ଗାଁରେ ପଡୁନି ପ୍ରଶାସନିକ ଅଧିକାରୀଙ୍କ ପାଦ

ଦଶମନ୍ତପୁର,୨୬ା୧୨ (ଅରବିନ୍ଦ ନାୟକ): ସ୍ବାଧୀନତାର ଦୀର୍ଘବବର୍ଷ ପରେ ମଧ୍ୟ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡୁନି। ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ବହୁ ସମସ୍ୟା ଥିଲେ ମଧ୍ୟ ତାହା ସମାଧାନେ ହୋଇପାରୁନି। ସରକାରଙ୍କ ପକ୍କାଘର, ଆବାସ ଆଦି ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନି। ଏପରି ଦେଖିବାକୁ ମିଳିଛି ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମରେ। ଗ୍ରାମରେ ୩୫ ଘର ଆଦିବାସୀ, କମାର ଓ ପାଇକ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ବ୍ଲକଠାରୁ ଲୋରେଶ ଗ୍ରାମ ୯ କି.ମି. ଦୂରରେ ରହିଥିଲେ ମଧ୍ୟ ଅନ୍ଧରୀ ଗାଡ଼ ନଦୀ ଯୋଗୁ କୌଣସି ବିକାଶ ଗ୍ରାମରେ ପହଞ୍ଚତ୍ପାରୁନି। ଗମନା ଗମନ, ଶିକ୍ଷା, ପାନୀୟ ଜଳ ଏବଂ ବିଦ୍ୟୁତ ଆଦି ଯୋଜନାରୁ ବଞ୍ଚତ୍ତ ଗ୍ରାମବାସୀ ଅସୁସ୍ଥ ବ୍ୟକ୍ତି କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଶିକାକୁ ମାଳ କରି ଦୋଳାରେ ବୋହି ସେମାନେ ଅସୁସ୍ଥଙ୍କୁ ମରିଚଗୁଡ଼ା ଯାଏ ନେଇ ସେଠାରୁ ଡାକ୍ତରଖାନା ନେଇଥାନ୍ତି ବୋଲି କହିଛନ୍ତି। ସମସ୍ୟା ଘେରରେ ରହିଥିବା ଲୋରେଶ ଗ୍ରାମରେ ବହୁ ସମସ୍ୟା ରହିଥିଲେ ମଧ୍ୟ ଏଯାଏ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତା ମିଛ ପ୍ରତିଶ୍ରୁତି ଦେଇ ବିଜୟୀ ହେବା ପରେ ଗ୍ରାମକୁ ଭୁଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ସହ ଗ୍ରାମର ସମସ୍ୟା ଦୂର ନ କଲେ ଏହାର ଜବାବ ଆମେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରି ଏହାର ଜବାବ ଦେବୁ ବୋଲି କହିଛନ୍ତି ଗ୍ରାମର ସନାରୀ ଜାନି, ଦୁଲା କୁଲିସିକା, ଧୋବା ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନି ଓ ଲୋଚ ସାଉଁନ୍ତା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri