ଏଇ ଭାରତରେ

୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍‌ର ସଜ୍ଞା ଲାମ୍ବା। ଟୁରିଷ୍ଟମାନଙ୍କୁ ଗାଇଡ୍‌ କରିବା ସହ ସେ ଏହି କାର୍ଯ୍ୟ କରିଥାନ୍ତି। ସଜ୍ଞାଙ୍କ ବୟସ ୩୭। ସେ ଓ ତାଙ୍କ ଟିମ୍‌ ଟସୋମଗୋ ହ୍ରଦରୁ ୨୦ ଟ୍ରକ୍‌ ବର୍ଜ୍ୟ ସଫା କରିବାରେ ସକ୍ଷମ ହୋଇଛନ୍ତି। ସଜ୍ଞା ୨୦୦୮ରୁ ଟସୋମଗୋ ପୁଖ୍‌ରି ସଂରକ୍ଷଣ ସମିତିରେ କାର୍ଯ୍ୟ କରୁଛନ୍ତି। ୧୨,୪୦୬ ଫୁଟ ଉଚ୍ଚରେ ତଥା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ଟସୋମଗୋ ହ୍ରଦ ପାଖରେ ବି ଏକ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଓ ରିସାଇକ୍ଲିଂ ୟୁନିଟ୍‌ ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛିି। ଏହାଦ୍ୱାରା ବର୍ଜ୍ୟର ପୁନଃ ଉପଯୋଗ କରାଯାଇପାରୁଛି। ଟସୋମଗୋ ହ୍ରଦର ଲମ୍ବ ୧.୫ କି.ମି. ଏବଂ ଚଉଡ଼ା ୫୦୦ମିଟର। ଗ୍ୟାଙ୍ଗ୍‌ଟକଠାରୁ ୪୦କି.ମି. ଦୂରରେ ଥିବା ଏହି ହ୍ରଦ ଉପରେ ପାଖାପାଖି ୩୦୦ ପରିବାର ନିର୍ଭର କରନ୍ତି। ଏଣୁ ସଜ୍ଞା ଲାମ୍ବାଙ୍କ ପ୍ରୟାସ ଯୋଗୁ ଲୋକମାନେ ବି ଉପକୃତ ହେଉଛନ୍ତି। ପ୍ରତିଦିନ ସକାଳ ୮ଟା ଓ ଅପରାହ୍ନ ୪ଟାରେ ବର୍ଜ୍ୟ ସଂଗ୍ରହ କରାଯାଏ। ବର୍ଜ୍ୟ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସେ ଟୁରିଷ୍ଟମାନଙ୍କଠାରୁ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଦେଶ: ଅନେକ ସମସ୍ୟା

ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ! ଏମିତି ଏକ ଭୟର ବାତାବରଣ ସାରା ଦେଶରେ। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବାକୁ ନେଇ ସନ୍ଦେହ ପ୍ରକାଶ...

ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ...

ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ...

ଅନ୍‌ଲାଇନ ନିଲାମିର ବିପଜ୍ଜନକ ପ୍ରକରଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ‘ବୁଲିବାଇ’ ଓ ‘ସୁଲି ଡିଲସ୍‌’ ନଁାରେ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଦୁଇଟି ଆପ୍‌କୁ ନେଇ ଗତ କିଛି ଦିନ ଧରି ଦେଶରେ ଚର୍ଚ୍ଚା...

ରାଜସ୍ଥାନ ପଲମରେ ଓଡ଼ିଶା ପିଠା

ଡ. ପ୍ରମୋଦ କୁମାର ପଣ୍ଡା   ହଁ  ପାଠକ ବନ୍ଧୁ! ଶୀର୍ଷକଟି ଅଡୁଆ ଅଡୁଆ ଲାଗୁଥିଲେ ମଧ୍ୟ ନିରାଟ ସତକଥା। ଆଜି ଆମର ସ୍ଥିତି ଏହା...

ଜୀବନକୁ ବୁଝି ନ ଥିବା ମଣିଷ

ସେ ଜଣେ କୁକୁଡ଼ାକଟାଳି। ସେଥିପାଇଁ ଜିଅନ୍ତା କୁକୁଡ଼ାର ବେକ ମୋଡ଼େ। ଛଟପଟ ହେଉଥିବା କୁକୁଡ଼ାକୁ ଗରମ ପାଣିରେ ଭରିଦିଏ। ତା’ପରେ ପର ଛେଲି ଶରୀରକୁ ଟିକିଟିକି...

ସ୍ବାଭିମାନର ପ୍ରତୀକ ଖଦି

ଡ. ପ୍ରଫୁଲ୍ଲ କୁମାର ସାହୁ   ଭାରତୀୟ ସମ୍ଭ୍ରାନ୍ତପଣର ପ୍ରତୀକ ଖଦି। ସ୍ବଦେଶୀ, ସ୍ବରାଜ, ସ୍ବାଭିମାନ ଓ ସ୍ବାବଲମ୍ବନର ପ୍ରେରଣା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଏହା କେବଳ...

ସ୍ମାର୍ଟ ସିଟିରେ ଟ୍ରାଫିକ୍‌ ସମସ୍ୟା

ଅଂଶୁମାନ ଦାଶ ବର୍ତ୍ତମାନର ସ୍ମାର୍ଟ ଯୁଗ ସହ ତାଳଦେଇ ଯିବାକୁ ହେଲେ ଆବଶ୍ୟକ ରହିଛି ଉତ୍କୃଷ୍ଟ ଗମନାଗମନର ବ୍ୟବସ୍ଥା। ଯେଉଁ ଦେଶରେ ଏହି ବ୍ୟବସ୍ଥା ଯେତେ...

Advertisement
Archives

Model This Week