ପ୍ରଶାସନିକ ସଂସ୍କାର

Dillip Cherian

ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରୟାସ କରିଥିଲେ। ଏହି ଅବସରରେ ସରକାର ନ୍ୟାଶନାଲ କାପାସିଟି ବିଲ୍‌ଡିଂ ପ୍ରୋଗ୍ରାମ ବା ‘ଜାତୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ’କୁ ଆଗକୁ ବଢ଼ାଇଥିଲେ। ଶେଷରେ ଏହି ଯୋଜନାରେ କାପାସିଟି ବିଲ୍‌ଡିଂ କମିଶନ ବା କ୍ଷମତା ବିକାଶ ଆୟୋଗ (ସିବିସି) ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନ୍ୟାଶନାଲ ପ୍ରୋଗ୍ରାମ ଫର୍‌ ସିଭିଲ ସର୍ଭିସ କାପାସିଟି ବିଲ୍‌ଡିଂ ବା ରାଷ୍ଟ୍ରୀୟ ସିଭିଲ ସର୍ଭିସ କ୍ଷମତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରୁଛି। ଏହା ମଧ୍ୟ ‘ମିଶନ କର୍ମଯୋଗୀ’ ନାମରେ ଜଣାଶୁଣା। ସରକାର ଏବେ ଘରୋଇ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସମ୍ପର୍କରେ ଅଧିକ ଚିନ୍ତା କରୁଥିବା ଜଣାପଡ଼ିଛି। ଏହି କ୍ରମରେ ନୂତନ ସିବିସିର ମୁଖ୍ୟ ଭାବେ କ୍ୱାଲିଟି କାଉନ୍‌୍‌ସିଲ ଅଫ୍‌ ଇଣ୍ଡିଆ(କ୍ୟୁସିଆଇ) ବା ଭାରତୀୟ ଗୁଣବତ୍ତା ପରିଷଦର ମୁଖ୍ୟ ଅଦିଲ ଜୈନୁଲଭାଇଙ୍କୁ ନିଯୁକ୍ତି ଦିଆଯାଇଛି। କ୍ୟୁସିଆଇ ଏକ ସ୍ବୟଂଶାସିତ ସଂସ୍ଥା ଓ ଏହା ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ୍‌ ପ୍ରମୋଶନ(ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ) ଅଧୀନରେ କାର୍ଯ୍ୟ କରେ। ଅଦିଲ ମ୍ୟାକ୍‌କିନସେ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଏବଂ ମୋଦିଙ୍କର ଜଣେ ସମର୍ଥକ । ସିବିସିର ଦୁଇ ଜଣ ସଦସ୍ୟ ରହିବେ । ସେମାନେ ହେଲେ ରାମସ୍ବାମୀ ବାଲ୍‌ସୁବ୍ରମଣ୍ୟମ ଏବଂ ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରବୀଣ ପରଦେଶୀ। ଏହିସବୁ ବିଷୟ ଉପରେ ନଜର ରଖିଥିତ୍ବା ବ୍ୟକ୍ତିମାନେ ବିଚାର କରନ୍ତି ଯେ, ଯେଉଁଦିନ ମଲ୍ଲିକା ଶ୍ରୀନିବାସନ ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି) ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡର ନୂତନ ଅଧ୍ୟକ୍ଷ ହେବେ ବୋଲି ଘୋଷଣା କରାଯାଇଥିଲା ଠିକ୍‌ ସେହି ଦିନ ଜୈନୁଲଭାଇଙ୍କ ନିଯୁକ୍ତି ହୋଇଥିଲା । ପ୍ରଥମ ଥର ପାଇଁ ପିଇଏସ୍‌ବିର ମୁଖ୍ୟ ଭାବେ ଜଣେ ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି। ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍‌ରେ ଥିବା ଶୀର୍ଷ ମ୍ୟାନେଜମେଣ୍ଟ ପଦବୀଗୁଡ଼ିକରେ ନିଯୁକ୍ତି ଦେବା ଏହି ବୋର୍ଡର ଦାୟିତ୍ୱ। ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଆଇଏଏସ୍‌ଙ୍କୁ ତୀବ୍ର ସମାଲୋଚନା କରିବା ସମୟରୁ ସ୍ପଷ୍ଟ ବାର୍ତ୍ତା ମିଳିଯାଇଛି। ‘ସ୍ବର୍ଗରେ ଜନ୍ମିତ’ ବୋଲି କୁହାଯାଉଥିବା ଆଇଏଏସ୍‌ମାନଙ୍କୁ ନେଇ ପ୍ରଶାସନ ଚଳାଇବା ଉପରେ ସରକାର ସବୁବେଳେ ନିର୍ଭର କରିବା ବଦଳରେ ବାହାରୁ ବିଭିନ୍ନ କ୍ଷେତ୍ରରୁ ଅଧିକ ବିଶେଷଜ୍ଞଙ୍କୁ ଆଣିବାକୁ ସ୍ପଷ୍ଟ ଘୋଷଣା କରିଛନ୍ତି। ଆଇଏଏସ୍‌ମାନେ କିଛି ବାଧା ସୃଷ୍ଟି କରିବେ ଏହା ନିଃସନ୍ଦେହ। କିନ୍ତୁ ଏହି ବାଧା ହଟାଇ ଅତ୍ୟାବଶ୍ୟକ ସଂସ୍କାର ଆଣିବା ଲାଗି ମୋଦି ଦୃଢ ନିଶ୍ଚିତ ଅଛନ୍ତି।
ଅନିଶ୍ଚିତ ନିଯୁକ୍ତି
ତାମିଲନାଡୁର ପୂର୍ବତନ ମୁଖ୍ୟ ଶାସନ ସଚିବ ଗିରିଜା ବୈଦ୍ୟନାଥନ ଆଗାମୀ ଦିନଗୁଡ଼ିକରେ ଅନିଶ୍ଚିତାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜଣେ ବିଶେଷଜ୍ଞ ସଦସ୍ୟ ଭାବେ ଭିବଷ୍ୟତରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଯୋଗଦେବାକୁ ଥିବା ବୈଦ୍ୟନାଥନଙ୍କ ନିଯୁକ୍ତିକୁ ମାଡ୍ରାସ ହାଇକୋର୍ଟ ସ୍ଥଗିତ ରଖିତ୍ଛନ୍ତି। ନିଯୁକ୍ତି ଉପରେ ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ଦେବା ସହ ବୈଦ୍ୟନାଥନଙ୍କ ପରିବେଶଗତ ସମସ୍ୟା ସଞ୍ଚାଳନ କରିବାରେ ୫ ବର୍ଷର ଅଭିଜ୍ଞତା ହାସଲ କରିଥିତ୍ବାର ସର୍ବନିମ୍ନ ଯୋଗ୍ୟତା ନାହିଁ ବୋଲି କୋର୍ଟ ଦର୍ଶାଇଥିଲେ। ପରିବେଶଗତ ସୁରକ୍ଷା ସହ ଜଡ଼ିତ କର୍ମକର୍ତ୍ତାମାନଙ୍କ ପିଟିଶନ ଉପରେ କୋର୍ଟ ଶୁଣାଣି କରୁଥିଲେ। କର୍ମକର୍ତ୍ତାମାନେ ବୈଦ୍ୟନାଥନଙ୍କ ନିଯୁକ୍ତି ସମ୍ପର୍କିତ ୧୨ ଡିସେମ୍ବର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ, ବୈଦ୍ୟନାଥନ ତାଙ୍କ ୧୯୮୭ ବ୍ୟାଚ୍‌ର ସହକର୍ମୀ କେ.ସତ୍ୟଗୋପାଲଙ୍କ ସହ ଏନ୍‌ଜିଟିର ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ସତ୍ୟଗୋପାଲ ଯୁଗ୍ମ ଶାସନ ସଚିବ ଏବଂ ରାଜସ୍ବ ପ୍ରଶାସନର କମିଶନର ଭାବେ ଦାୟିତ୍ୱ ବହନ କରି ଅବସର ନେଇଥିଲେ। ତେବେ ବୈଦ୍ୟନାଥନ ପରିବେଶ ସମ୍ବନ୍ଧିତ ବିଭିନ୍ନ ପ୍ରଶାସନିକ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିବା ଯୁକ୍ତି ବାଢିଥିଲେ ମଧ୍ୟ ତାହା କୋର୍ଟଙ୍କୁ ପ୍ରଭାବିତ କରିପାରି ନ ଥିଲା। କୋର୍ଟ ଏହି ମାମଲାର ଶୁଣାଣିି ଜାରି ରଖିବେ ବୋଲି ଜଣାପଡ଼ିଛି।
ଆଶା ମଉଳି ଗଲା
ମୁଖ୍ୟ ନିର୍ବାଚନ କମିଶନର ଭାବେ ସୁନୀଲ ଆରୋରାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ଦାୟିତ୍ୱ ନିର୍ବାହ କରିଛନ୍ତି ସୁଶୀଲ ଚନ୍ଦ୍ରା। ଉକ୍ତ ନିଯୁକ୍ତି ସମସ୍ତଙ୍କୁ ଚକିତ କରିଦେଲା, କାରଣ ସେମାନେ ଭାବିଥିତ୍ତ୍ଲେ ଯେ ଆରୋରାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବ। କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଧିକାରୀମାନଙ୍କୁ ଯଦି ପ୍ରଭାବୀ କିମ୍ବା ଯୋଗ୍ୟ ବିଚାର କରାଯାଏ, ତେବେ ସେମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯିବା ମୋଦି ସରକାରରେ ଏକ ଧାରା ରହି ଆସିଛି। କିନ୍ତୁ ଆରୋରାଙ୍କ ପାଇଁ କିଛି ବ୍ୟକ୍ତି ଆଶା ବାନ୍ଧିଥିଲେ ଯେ, ଅବସର ପରେ ସେ ଆଉ ଏକ ଭଲ ପଦବୀରେ ଅବସ୍ଥାପିତ ହେବେ, ଯାହା ତାଙ୍କୁ ଆଉ କିଛି ବର୍ଷ ପାଇଁ ଚର୍ଚ୍ଚାରେ ରଖିତ୍ତ୍ବ। କିନ୍ତୁ ଆଶା ମଉଳି ଗଲା। ୧୯୮୦ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା ଅଧିକାରୀ ଚନ୍ଦ୍ରା ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଟିରେ ଜଣେ ସବୁଠୁ ବରିଷ୍ଟ ନିର୍ବାଚନ କମିଶନର ଥିତ୍ଲେ। କଳାଧନ ବିରୋଧରେ କେନ୍ଦ୍ରର ଲଢ଼େଇର ସମ୍ମୁଖରେ ଯେଉଁ କେତେଜଣ ଅଧିକାରୀ ରହିଥିଲେ ସେମାନଙ୍କ ମଧ୍ୟରେ ଏବକାର ନୂଆ ସିଇସି ଥିଲେ। ଚନ୍ଦ୍ରା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଅଧ୍ୟକ୍ଷ ଭାବେ ୨୦୧୬ରେ ବିମୁଦ୍ରୀକରଣ ପରେ ଟିକସ ଫାଙ୍କିବା ବିରୋଧରେ ବିଭାଗୀୟ ଅଭିଯାନର ନେତୃତ୍ୱ ମଧ୍ୟ ନେଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri