ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ପାଇଁ ପ୍ରଶାସନର ପ୍ରୟାସ

ପାରଳାଖେମୁଣ୍ଡି,୨୨।୧୧ (ଗିରିଧାରୀ ପରିଛା): ଗଜପତି ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁପ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ପିକନିକ ଋତୁ ଆରମ୍ଭ ହୋଇଥିବା ବେଳେ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରାୟଗଡ ବ୍ଲକର ଗଣ୍ଡାହାତି ଜଳପ୍ରପାତ ଓ ଗୁଦଗୁଦା ଜଳପ୍ରପାତ ଓ ମହେନ୍ଦ୍ରଗିରି ପର୍ବତ, ଆର.ଉଦୟଗିରି ବ୍ଲକର ମାଙ୍କଡଡିଆ ଓ ମୋହନ ବ୍ଲକରେ ରହିଛି ଏସିଆର ବୃହତ୍ତମ ବୌଦ୍ଧ ମନ୍ଦିର ଏବଂ ପାରଳାଖେମୁଣ୍ଡି ସହର ନିକଟରେ ମହାନ୍ଦ୍ରତନୟା ନଦୀ କୂଳରେ ବିଏନ ପ୍ୟାଲେସ। ଏହି ସବୁ ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ପରିବେଶକୁ ସ୍ବଛ ଓ ନିର୍ମଳ ରଖିବା ପାଇଁ ଏବେ ଏହିସବୁ ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛି ଜିଲା ପ୍ରଶାସନ । ପ୍ରଦୂଷଣ ବୋର୍ଡ ୧୪(୧) ଅନୁଯାୟୀ ଏହି ସବୁ ପର୍ଯ୍ୟଟନ ସ୍ଥଳର କୌଣସି ଦୋକାନୀ, ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ନିଜ ବ୍ୟବସାୟିକ ଜିନିଷ ପତ୍ର ପଲିଥିନ କିମ୍ବା ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିଛି । ଯଦି କୌଣସି ଦୋକାନୀ ଏହାର ଖିଲାପ କରନ୍ତି ତେବେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହୃତ ଜିନିଷକୁ ଜବତ କରାଯିବା ସହ ପ୍ରଥମ ଥର ପାଇଁ ୨୦୦୦ ଟଙ୍କା, ଦ୍ୱିତୀୟ ଥର ପାଇଁ ୫୦୦୦ ଟଙ୍କା ଓ ତୃତୀୟ ଥର ପାଇଁ ୧୦୦୦୦ଟଙ୍କା ଜରିମାନା କରାଯିବ। ସେହିପରି ପଲିଥିନ ଓ ପ୍ଲାଷ୍ଟିକ ପୋଡ଼ା ପାଇଁ ପରିବେଶ ପ୍ରଦୂଷଣ ନିୟମ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ୫୦୦୦ ଟଙ୍କା ରୁ ୨୫୦୦୦ ଟଙ୍କା ଜରିମାନା କରିବା ସହ ବାରମ୍ବାର ଖିଲାପକାରୀଙ୍କୁ ଜରିମାନା କରାଯିବ। ପ୍ଲାଷ୍ଟିକ ନଷ୍ଟ ପରିଚାଳନା ପାଇଁ ସଂପୃକ୍ତ ପୌରସଂସ୍ଥା ଓ ଗ୍ରାମ ପଞ୍ଚାୟତ ଜରିମାନା ଆଦାୟ କରାଯିବ ବୋଲି ମଙ୍ଗଳବାର ଏକ ନିର୍ଦ୍ଦେଶ ନାମା ପ୍ରଶଶସନ ଜାରି କରିବା ସହ ଏହାର ତଦାରଖ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ, ବନ ବିଭାଗ ଅଧିକାରୀ ଓ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବା ସହ ଲୋକ ଓ ପର୍ଯ୍ୟଟକମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ କରାଇବା ସହ ଆର୍ଥିକ ଜରିମାନା ଓ ପ୍ଲାଷ୍ଟିକ ପରିଚାଳନା ନିୟମ ୨୦୧୬ ସମନ୍ଧରେ ବୁଝାଇବେ। ସଂପୃକ୍ତ କମିଟି ସପ୍ତାହରେ ଥରେ ଏହି ସବୁ ପିକନିକ ଓ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜିଲାପାଳ ସ୍ମୃତିରଞ୍ଜନ
ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?