ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ ସାର ବେପାରୀଙ୍କ ବିରୋଧରେ ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲା କୃଷି ବିଭାଗ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶରେ ଧନକଉଡ଼ା ବ୍ଲକ କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ଚଢ଼ାଉକାରୀ ଦଳ ବିଭିନ୍ନ ସ୍ଥାନରେ ସାର ଗୋଦାମ ମାନଙ୍କରେ ଷ୍ଟକ ଓ ବିକ୍ରି ଯାଞ୍ଚ କରିଥିଲେ। ଏଥିରେ ଅନିୟମିତତା ପରିଲକ୍ଷିତ ହେବାରୁ ୩ ସାର ବ୍ୟବସାୟୀଙ୍କ ସାର ବିକ୍ରି ଲାଇସେନ୍ସ ରଦ୍ଦ ଓ ସାମୟିକ ବାତିଲ କରିଛନ୍ତି ଚଢ଼ାଉକାରୀ ଦଳ।

କାର୍ଯ୍ୟାନୁଷ୍ଠାନ ହୋଇଥିବା ସାର ଗୋଦାମ ମଧ୍ୟରେ ସମ୍ବଲପୁର ମହାନଗର ବରେଇପାଲିର ଇଣ୍ଡିଆନ ଏଣ୍ଟରପ୍ରାଇଜେସର ଲାଇସେନ୍ସ ରଦ୍ଦ କରାଯାଇଥିବା୍‌ବେଳେ ଜମନକିରା ବ୍ଳକର ମେସର୍ସ ରତନ ଫର୍ଟିଲାଇଜର ଓ ମେସର୍ସ ବଳରାମ ନାଏକଙ୍କ ଲାଇସେନ୍ସ ସାମୟିକ ବାତିଲ କରାଯାଇ ସମସ୍ତ ଗୋଦାମକୁ ସିଲ କରାଯାଇଛି।

ସୂଚନା ଅନୁଯାୟୀ, ୨ ମାସରୁ ଅଧିକ ସମୟ ହେଲା, ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାରର ଉତ୍କଟ ଅଭାବ ଦେଖା ଦେଇଥିଲା। ପିଏସିଏସ ଓ ଏସଏମଏସ ଭଳି ସରକାରୀ ନିୟୋଜିତ ସଂସ୍ଥାରେ ସାର ମିଳୁ ନ ଥିବାବେଳେ ଖୋଲା ବଜାରରେ ଇଣ୍ଡିଆନ ଏଣ୍ଟରପ୍ରାଇଜେସ ଭଳି ଘରୋଇ ସାର ବ୍ୟବସାୟିକ ସଂସ୍ଥାରେ ୨୬୬ ଟଙ୍କା ମୂଲ୍ୟର ସାରକୁ କଳାବଜାର କରି ୫୨୦ ଟଙ୍କାରେ ବିକ୍ରି କରୁଥିଲେ। ଫଳରେ ଅଞ୍ଚଳର ଚାଷୀମାନେ ଅଯଥା ଶୋଷଣର ଶିକାର ହେଉଥିଲେ। ତେବେ ଏହାର ପର୍ଦ୍ଦାଫାସ କରି ଜିଲା କୃଷକ ସୁରକ୍ଷା ସଂଗଠନର ସଦସ୍ୟମାନେ ଜିଲାପାଳ, ଉପଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ଫଳରେ କୃଷି ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ଚଢ଼ାଉ କରି ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ। ଜିଲାରେ ଚାଷୀମାନଙ୍କ ହିତ ଓ ୟୁରିଆ ସାରର ସଠିକ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri