ବ୍ଲାକ୍‌ମେଲ୍‌ ସହ ନିଶା ଲିଙ୍କ୍‌: ହୋଟେଲରେ ଡିଲ୍‌ ବେଳର ଭିଡିଓ ଭା ଇରାଲ

ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ କେବଳ ବଡ଼ ବଡ଼ିଆ ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକ୍‌ମେଲ୍‌ କରୁ ନ ଥିଲେ ବରଂ ନିଶା କାରବାର ମଧ୍ୟ କରୁଥିବା କୁହାଯାଉଛି। ତେଣୁ ନିଜର କଳା ସାମ୍ରାଜ୍ୟ ବିଷୟରେ କାଳେ କିଏ ଜାଣିଦେବ, ସେନେଇ ନିଜ ଘରର ଚାରିପାର୍ଶ୍ୱ ସିସିଟିଭି ନଜରରେ ରଖାଯାଉଥିଲା। ଯଦି କେହି ଅଜଣା ବ୍ୟକ୍ତି ଆସୁଥିଲେ ସେଠାରେ ନିୟୋଜିତ ଥିବା ଜଗୁଆଳି ଆସିଥିବା ବ୍ୟକ୍ତିଙ୍କୁ ତନତନ କରି ପଚାରୁଥିଲେ। ଏହାପରେ ଜଗୁଆଳି ଜଣଙ୍କ ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଘର ଭିତରକୁ ପ୍ରବେଶ ଅନୁମତି ଦେଉଥିଲେ। ଏନେଇ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ସତ୍ତ୍ୱେ କୌଣସି ପୋଲିସ ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍‌ମେଲିଂ କରୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗୁମର ଫିଟିବାରେ ଲାଗିଛି। ବଡ଼ବଡ଼ିଆ ଲୋକଙ୍କୁ ଗୁପ୍ତ କୋଠରିକୁ ଡାକି ସେଠାରେ ଭିଡିଓ କରି ପରବର୍ତ୍ତୀ ସମୟରେ କିପରି ମୋଟା ଅଙ୍କର ଟଙ୍କା ରୋଜଗାର କରି ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ତାହା ଜଣାପଡ଼ିବାର ଦିନକ ପରେ ଶନିବାର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଅର୍ଚ୍ଚନା ଏବେ ଜେଲରେ ଥିବାବେଳେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଅଟକ ରଖି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।
ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚନାଙ୍କ ସହ ଜଣେ ଯୁବତୀ ଏବଂ ଜଣେ ପୁରୁଷ ଏକ ହୋଟେଲରେ ବସି ଡିଲ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍‌ ଭିଡିଓରେ ଜଣେ ପୁରୁଷ ଆଠ ଦିନ ଦରକାର ନାହିଁ ବୋଲି କହୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଅର୍ଚ୍ଚନା ୪ଦିନ ଦରକାର କି କହୁଥିବା ସ୍ବର ଶୁଣିବାକୁ ମିଳିଛି । ତା’ପରେ ପୁରୁଷ ଜଣକ କହୁଛନ୍ତି, ୪ ଦିନ ବି ଦରକାର ନାହିଁ ।
କିଛି ସମୟର କଥାବାର୍ତ୍ତା ପରେ ଯୁବତୀ ଜଣକ ଭାଇଙ୍କ ସହିତ କ୍ଲିୟର କଥା ହୁଅ, ତା’ ପରେ ତୋ ସହ ଫାଇନାଲ ଡିସିସନ୍‌ ବୋଲି କହୁଛନ୍ତି। ପରେ କର୍ନରକୁ ନେଇ କଥା ହେବା କି, କିଛି ଦେଖାଇବାର କଥା ଅର୍ଚ୍ଚନା କହୁଛନ୍ତି। ତା’ପରେ ପାଖରେ ବସିଥିବା ଯୁବତୀଙ୍କ ସହିତ ଅର୍ଚ୍ଚନା ସେହି ସ୍ଥାନରୁ ଉଠି ଚାଲି ଯାଉଛନ୍ତି । ତେବେ ରହସ୍ୟମୟୀ ଅର୍ଚ୍ଚନା କେଉଁ ପ୍ରସଙ୍ଗରେ କଥା ହେଉଥିଲେ ? ତାଙ୍କ ପାଖରେ ବସିଥିବା ପୁରୁଷ ଓ ଯୁବତୀ ଜଣକ କିଏ? କ’ଣ ଡିଲ୍‌ ହେଉଥିଲା ସେମାନଙ୍କ ସହ? କାହା ଛତ୍ରଛାୟା ତଳେ ରହି ଏତେଗୁଡିଏ ଟଙ୍କା କେଉଁଠି ହାତେଇଲେ ? ଏଥିରେ ଆଉ କାହାର ସଂପୃକ୍ତି ଅଛି ? ରହସ୍ୟମୟୀଙ୍କ କ୍ରାଇମ୍‌ ସିଣ୍ଡିକେଟରେ କେଉଁ ବଡ଼ବଡ଼ିଆଙ୍କ ହାତ ରହିଛି ? ଏହିଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଥିବା ବେଳେ ପୋଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଡିସିପି, ଖଣ୍ଡଗିରି ଥାନାର ଆଇଆଇସିଙ୍କ ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ନେଇ ମୁହଁ ଖୋଲୁ ନାହାନ୍ତି, ଯାହାକି ନିରପେକ୍ଷ ତଦନ୍ତ ନେଇ ସନ୍ଦେହ ସୃଷ୍ଟି କରିଛି। ରାଜଧାନୀରେ ଅନେକ ସମ୍ବେଦନଶୀଳ ଘଟଣାରେ ପୋଲିସ ପ୍ରେସ୍‌ମିଟ କରି ସୂଚନା ଦେଇଆସୁଥିବା ବେଳେ ଏହି ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଠିକ୍‌ ସୂଚନା ନଦେବା ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି । ଏହି ଘଟଣାରେ ଅନେକ ବଡ଼ବଡ଼ିଆ ଲୋକ ସମ୍ପୃକ୍ତ ଥିବାରୁ ପୋଲିସ ସେମାନଙ୍କୁ ଘଣ୍ଟ ଘଉଡ଼ାଥିବା କୁହାଯାଉଛି। ଅପରପକ୍ଷରେ ବିଜେଡି ସହିତ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଜଗବନ୍ଧୁ ବିଜେଡି ସହିତ କାମ କରୁଥିବା ନିଜ ଫେସ୍‌ବୁକ ଆକାଉଣ୍ଟରେ ଲେଖିଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ଭାଜପା ଓ କଂଗ୍ରେସ। ବଡ଼ବଡ଼ିଆ ଏବଂ ରାଜନୈତିକ ଲୋକ ସମ୍ପୃକ୍ତ ଥିବାରୁ ପୋଲିସ ଉପରେ ନିଶ୍ଚିତ ଭାବରେ ଚାପ ପଡ଼ୁଥିବା ସନ୍ଦେହ କରାଯାଉଛି ବୋଲି ଭାଜପା ଜିଲା ସଭାପତି ବାବୁ ସିଂ ଗଣମାଧ୍ୟମଙ୍କୁ କହିଛନ୍ତି ।
ସେହିପରି ଯେଉଁ ମହିଳା ଏପରି କରିଛନ୍ତି ସେ ବିଜେଡି ନେତ୍ରୀ ଥିଲେ। ତେଣୁ ଶାସକ ଦଳ ଦୁର୍ନୀତି ପଇସା କୁଆଡ଼େ ନେବେ ଏପଟେ ଖର୍ଚ୍ଚ କରୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅର୍ଚ୍ଚନାଙ୍କୁ ଜେରାବେଳେ ପୋଲିସ ବହୁ ତଥ୍ୟ ହାସଲ କରିବା ସହ ତାଙ୍କ ନିକଟରୁ ଏକ ପେନ୍‌ଡ୍ରାଇଭ, ଲାପ୍‌ଟପ୍‌ ଏବଂ ମୋବାଇଲ ଜବତ କରିଥିବାବେଳେ କୌଣସି ସୂଚନା ନ ଦେବା ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।
ବ୍ଲାକ୍‌ମେଲ ଅଭିଯୋଗରେ ଗୁରୁବାର ସତ୍ୟବିହାରରୁ ଅର୍ଚ୍ଚନାଙ୍କୁ ପୋଲିସ ଉଠାଇ ମହିଳା ଥାନାରେ ରଖି ପଚରାଉଚରା ପରେ ଶୁକ୍ରବାର କିଭଳି ଘଟଣା ଲୋକଲୋଚନକୁ ନ ଆସିବ ତରବରିଆ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଧିକ ତଦନ୍ତ ଲାଗି କମିଶନରେଟ୍‌ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଡିସିପି ପ୍ରତୀକ ସିଂଙ୍କୁ ଏନେଇ ପଚାରିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ମହିଳା ବ୍ଲାକ୍‌ମେଲର ରାଜଧାନୀ ଖଣ୍ଡଗିରି ଥାନା ଅନ୍ତର୍ଗତ ସତ୍ୟବିହାରରେ ଆଲିସାନ୍‌ ଘର ତିଆରି କରିଛନ୍ତି। ଆଉ ସେହି ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର। ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ନିଚର ରହିବା ସହ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି । ଏକାଧିକ ବିଳାସପୂର୍ଣ୍ଣ କାର୍‌ ମଧ୍ୟ ରହିଛି। ସେହିପରି ଡେଭିଡଶନ ବାଇକ୍‌ ପାଖରେ ଘୋଡ଼ା, ନଖରାରେ ଫାର୍ମ ହାଉସ ଓ କାର୍‌ ଶୋରୁମ୍‌ ରହିଥିବା ଜଣାପଡିଛି। ଓକିଲାତି ପେସା କରି କମ୍‌ ଦିନରେ ଏତେ ଟଙ୍କା ଅର୍ଚ୍ଚନା କେଉଁଠୁ ଆଣିଲେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।

ଗାଁରେ ଆଜବେଷ୍ଟସ୍‌

ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ଏବଂ  ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ବାଲେଶ୍ୱର ଜିଲା ଜଳେଶ୍ୱର ନେତୁଆ ପଞ୍ଚାୟତ ବାଉଁଶବାଣୀ ଗାଁରେ ରହିଛି ପୁରୁଣା ଆଜେବେଷ୍ଟସ ଘର। ରାଜଧାନୀରେ ମହଲ୍‌ ସଦୃଶ ଘର ସମ୍ପତ୍ତି ଥିଲେ ମଧ୍ୟ ଜଗବନ୍ଧୁଙ୍କ ପରିବାର ରହୁଛନ୍ତି ଭଙ୍ଗା ଘରେ ।
୧୫ ବର୍ଷ ତଳେ ବାପାଙ୍କ ସହ ମିଶି ଜଗବନ୍ଧୁ ଏକ ତେଜରାତି ଦୋକାନ ଦେଇଥିଲେ। ୪ବର୍ଷ ତଳେ ସେ କଳାହାଣ୍ଡିର ଅର୍ଚ୍ଚନାଙ୍କୁ ପ୍ରେମ ବିବାହ କରିବା ପରେ ପରିବାର ସହ ସମ୍ପର୍କ ଚ୍ଛିନ୍ନ କରି ରାଜଧାନୀ ଚାଲି ଆସିଥିଲେ ବୋଲି ଜଗବନ୍ଧୁଙ୍କ ଭାଇ ବୈକୁଣ୍ଠ ଚାନ୍ଦ କହିଛନ୍ତି। ଏଠାରେ ଜଗବନ୍ଧୁ ଏକ ସେକେଣ୍ଡ ହ୍ୟାଣ୍ଡ କାର ଶୋ’ରୁମ କରି ଚଳୁଥିଲେ। ହେଲେ ୪ ବର୍ଷ ମଧ୍ୟରେ ସତ୍ୟବିହାରରେ ଏକ ରାଜମହଲ ଭଳି ଘର କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇଛନ୍ତି।  ତେବେ ଏତେ ସମ୍ପତ୍ତିର ମାଲିକାନା କିପରି ହେଲେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।
ଧନୀ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା
ଲୋକଙ୍କୁ ବିଭିନ୍ନ ଆଳରେ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ହାତେଇଥିବା ଅର୍ଚ୍ଚନା ନାଗଙ୍କ କାରନାମା ଧୀରେ ଧୀରେ ଲୋକଲୋଚନକୁ ଆସୁଛି। ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ହ୍ବାଟ୍ସଆପ୍‌ରେ କିପରି ସେ ଜାଲ ବିଛାଉଥିଲେ ତାହା ଏବେ ଜଣାପଡ଼ିଛି। ମିଠା ମିଠା କଥା କହି ପ୍ରଥମେ ଅର୍ଚ୍ଚନା ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ କରୁଥିଲେ ଆଉ ପରବର୍ତ୍ତୀ ସମୟରେ ବଡ଼ ବଡ଼ ଲୋକଙ୍କୁ କିପରି ମୋହରା ବନାଉଥିଲେ ତାହା ଏବେ ଭାଇରାଲ ହେଉଛି। ଅର୍ଚ୍ଚନା କିଭଳି ମେସେଞ୍ଜର ଚାଟ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ବାହାନା କରି ଧନୀ ବ୍ୟକ୍ତିଙ୍କୁ ଫାଶରେ ପକାଇ ଟଙ୍କା ମାଗୁଥିଲେ ତାହା ଚାଟ୍‌ରୁ ଜଣାପଡିଛି ।
କାହା ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ
ବ୍ଲାକ୍‌ମେଲିଂ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା କୁହାଯାଉଥିବା ବେଳେ କାହା ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି ସେନେଇ କୌଣସି ସୂଚନା ଦେଉନାହିଁ। ଅପରପକ୍ଷରେ ଘଟଣା ଦିନକୁ ଦିନ ରହସ୍ୟ ହେବାରେ ଲାଗିଛି। ଯଦି ଏସମ୍ପର୍କରେ ପୋଲିସ ମୁହଁ ଖୋଲନ୍ତା ତାହେଲେ ଅର୍ଚ୍ଚନା କେଉଁ କେଉଁମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ, କାହାଠୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ଏସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା।

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri