ବ୍ଲାକ୍‌ମେଲ୍‌ ସହ ନିଶା ଲିଙ୍କ୍‌: ହୋଟେଲରେ ଡିଲ୍‌ ବେଳର ଭିଡିଓ ଭା ଇରାଲ

ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ କେବଳ ବଡ଼ ବଡ଼ିଆ ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକ୍‌ମେଲ୍‌ କରୁ ନ ଥିଲେ ବରଂ ନିଶା କାରବାର ମଧ୍ୟ କରୁଥିବା କୁହାଯାଉଛି। ତେଣୁ ନିଜର କଳା ସାମ୍ରାଜ୍ୟ ବିଷୟରେ କାଳେ କିଏ ଜାଣିଦେବ, ସେନେଇ ନିଜ ଘରର ଚାରିପାର୍ଶ୍ୱ ସିସିଟିଭି ନଜରରେ ରଖାଯାଉଥିଲା। ଯଦି କେହି ଅଜଣା ବ୍ୟକ୍ତି ଆସୁଥିଲେ ସେଠାରେ ନିୟୋଜିତ ଥିବା ଜଗୁଆଳି ଆସିଥିବା ବ୍ୟକ୍ତିଙ୍କୁ ତନତନ କରି ପଚାରୁଥିଲେ। ଏହାପରେ ଜଗୁଆଳି ଜଣଙ୍କ ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଘର ଭିତରକୁ ପ୍ରବେଶ ଅନୁମତି ଦେଉଥିଲେ। ଏନେଇ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ସତ୍ତ୍ୱେ କୌଣସି ପୋଲିସ ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍‌ମେଲିଂ କରୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗୁମର ଫିଟିବାରେ ଲାଗିଛି। ବଡ଼ବଡ଼ିଆ ଲୋକଙ୍କୁ ଗୁପ୍ତ କୋଠରିକୁ ଡାକି ସେଠାରେ ଭିଡିଓ କରି ପରବର୍ତ୍ତୀ ସମୟରେ କିପରି ମୋଟା ଅଙ୍କର ଟଙ୍କା ରୋଜଗାର କରି ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ତାହା ଜଣାପଡ଼ିବାର ଦିନକ ପରେ ଶନିବାର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଅର୍ଚ୍ଚନା ଏବେ ଜେଲରେ ଥିବାବେଳେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଅଟକ ରଖି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।
ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚନାଙ୍କ ସହ ଜଣେ ଯୁବତୀ ଏବଂ ଜଣେ ପୁରୁଷ ଏକ ହୋଟେଲରେ ବସି ଡିଲ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍‌ ଭିଡିଓରେ ଜଣେ ପୁରୁଷ ଆଠ ଦିନ ଦରକାର ନାହିଁ ବୋଲି କହୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଅର୍ଚ୍ଚନା ୪ଦିନ ଦରକାର କି କହୁଥିବା ସ୍ବର ଶୁଣିବାକୁ ମିଳିଛି । ତା’ପରେ ପୁରୁଷ ଜଣକ କହୁଛନ୍ତି, ୪ ଦିନ ବି ଦରକାର ନାହିଁ ।
କିଛି ସମୟର କଥାବାର୍ତ୍ତା ପରେ ଯୁବତୀ ଜଣକ ଭାଇଙ୍କ ସହିତ କ୍ଲିୟର କଥା ହୁଅ, ତା’ ପରେ ତୋ ସହ ଫାଇନାଲ ଡିସିସନ୍‌ ବୋଲି କହୁଛନ୍ତି। ପରେ କର୍ନରକୁ ନେଇ କଥା ହେବା କି, କିଛି ଦେଖାଇବାର କଥା ଅର୍ଚ୍ଚନା କହୁଛନ୍ତି। ତା’ପରେ ପାଖରେ ବସିଥିବା ଯୁବତୀଙ୍କ ସହିତ ଅର୍ଚ୍ଚନା ସେହି ସ୍ଥାନରୁ ଉଠି ଚାଲି ଯାଉଛନ୍ତି । ତେବେ ରହସ୍ୟମୟୀ ଅର୍ଚ୍ଚନା କେଉଁ ପ୍ରସଙ୍ଗରେ କଥା ହେଉଥିଲେ ? ତାଙ୍କ ପାଖରେ ବସିଥିବା ପୁରୁଷ ଓ ଯୁବତୀ ଜଣକ କିଏ? କ’ଣ ଡିଲ୍‌ ହେଉଥିଲା ସେମାନଙ୍କ ସହ? କାହା ଛତ୍ରଛାୟା ତଳେ ରହି ଏତେଗୁଡିଏ ଟଙ୍କା କେଉଁଠି ହାତେଇଲେ ? ଏଥିରେ ଆଉ କାହାର ସଂପୃକ୍ତି ଅଛି ? ରହସ୍ୟମୟୀଙ୍କ କ୍ରାଇମ୍‌ ସିଣ୍ଡିକେଟରେ କେଉଁ ବଡ଼ବଡ଼ିଆଙ୍କ ହାତ ରହିଛି ? ଏହିଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଥିବା ବେଳେ ପୋଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଡିସିପି, ଖଣ୍ଡଗିରି ଥାନାର ଆଇଆଇସିଙ୍କ ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ନେଇ ମୁହଁ ଖୋଲୁ ନାହାନ୍ତି, ଯାହାକି ନିରପେକ୍ଷ ତଦନ୍ତ ନେଇ ସନ୍ଦେହ ସୃଷ୍ଟି କରିଛି। ରାଜଧାନୀରେ ଅନେକ ସମ୍ବେଦନଶୀଳ ଘଟଣାରେ ପୋଲିସ ପ୍ରେସ୍‌ମିଟ କରି ସୂଚନା ଦେଇଆସୁଥିବା ବେଳେ ଏହି ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଠିକ୍‌ ସୂଚନା ନଦେବା ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି । ଏହି ଘଟଣାରେ ଅନେକ ବଡ଼ବଡ଼ିଆ ଲୋକ ସମ୍ପୃକ୍ତ ଥିବାରୁ ପୋଲିସ ସେମାନଙ୍କୁ ଘଣ୍ଟ ଘଉଡ଼ାଥିବା କୁହାଯାଉଛି। ଅପରପକ୍ଷରେ ବିଜେଡି ସହିତ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଜଗବନ୍ଧୁ ବିଜେଡି ସହିତ କାମ କରୁଥିବା ନିଜ ଫେସ୍‌ବୁକ ଆକାଉଣ୍ଟରେ ଲେଖିଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ଭାଜପା ଓ କଂଗ୍ରେସ। ବଡ଼ବଡ଼ିଆ ଏବଂ ରାଜନୈତିକ ଲୋକ ସମ୍ପୃକ୍ତ ଥିବାରୁ ପୋଲିସ ଉପରେ ନିଶ୍ଚିତ ଭାବରେ ଚାପ ପଡ଼ୁଥିବା ସନ୍ଦେହ କରାଯାଉଛି ବୋଲି ଭାଜପା ଜିଲା ସଭାପତି ବାବୁ ସିଂ ଗଣମାଧ୍ୟମଙ୍କୁ କହିଛନ୍ତି ।
ସେହିପରି ଯେଉଁ ମହିଳା ଏପରି କରିଛନ୍ତି ସେ ବିଜେଡି ନେତ୍ରୀ ଥିଲେ। ତେଣୁ ଶାସକ ଦଳ ଦୁର୍ନୀତି ପଇସା କୁଆଡ଼େ ନେବେ ଏପଟେ ଖର୍ଚ୍ଚ କରୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅର୍ଚ୍ଚନାଙ୍କୁ ଜେରାବେଳେ ପୋଲିସ ବହୁ ତଥ୍ୟ ହାସଲ କରିବା ସହ ତାଙ୍କ ନିକଟରୁ ଏକ ପେନ୍‌ଡ୍ରାଇଭ, ଲାପ୍‌ଟପ୍‌ ଏବଂ ମୋବାଇଲ ଜବତ କରିଥିବାବେଳେ କୌଣସି ସୂଚନା ନ ଦେବା ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।
ବ୍ଲାକ୍‌ମେଲ ଅଭିଯୋଗରେ ଗୁରୁବାର ସତ୍ୟବିହାରରୁ ଅର୍ଚ୍ଚନାଙ୍କୁ ପୋଲିସ ଉଠାଇ ମହିଳା ଥାନାରେ ରଖି ପଚରାଉଚରା ପରେ ଶୁକ୍ରବାର କିଭଳି ଘଟଣା ଲୋକଲୋଚନକୁ ନ ଆସିବ ତରବରିଆ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଧିକ ତଦନ୍ତ ଲାଗି କମିଶନରେଟ୍‌ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଡିସିପି ପ୍ରତୀକ ସିଂଙ୍କୁ ଏନେଇ ପଚାରିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ମହିଳା ବ୍ଲାକ୍‌ମେଲର ରାଜଧାନୀ ଖଣ୍ଡଗିରି ଥାନା ଅନ୍ତର୍ଗତ ସତ୍ୟବିହାରରେ ଆଲିସାନ୍‌ ଘର ତିଆରି କରିଛନ୍ତି। ଆଉ ସେହି ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର। ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ନିଚର ରହିବା ସହ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି । ଏକାଧିକ ବିଳାସପୂର୍ଣ୍ଣ କାର୍‌ ମଧ୍ୟ ରହିଛି। ସେହିପରି ଡେଭିଡଶନ ବାଇକ୍‌ ପାଖରେ ଘୋଡ଼ା, ନଖରାରେ ଫାର୍ମ ହାଉସ ଓ କାର୍‌ ଶୋରୁମ୍‌ ରହିଥିବା ଜଣାପଡିଛି। ଓକିଲାତି ପେସା କରି କମ୍‌ ଦିନରେ ଏତେ ଟଙ୍କା ଅର୍ଚ୍ଚନା କେଉଁଠୁ ଆଣିଲେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।

ଗାଁରେ ଆଜବେଷ୍ଟସ୍‌

ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ଏବଂ  ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ବାଲେଶ୍ୱର ଜିଲା ଜଳେଶ୍ୱର ନେତୁଆ ପଞ୍ଚାୟତ ବାଉଁଶବାଣୀ ଗାଁରେ ରହିଛି ପୁରୁଣା ଆଜେବେଷ୍ଟସ ଘର। ରାଜଧାନୀରେ ମହଲ୍‌ ସଦୃଶ ଘର ସମ୍ପତ୍ତି ଥିଲେ ମଧ୍ୟ ଜଗବନ୍ଧୁଙ୍କ ପରିବାର ରହୁଛନ୍ତି ଭଙ୍ଗା ଘରେ ।
୧୫ ବର୍ଷ ତଳେ ବାପାଙ୍କ ସହ ମିଶି ଜଗବନ୍ଧୁ ଏକ ତେଜରାତି ଦୋକାନ ଦେଇଥିଲେ। ୪ବର୍ଷ ତଳେ ସେ କଳାହାଣ୍ଡିର ଅର୍ଚ୍ଚନାଙ୍କୁ ପ୍ରେମ ବିବାହ କରିବା ପରେ ପରିବାର ସହ ସମ୍ପର୍କ ଚ୍ଛିନ୍ନ କରି ରାଜଧାନୀ ଚାଲି ଆସିଥିଲେ ବୋଲି ଜଗବନ୍ଧୁଙ୍କ ଭାଇ ବୈକୁଣ୍ଠ ଚାନ୍ଦ କହିଛନ୍ତି। ଏଠାରେ ଜଗବନ୍ଧୁ ଏକ ସେକେଣ୍ଡ ହ୍ୟାଣ୍ଡ କାର ଶୋ’ରୁମ କରି ଚଳୁଥିଲେ। ହେଲେ ୪ ବର୍ଷ ମଧ୍ୟରେ ସତ୍ୟବିହାରରେ ଏକ ରାଜମହଲ ଭଳି ଘର କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇଛନ୍ତି।  ତେବେ ଏତେ ସମ୍ପତ୍ତିର ମାଲିକାନା କିପରି ହେଲେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।
ଧନୀ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା
ଲୋକଙ୍କୁ ବିଭିନ୍ନ ଆଳରେ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ହାତେଇଥିବା ଅର୍ଚ୍ଚନା ନାଗଙ୍କ କାରନାମା ଧୀରେ ଧୀରେ ଲୋକଲୋଚନକୁ ଆସୁଛି। ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ହ୍ବାଟ୍ସଆପ୍‌ରେ କିପରି ସେ ଜାଲ ବିଛାଉଥିଲେ ତାହା ଏବେ ଜଣାପଡ଼ିଛି। ମିଠା ମିଠା କଥା କହି ପ୍ରଥମେ ଅର୍ଚ୍ଚନା ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ କରୁଥିଲେ ଆଉ ପରବର୍ତ୍ତୀ ସମୟରେ ବଡ଼ ବଡ଼ ଲୋକଙ୍କୁ କିପରି ମୋହରା ବନାଉଥିଲେ ତାହା ଏବେ ଭାଇରାଲ ହେଉଛି। ଅର୍ଚ୍ଚନା କିଭଳି ମେସେଞ୍ଜର ଚାଟ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ବାହାନା କରି ଧନୀ ବ୍ୟକ୍ତିଙ୍କୁ ଫାଶରେ ପକାଇ ଟଙ୍କା ମାଗୁଥିଲେ ତାହା ଚାଟ୍‌ରୁ ଜଣାପଡିଛି ।
କାହା ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ
ବ୍ଲାକ୍‌ମେଲିଂ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା କୁହାଯାଉଥିବା ବେଳେ କାହା ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି ସେନେଇ କୌଣସି ସୂଚନା ଦେଉନାହିଁ। ଅପରପକ୍ଷରେ ଘଟଣା ଦିନକୁ ଦିନ ରହସ୍ୟ ହେବାରେ ଲାଗିଛି। ଯଦି ଏସମ୍ପର୍କରେ ପୋଲିସ ମୁହଁ ଖୋଲନ୍ତା ତାହେଲେ ଅର୍ଚ୍ଚନା କେଉଁ କେଉଁମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ, କାହାଠୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ଏସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?