ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡର ବୃନ୍ଦ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତ ପ୍ରାୟ ୪୦ ବର୍ଷ ଧରି କ୍ୟାଡର ପୁନର୍ଗଠନ କରାଯାଇ ନଥିବାରୁ ସ୍ବାସ୍ଥ୍ୟ ବିଭାଗର ଅନେକ ଅମଲା ମାନସିକ ଓ ଆର୍ଥିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି ।ସେମାନଙ୍କୁ ଅଜସ୍ର ଦାୟିତ୍ୱ ଦିଆଯାଉଥିବା ବେଳେ ସ୍ବଳ୍ପ ଦରମା ଓ ମାନସିକ ଚାପରେ ସେମାନେ କାର୍ଯ୍ୟକରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଜୁନିୟର ଆସିଷ୍ଟାଣ୍ଟ ମାନଙ୍କର ଗ୍ରେଡ-ପେ ସର୍ବନିମ୍ନ ସ୍ତରରେ ରହିଥିବା ବେଳେ ତାଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ କାରବାର, ସରକାରୀ ଯୋଜନାର ଅନଲାଇନ ଏଣ୍ଟ୍ରି ଏବଂ ଶତାଧିକ କର୍ମଚାରୀଙ୍କ ସେବା ପୁସ୍ତିକା ଇତ୍ୟାଦି ଅନେକ ପ୍ରକାରର କାର୍ଯ୍ୟ ପରିଚାଳନା କରିବାକୁ ପଡୁଛି । ସେମାନଙ୍କ ଦରମା ବଢୁନାହିଁ କି ପଦୋନ୍ନତି ମିଳୁନାହିଁ। କାମରେ ଭୁଲ ହେଲେ କିମ୍ବା ନିର୍ଦ୍ଧାରିତ ସମୟ ସୀମାରେ ସେମାନେ କାମ ନସାରିଲେ ସମସ୍ତ ଉତ୍ତର ଦାୟିତ୍ୱ ସ୍ବଳ୍ପ ଦରମା ପାଉଥିବା ଅମଲାଙ୍କ ଉପରେ ଲଦି ଦିଆଯାଉଛି।ଏଭଳି ସ୍ଥିତି ଅମଲାମାନଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଉଛି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗତ ୧୯୯୯ର ନିର୍ଦ୍ଦେଶନାମା ନଂ-୧୧୯୪୫ ଅନୁଯାୟୀ, ଜଣେ କନିଷ୍ଠ କିରାଣୀ ସର୍ବାଧିକ ୬୦ଟି ଫାଇଲ ପରିଚାଳନା କରିବା କଥା । କିନ୍ତୁ ବର୍ତ୍ତମାନ ବ୍ଲକସ୍ତରୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ କର୍ମଚାରୀଙ୍କ ସଂଖ୍ୟା ୨ ଶହରୁ ଅଧିକ ହୋଇଥିଲେ ସୁଦ୍ଧା ସମସ୍ତ ଅନଲାଇନ ଓ ଅଫଲାଇନ କାର୍ଯ୍ୟ ସହ ଆର୍ଥିକ କାରବାରର ସମସ୍ତ ବୋଝ ମାତ୍ର ଜଣେ କିରାଣୀଙ୍କ ଉପରେ ଲଦି ଦିଆଯାଉଛି । ଗତ ୧୯୯୫ ପରଠାରୁ ସ୍ବାସ୍ଥ୍ୟ ବିଭାଗରେ ଅନ୍ୟ ସମସ୍ତ ବର୍ଗର ପଦବୀ ୭ ରୁ ୮ ଗୁଣ ବୃଦ୍ଧି ପାଇଥିବାବେଳେ ସ୍ବାସ୍ଥ୍ୟ ଅମଲା କ୍ୟାଡରର ଗୋଟିଏ ହେଲେ ପଦବୀ ବଢ଼ାଯାଇନାହିଁ । ଫଳରେ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟଭାରରେ ଚାପି ହୋଇ ରହୁଛନ୍ତି । ସବୁଠାରୁ ପରିତାପର ବିଷୟ ହେଉଛି ଯେ, ଅନେକ ଅମଲା ୩୦ ରୁ ୩୬ ବର୍ଷ ସରକାରୀ ଚାକିରି କରିବା ପରେ ମଧ୍ୟ କୌଣସି ପଦୋନ୍ନତି ନପାଇ ସେହି କନିଷ୍ଠ ସହାୟକ ପଦବୀରେ ଥାଇ ହିଁ ଅବସର ନେଉଛନ୍ତି । ଏହା ସେମାନଙ୍କ ପାଇଁ ମାନସିକ ଓ ନୈତିକ ସ୍ତରରେ ଏକ ବଡ଼ ଆଘାତ ସଦୃଶ ହୋଇଛି । ଯେଉଁ ବିଭାଗ ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନିଏ, ସେହି ବିଭାଗ ନିଜ ଅମଲାମାନଙ୍କ ସ୍ବାସ୍ଥ୍ୟ କ୍ୟାରିୟର ପ୍ରତି ଏତେ ଉଦାସୀନ କାହିଁକି ସେ ନେଇ ପ୍ରଶ୍ନ ଉଠୁଛି । ରାଜ୍ୟ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗତ ୧୫.୦୩.୨୦୨୪ ରେ ନୂତନ କ୍ୟାଡ଼ର ପୁନର୍ଗଠନ ପାଇଁ ଆଦେଶ ନଂ-୮୮୯୮ ପ୍ରକାଶ ପାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଯାଏ ଏହାକୁ କାର୍ଯ୍ୟକାରୀ କରିନାହିଁ । ଫଳରେ ଅନେକ ଅମଲା ଉଚିତ୍‌ ସମ୍ମାନ ଓ ଆର୍ଥିକ ସୁବିଧାରୁ ବଞ୍ଚିତ ହୋଇ ଅନେକ ଅବସର ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନର ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ରରେ ସ୍ବଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ଅନେକ ନୂତନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ସୁଶ୍ରୀ ଅଶ୍ୱଥି ଏସ. ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ସ୍ବାସ୍ଥ୍ୟ ଅମଲା ମଞ୍ଚ ପକ୍ଷରୁ ଦାବି ହୋଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡର ବୃନ୍ଦ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ବାୱାସ୍ଥ୍ୟ ବିଭାଗ ଅମଲା ମାନଙ୍କ ଦୀର୍ଘ ଦିନର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ । ସାଧାରଣ ପ୍ରଶାସନ ବିଭାଗର ନୂତନ ନିର୍ଦ୍ଦେଶନାମା ନଂ-୮୮୯୮/୨୪କୁ କାର୍ଯ୍ୟକାରୀ କରିବା ଏବଂ କ୍ୟାଡର ପୁନର୍ଗଠନ କରିବା ନିତାନ୍ତ ଜରୁରୀ ବୋଲି ଓଡ଼ିଶା ଅମଲା ସଂଘର ଅନ୍ୟତମ ସଙ୍ଗଠନ ଓଡ଼ିଶା ସ୍ବାସ୍ଥ୍ୟ ଅମଲା ମଞ୍ଚର ଅଧକ୍ଷ,ଆବାହକ ଓ ସମସ୍ତ ସଦସ୍ୟଙ୍କ ସହିତ ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ତଥା ଗଞ୍ଜାମ ଜିଲା ବମୋକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କନିଷ୍ଠ ସହାୟକ ରବି ପ୍ରସାଦ ପାତ୍ର ଦାବି କରିଛନ୍ତି ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?