ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ଏହାର ପ୍ରକୃତ ତଦନ୍ତ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୦ ମସିହା କରୋନା ସମୟରେ ମହାବିଦ୍ୟାଳୟର ଯୁକ୍ତ ୩ ବିଦ୍ୟାର୍ଥୀମାନେ ଆଭାସି ଜରିଆରେ ପରୀକ୍ଷା ଦେଉଥିଲେ। ଏହି ପରୀକ୍ଷା ପାଇଁ ବାହାର ମହାବିଦ୍ୟାଳୟର ଅଧ୍ୟାପକମାନେ ପ୍ରଶ୍ନପତ୍ର ପ୍ରସ୍ତୁତି କରୁଥିଲେ। ଏହି ବାବଦକୁ ମହାବିଦ୍ୟାଳୟର ସମ୍ପୃକ୍ତ ଅଧ୍ୟାପକଙ୍କୁ ଅର୍ଥ ପ୍ରଦାନ କରିଥାନ୍ତି। ଏହି ପ୍ରଶ୍ନପତ୍ର ତିଆରି ହେଉଥିବା ସମୟରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ତତ୍କାଳୀନ ଅଧ୍ୟକ୍ଷା ଓ ସେହି ସମୟର ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ରର ଜାଲିଆତି ବିଲ୍‌ ପ୍ରସ୍ତୁତି କରି ମହାବିଦ୍ୟାଳୟର ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ଅର୍ଥ ହଡପ କରିବାକୁ ଯୋଜନା କରିଥିଲେ। ଉକ୍ତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ତିଆରି କରୁଥିବା ୧୨ ଜଣ ଅଧ୍ୟାପକଙ୍କ ନାମରେ ପ୍ରାୟ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ପାଇଁ ମସୁଧା ହୋଇଥିଲା। ପ୍ରଶ୍ନପତ୍ର ଜାଲିଆତି ବିଲ୍‌ରେ ଟଙ୍କା ଠକିବା ପାଇଁ ଉଦ୍ୟମ କରୁଥିବା ସେହି ସମୟର ଅଧ୍ୟକ୍ଷା ବର୍ତ୍ତମାନର ପରୀକ୍ଷକ ନିୟନ୍ତ୍ରକ ଅଶୋକ କୁମାର ମିଶ୍ରଙ୍କୁ କୌଣସି ପ୍ରକୃତ ବିଲ୍‌ ନ ଦେଇ ଏକ ଜେରେକ୍ସ ବିଲ୍‌ ପୈଠ କରି ଅର୍ଥ ମାଗିଥିଲେ। ପରୀକ୍ଷା ନିୟନ୍ତ୍ରକ ଜେରକ୍ସ ବିଲ୍‌ ଦେଖି ତାଙ୍କୁ ସନ୍ଦେହ ହେବାରୁ ବର୍ତ୍ତମାନର ମହାବିଦ୍ୟାଳୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପ୍ରଧାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଏହି ବିଲ୍‌ ଦେଖି ତାଙ୍କ ମନରେ ସନ୍ଦେହଜାତ ହେବାରୁ ସେ ଉକ୍ତ ଘଟଣାର ଯାଞ୍ଚ କରିବା ପରେ ଜଣାପଡିଲା ଯେ, ଯେଉଁ ଅଧ୍ୟାପକଙ୍କ ନାମରେ ବିଲ୍‌ ପ୍ରସ୍ତୁତି ହୋଇଛି ସେଥିରେ ଥିବା ଦସ୍ତଖସ୍ତ ନକଲି ହୋଇଛି। ତେଣୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଧାନ ଉକ୍ତ ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତିର ଜାଲିଆତି ଘଟଣାକୁ ନେଇ ରାଉରକେଲା ଏଡିଏମ ଡ. ଶୁଭଙ୍କର ମହାପାତ୍ରଙ୍କୁ ଅବଗତ କରାଇଥିଲେ। ଫଳରେ ଏଡିଏମ୍‌ ଉକ୍ତ ଘଟଣାର ପ୍ରକୃତ ତଦନ୍ତ କରିବା ପାଇଁ କଲେଜର ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷ ନିଜର ଥିବା ଗଭରନିଙ୍ଗବଡିରେ ଏହି ସମସ୍ୟାକୁ ଉପସ୍ଥାପନା କରିଛି। ଗଭରନିଙ୍ଗବଡି ନିୟମ ଅନୁଯାୟୀ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ କଲେଜ ଅଧ୍ୟକ୍ଷା ଓ ଅଧ୍ୟାପକଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ତାହା ଅନ୍ତରିଣ ନିଷ୍ପତି ନେବ ବୋଲି ଅଧ୍ୟକ୍ଷ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରାଡ଼ମ୍ବରରେ ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ...

ଯୋଡ଼ା ମଣ୍ଡଳରେ ୫୯ ଖଣି ବନ୍ଦ

ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ...

ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ...

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ...

ଜେଲ୍‌ କଲୋନୀ ଡିଆଇଜିଙ୍କ ଘରୁ ନାଗ ଉଦ୍ଧାର

ଚୌଦ୍ୱାର,୧୭ା୯(ଡି.ଏନ୍‌.ଏ.): ଚୌଦ୍ୱାର ସର୍କଲ ଜେଲ କଲୋନୀ ଡିଆଇଜି କ୍ୱାର୍ଟର୍ସ ପରିସରରୁ ଏକ ୪ ଫୁଟ ଲମ୍ବର ନାଗସାପ ବୁଧବାର ରାତିରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ...

ଭରତପୁର ଖଣି ଦୁର୍ଘଟଣା:କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁ: ବିଜେଡ

ତାଳଚେର,୩ା୮(ନି.ପ୍ର.) ଭରତପୁର କୋଇଲା ଖଣି ଦୁର୍ଘଟଣା ଏମ୍‌ସିଏଲ୍‌ର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଘଟିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ...

Advertisement
Archives

Model This Week