Posted inଜାତୀୟ

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ଜି.ଆର୍‌. ସ୍ବାମୀନାଥନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ତଦନ୍ତରେ ଜଣାପଡ଼େ ଆଡମିନିଷ୍ଟ୍ରେଟରଙ୍କର କୌଣସି ସମ୍ପୃକ୍ତି ନାହିଁ ତେବେ ତାଙ୍କୁ ଆପତ୍ତିଜନକ କଣ୍ଟେଟ୍‌ ପାଇଁ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ‘କରୁର୍‌ ଲୟରର୍ସ’ ନାମକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ବିଚାର ସମୟରେ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ବେଞ୍ଚ୍‌ ପକ୍ଷରୁ ଏଭଳି କୁହାଯାଇଛି।

ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି କରୁଥିବା କଣ୍ଟେଟ୍‌ ପଛିୟାପ୍ପନ୍‌ ନାମକ ଜଣେ ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ଏନେଇ ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ବିରୋଧରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ଏବଂ ଆପିତ୍ତିଜନକ କଣ୍ଟେଟ୍‌ ବ୍ୟବହାର ପାଇଁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୫୩-ଏ ଏବଂ ୨୯୪-ବି ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତଙ୍କକ ତାଲିକାରୁ ନାମ ହଟାଇବା ଲାଗି ଗ୍ରୁପ୍‌ ଆଡମିନିଷ୍ଟ୍ରେଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ୍‌ ହାଇକୋର୍ଟ ୨୦୨୧ରେ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ରାୟ ଆଧାରରେ କହିଛନ୍ତି ଯେ,ଏଭଳି କ୍ଷେତ୍ରରେ ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କର କୌଣସି ଦାୟିତ୍ୱ ନାହିଁ। ତାଙ୍କୁ ଏନେଇ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ ସେ ଗ୍ରୁପ୍‌ର କେବଳ ଜଣେ ଆଡମିନିଷ୍ଟ୍ରେଟର। ଏନେଇ ତାଙ୍କୁ ଉତ୍ତରଦାୟୀ କରିହେବ ନାହିଁ। ଗ୍ରୁପ୍‌ ସଦସ୍ୟଙ୍କ କୌଣସି ଆପତ୍ତିଜନକ କାର୍ଯ୍ୟ ସେ ପୂର୍ବରୁ ଜାଣିବା ପ୍ରାୟ ଅସମ୍ଭବ।

କେବଳ ଗ୍ରୁପ୍‌ ସଦସ୍ୟଙ୍କୁ ସଂଯୁକ୍ତ କରିବା ଅବା ହଟାଇବା ଭଳି ସୀମିତ ଶକ୍ତି ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ପାଖରେ ରହିଥାଏ। ତେବେ କୌଣସି ପୋଷ୍ଟକୁ ନିୟନ୍ତ୍ରିତ, ମଡୋରେଟ୍‌ ଅବା ସେନସର କରିବା ଶକ୍ତି ଗ୍ରୁପ୍‌ ଆଡମିନିଷ୍ଟ୍ରେଟରଙ୍କ ପାଖରେ ନ ଥାଏ। ସେହିପରି ଯେ କୌଣସି ସଦସ୍ୟ ନିଜ ଇଛା ଅନୁସାରେ ଗ୍ରୁପ୍‌ରୁ ବାହାରି ଯାଇଥାନ୍ତି ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri