ଧରାପଡ଼ିଲେ କୋଟିପତି ପୋଲିସବାବୁ: ଚଢୁଥିଲେ ବିଏମ୍‌ଡବ୍ଲୁ; ଚାକିରିରେ ଥାଇ ୩ ବ୍ୟବସାୟ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ପୋଲିସ ବାବୁ। ମଙ୍ଗଳବାର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଫିଟିବାରେ ଲାଗିଛି ସମ୍ପତ୍ତି ତାଲିକା। ଘରୁ ନଗଦ ଟଙ୍କା ସହ ଜବତ ହୋଇଛି ଅନେକ ଦାମୀ କାର୍‌, ବାଇକ୍‌। ସରକାରୀ ଚାକିରିରେ ଥାଇ ସେ ତିନୋଟି ଅନ୍ୟ ବ୍ୟବସାୟ ମଧ୍ୟ ଚଳାଇଥିଲେ। ଏହି ପୋଲିସ ଅଫିସରଜଣଙ୍କ ହେଲେ ତ୍ରିନାଥ ମିଶ୍ର। ସେ କଟକରେ ପୋଲିସ କମ୍ୟୁନିକେଶନ୍‌ର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି।

ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ, ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ଆଦିରେ ଚଢ଼ାଉ କରିଛି। ତା’ସହିତ ଜଗତସିଂହପୁର ବିରିଡ଼ିରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଘରେ ବି ସର୍ଚ୍ଚ କରାଯାଇଛି।

ତେବେ ଚଢ଼ାଉ ଜାରି ରହିଥିବା ବେଳେ ତ୍ରିନାଥଙ୍କ ନିକଟରୁ ବିଏମଡବ୍ଲ୍ୟ(୧.୧୧ କୋଟିର), ୧୭ ଲକ୍ଷର ହୁଣ୍ଡାଇ କ୍ରେଟା, ମାରୁତି ବାଲେନୋ କାର୍‌, ସେଭ୍ରୋଲେ ଟ୍ରେଲବ୍ଲେଜର ଭଳି କାର୍‌ ଜବତ ହୋଇଛି। ଏଥିସହ ତାଙ୍କଠାରୁ ୫.୩ ଲକ୍ଷର ଜିଟିଆର୍‌ ୨୫୦ ହୋସୁଙ୍ଗ ବାଇକ୍‌, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ ବି ଜବତ କରାଯାଇଛି। ସେହିଭଳି ଚଣ୍ଡିଖୋଲରେ ତାଙ୍କର ଏକ ହସ୍ପିଟାଲ ଥିବା ବେଳେ ତାଙ୍କର ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚାଲିଛି। ହସ୍ପିଟାଲ ଏବଂ ଔଷଧ ବ୍ୟବସାୟ ତ୍ରିନାଥଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଜାରି ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ଦୁଇ ପୁଅଙ୍କ ନାମରେ ଔଷଧ ଉଦ୍ୟୋଗ ରହିଛି। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

କହିରଖୁଛୁ, ଆଉ ଦୁଇ ମାସ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ତା’ ପୂର୍ବରୁ ଏହି ପୋଲିସବାବୁଙ୍କ ସମ୍ପତ୍ତି ପେଡ଼ି ଭିଜିଲାନ୍ସ ଖୋଲି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri