ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥଙ୍କ ପୌରୋହିତ୍ୟରେ ନାମ ଲେଖାଇଥିବା ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯିବା ସହ କଲେଜର ନୀତିନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ପାଠପଢ଼ା ସହ ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ବିକାଶ ପ୍ରତି ଧ୍ୟାନ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଯୁକ୍ତ ୨ ନାମଲେଖା ଦାୟିତ୍ୱରେ ଥିବା ସଂଯୋଜକ ତଥା ଷ୍ଟାଫ କାଉନସିଲ ସଚିବ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ବାଇଁ ସଭା ପରିଚାଳନା କରିବା ସହ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଭଗବଦ ଗୀତାର ଆଦର୍ଶ ଅନୁସରଣ କରି ଜ୍ଞାନ, କର୍ମ ଓ ନୈତିକତାର ସମନୱୟରେ ବିଦ୍ୟାଧ୍ୟୟନ ଜୀବନକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ। କଲେଜ ପ୍ରଶାସନିକ ଅଧିକାରୀ ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଆତ୍ମ ସୁରକ୍ଷା ଶିବିର, ସରକାରଙ୍କ ଶିକ୍ଷା ବିଭାଗର ଶିକ୍ଷା ଜ୍ୟୋତି, ସାଥୀ, ଅନଲାଇନ କ୍ଲାସ ଏବଂ ୱେବିନାର ବିଷୟରେ ଅବଗତ କରାଇଥିଲେ। ଶିକ୍ଷା ଅଧିକାରୀ ଅଧ୍ୟାପକ ସୁଧାଂଶୁ ମୁଖୀ ପାଢ଼ୀ, ସୁବାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ଦାସ, ଡ. ସୁରେନ୍ଦ୍ର ଶବର, ସଞ୍ଜୟ କୁମାର ଭୂୟାଁ, କାଳୀ ପ୍ରସାଦ ରେଡ୍ଡୀ, ସନ୍ତୋଷ କୁମାର ମହାପାତ୍ର, ଅଧ୍ୟାପିକା ମେଡଲିନ କୁଜୁର୍‌, ଡ. ଶାରଦା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଜ୍ଞାନୋଦୟ ଯୋଜନା ଅଧୀନରେ ଦେୟମୁକ୍ତ ଶିକ୍ଷା ସୁଯୋଗରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ଅଟେ ଏବଂ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ନାମଲେଖା, ମେଧାବୃତ୍ତି ଏବଂ ପରୀକ୍ଷା ସମ୍ପର୍କିତ ସୁବିଧା ବାଧାପ୍ରାପ୍ତ ହେବ ବୋଲି ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା ଓଁକାରଶ୍ରୀ ପଣ୍ଡା, ସରସ୍ବତୀ ପଣ୍ଡା, ବର୍ଷା ପାଣିଗ୍ରାହୀ, ରାଜା ସିଂ, ବଡ୍ଡୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ର ଛାତ୍ରବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri