ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ପଦକ୍ଷେପ ନେଉନି ପ୍ରଶାସନ

ପୁରୀ ଅଫିସ, ୧୩ା୧: ଭଙ୍ଗା ରତ୍ନପଲଙ୍କରେ ମହାପ୍ରଭୁଙ୍କ ଶୟନ ନୀତି ହେଉଛି। ରତ୍ନପଲଙ୍କ ଦୁର୍ବଳ ହୋଇ ପଡ଼ିଥିବାବେଳେ ଏହାର ଗୋଡ଼ ଦୋହଲୁଛି। ରୁପା କାରୁକାର୍ଯ୍ୟ ନଷ୍ଟ ହେବାକ ବସିଲାଣି। ବାରମ୍ବାର ଦାବି ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉନାହିଁ ବୋଲି ସେବାୟତ ମହଲରେ ଅଭିଯୋଗ ହେଉଛି। ସେହିପରି ଏ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଶୁକ୍ରବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରକାଠ ଡାହାଣ ପାଶର୍‌ବ ଭଣ୍ଡାର ଘର ସମ୍ମୁଖରେ ରହିଛି ଶ୍ରୀଜୀଉଙ୍କ ଶୟନ କକ୍ଷ। ଏଠାରେ ପଡ଼ିିଛି ରତ୍ନପଲଙ୍କ। ସଜେଇ ହୋଇଛି ଶେଜ ଓ ମାଣ୍ଡି। ଏହାରି ଉପରେ ତିନିଠାକୁରଙ୍କ ଶୟନ ନୀତି ହୋଇଥାଏ। ଖଟଶେଯ ସେବାୟତଙ୍କ ଉପରେ ଏହି ରତ୍ନପଲଙ୍କ ତଦାରଖ ଦାୟିତ୍ୱ ନ୍ୟସ୍ତ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୁପା ଆଚ୍ଛାଦିତ ହେଉଥିବାବେଳେ ରତ୍ନପଲଙ୍କ ମରାମତି କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ଏହାର ମରାମତି ସହ ନୂଆ ଶେଜ, ମାଣ୍ଡି ପ୍ରସ୍ତୁତ କରିବା ପାଇଁ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି। ପୂଜାପଣ୍ଡା ସେବକଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ରତ୍ନପଲଙ୍କର ଗୋଟିଏ ଗୋଡ଼ ହଲୁଛି। ତାହାର ମରାମତି ଆବଶ୍ୟକ। ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ହେଲେ ସମସ୍ତେ ଦୁଃଖିତ ହେବା ସ୍ବାଭାବିକ। ତେଣୁ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେବା ଉଚିତ। ଶ୍ରୀମନ୍ଦିରର ବରିଷ୍ଠ ସେବକ ସୋମନାଥ ଖୁଣ୍ଟିଆ କହିଛନ୍ତି, ମହାପ୍ରଭୁଙ୍କ ଶୟନ ପଲଙ୍କ ଆଜି ନୁହେଁ, ଦୀର୍ଘଦିନ ହେଲା ନଷ୍ଟ ହୋଇପଡ଼ିଥିବା ଶୁଣିବାକୁ ମିଳୁଛି। ପଲଙ୍କ ଦାୟିତ୍ୱରେ ଥିବା ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏ ନେଇ ଜଣାଇବା ସହ ରିପୋର୍ଟ କରିଛନ୍ତି। ମାତ୍ର ପଦକ୍ଷେପ ନିଆଯାଇନାହିଁ। ପରିଚାଳନା କମିଟିରେ ସଦସ୍ୟ ଥିବା ସେବାୟତମାନେ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ବୋଲି ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ଜଗନ୍ନାଥ କର କହିଛନ୍ତି, ରତ୍ନପଲଙ୍କ କାୈଣସି ଛୋଟିଆ ଜିନିଷ ନୁହେଁ ଯେ ପ୍ରଶାସନ ଚାହିଁଲେ ତୁରନ୍ତ ତିଆରି କରିଦେବ। ପଲଙ୍କରେ ବହୁତ କାରୁକାର୍ଯ୍ୟ ରହିଛି। ରତ୍ନପଲଙ୍କର ଗୋଡ଼ ହଲୁଛି। ମାତ୍ର ତା’ର ମରାମତି ହୋଇଥିଲା। ପରେ ପୁଣି ମରାମତି ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ଆଗକୁ ମଧ୍ୟ ପ୍ରସ୍ତାବ ଦିଆଯିବ। ଅତୀତରେ ପଲଙ୍କ ଗୋଡ଼ ବହୁ ମାତ୍ରରେ ହଲୁଥିଲା, ଯାହାର ମରାମତି କରାଯାଇଥିଲା। ଏବେ ସେତେ ଯୋରରେ ହଲୁନାହିଁ। ତଥାପି ମରାମତି ଲାଗି ପ୍ରସ୍ତାବ ଦିଆଯିବ। ଯାହା ସମସ୍ୟା ଦେଖାଦେଉଛି ତା’ର ସମାଧାନ ଲାଗି ପ୍ରଶାସନ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri