରିସାରିଛି। ଗତ ୨୦ ବର୍ଷ ମଧ୍ୟରେ ଖୁବ୍‌ କମ୍‌ ଲୋକ ଟାଇଟାନିକ୍‌ ଜାହାଜ ଦେଖିବାକୁ ମନ ବଳାଇଛନ୍ତି। ଅଧିକାଂଶ ଲୋକେ ସମୁଦ୍ରଜୀବଙ୍କୁ ଦେଖିବା ପାଇଁ ଓସେନ୍‌ଗେଟ୍‌ର ବୁଡ଼ାଜାହାଜରେ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri