ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ଏହାର ପ୍ରକୃତ ତଦନ୍ତ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୦ ମସିହା କରୋନା ସମୟରେ ମହାବିଦ୍ୟାଳୟର ଯୁକ୍ତ ୩ ବିଦ୍ୟାର୍ଥୀମାନେ ଆଭାସି ଜରିଆରେ ପରୀକ୍ଷା ଦେଉଥିଲେ। ଏହି ପରୀକ୍ଷା ପାଇଁ ବାହାର ମହାବିଦ୍ୟାଳୟର ଅଧ୍ୟାପକମାନେ ପ୍ରଶ୍ନପତ୍ର ପ୍ରସ୍ତୁତି କରୁଥିଲେ। ଏହି ବାବଦକୁ ମହାବିଦ୍ୟାଳୟର ସମ୍ପୃକ୍ତ ଅଧ୍ୟାପକଙ୍କୁ ଅର୍ଥ ପ୍ରଦାନ କରିଥାନ୍ତି। ଏହି ପ୍ରଶ୍ନପତ୍ର ତିଆରି ହେଉଥିବା ସମୟରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ତତ୍କାଳୀନ ଅଧ୍ୟକ୍ଷା ଓ ସେହି ସମୟର ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ରର ଜାଲିଆତି ବିଲ୍‌ ପ୍ରସ୍ତୁତି କରି ମହାବିଦ୍ୟାଳୟର ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ଅର୍ଥ ହଡପ କରିବାକୁ ଯୋଜନା କରିଥିଲେ। ଉକ୍ତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ତିଆରି କରୁଥିବା ୧୨ ଜଣ ଅଧ୍ୟାପକଙ୍କ ନାମରେ ପ୍ରାୟ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ପାଇଁ ମସୁଧା ହୋଇଥିଲା। ପ୍ରଶ୍ନପତ୍ର ଜାଲିଆତି ବିଲ୍‌ରେ ଟଙ୍କା ଠକିବା ପାଇଁ ଉଦ୍ୟମ କରୁଥିବା ସେହି ସମୟର ଅଧ୍ୟକ୍ଷା ବର୍ତ୍ତମାନର ପରୀକ୍ଷକ ନିୟନ୍ତ୍ରକ ଅଶୋକ କୁମାର ମିଶ୍ରଙ୍କୁ କୌଣସି ପ୍ରକୃତ ବିଲ୍‌ ନ ଦେଇ ଏକ ଜେରେକ୍ସ ବିଲ୍‌ ପୈଠ କରି ଅର୍ଥ ମାଗିଥିଲେ। ପରୀକ୍ଷା ନିୟନ୍ତ୍ରକ ଜେରକ୍ସ ବିଲ୍‌ ଦେଖି ତାଙ୍କୁ ସନ୍ଦେହ ହେବାରୁ ବର୍ତ୍ତମାନର ମହାବିଦ୍ୟାଳୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପ୍ରଧାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଏହି ବିଲ୍‌ ଦେଖି ତାଙ୍କ ମନରେ ସନ୍ଦେହଜାତ ହେବାରୁ ସେ ଉକ୍ତ ଘଟଣାର ଯାଞ୍ଚ କରିବା ପରେ ଜଣାପଡିଲା ଯେ, ଯେଉଁ ଅଧ୍ୟାପକଙ୍କ ନାମରେ ବିଲ୍‌ ପ୍ରସ୍ତୁତି ହୋଇଛି ସେଥିରେ ଥିବା ଦସ୍ତଖସ୍ତ ନକଲି ହୋଇଛି। ତେଣୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଧାନ ଉକ୍ତ ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତିର ଜାଲିଆତି ଘଟଣାକୁ ନେଇ ରାଉରକେଲା ଏଡିଏମ ଡ. ଶୁଭଙ୍କର ମହାପାତ୍ରଙ୍କୁ ଅବଗତ କରାଇଥିଲେ। ଫଳରେ ଏଡିଏମ୍‌ ଉକ୍ତ ଘଟଣାର ପ୍ରକୃତ ତଦନ୍ତ କରିବା ପାଇଁ କଲେଜର ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷ ନିଜର ଥିବା ଗଭରନିଙ୍ଗବଡିରେ ଏହି ସମସ୍ୟାକୁ ଉପସ୍ଥାପନା କରିଛି। ଗଭରନିଙ୍ଗବଡି ନିୟମ ଅନୁଯାୟୀ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ କଲେଜ ଅଧ୍ୟକ୍ଷା ଓ ଅଧ୍ୟାପକଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ତାହା ଅନ୍ତରିଣ ନିଷ୍ପତି ନେବ ବୋଲି ଅଧ୍ୟକ୍ଷ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?