Posted inଜାତୀୟ

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପଟେଲ କହିଛନ୍ତି ଯେ ବାଘେଲ କଂଗ୍ରେସର ଜଣେ ନେତା, ଏହା ଏକ ଭଲ କଥା। କିନ୍ତୁ, ସେମାନେ କହିବା ସମୟରେ ସୀମା ଉଲ୍ଳଂଘନ କରିବା ଉଚିତ ନୁହେଁ। ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଅନ୍ତତଃପକ୍ଷେ ସେମାନେ ଯଦି ଆରଏସଏସର ଅବଦାନକୁ ପ୍ରଶଂସା କରନ୍ତି ନାହିଁ, କିଛି ଦୁଃଖ ନାହିଁ। ମାତ୍ର କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ।

ମୁଁ ସେମାନଙ୍କୁ କହିବି ଯେ ଏହି ଅସନ୍ତୋଷର ଭାଷା ଦେଶ ପାଇଁ ଭଲ ନୁହେଁ ଏବଂ ଏହା ମଧ୍ୟ ସେମାନଙ୍କ ଲାଗି ଠିକ ନୁହେଁ। ସେ କହିଛନ୍ତି ଯେ ଭାରତ ଯୋଡିବା ପରିବର୍ତ୍ତେ ବାଘେଲ ଭାଙ୍ଗିଯାଉଥିବା କଂଗ୍ରେସକୁ ଯୋଡିବା ଉଚିତ।

ବିଳାସପୁରରେ ମୁଖ୍ୟମନ୍ତ୍ରୀ ବାଘେଲ କେନ୍ଦ୍ରର ଭାଜପା ସରକାର ଏବଂ ଆରଏସଏସକୁ ପାକିସ୍ତାନ ସାମ୍ରାଜ୍ୟ ସହ ତୁଳନା କରି କହିଥିଲେ। ଏହି ପ୍ରସଙ୍ଗର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ପଟେଲ ଏପରି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଛତିଶଗଡ ମଡେଲ ଶିଖିବାକୁ ଭାଜପା ଏବଂ ଆରଏସଏସ ଲୋକ ଆସୁଛନ୍ତି। ଛତିଶଗଡ ସରକାରଙ୍କ ଅନେକ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

କରୋନା ସମୟର ଗାଇଡଲାଇନ ଠାରୁ ଆରମ୍ଭ କରି ଗୋଧନ ନ୍ୟାୟ ଯୋଜନା ପର୍ଯ୍ୟନ୍ତ, ଅତ୍ମାନନ୍ଦ ଇଂରାଜୀ ବିଦ୍ୟାଳୟ ଆଦି ସମସ୍ତ ଯୋଜନା କେନ୍ଦ୍ରର ଭାଜପା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଛି। ମୁଁ ମୋହନ ଭାଗଓ୍ବତଙ୍କୁ କୌଶଲ୍ୟା ମାତା ମନ୍ଦିର, ଗୋଶାଳା ଏବଂ ଆତ୍ମାନନ୍ଦ ବିଦ୍ୟାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛି, କିନ୍ତୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ପ୍ରହ୍ଲାଦ ଭୁପେଶ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଛତିଶଗଡରେ ଯେଉଁ କାର୍ଯ୍ୟ କରାଯିବା ଉଚିତ ତାହା ହୋଇ ନାହିଁ। ୨୮ ପ୍ରତିଶତ କାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଅର୍ଥର ଅଭାବ ନାହିଁ । ରାଜ୍ୟ ସରକାର ଏହି କାମ କରିପାରୁ ନଥିବା ସେ ଅଭିଯୋଗ କjରିଛନ୍ତି। ରାଜ୍ୟଗୁଡିକରୁ ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କଠାରୁ ଯେତିକି ଟଙ୍କା ଆସୁଛି ସେତେ ଅଧିକ କାମ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ମୁକାବିଲା ପ୍ରସ୍ତୁତି

ନୂଆଦିଲ୍ଲୀ, ୧ା୧୨: ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଥିବା କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଭାରତରେ ପ୍ରସ୍ତୁତି ଚାଲିଛି। ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌...

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା...

ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ବମ୍ବର

ଚଣ୍ଡିଗଡ଼, ୨୫।୧୨: ପଞ୍ଜାବର ଲୁଧିଆନା କୋର୍ଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହିଁ କୋର୍ଟରେ ବୋମା ରଖିଥିଲେ। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ,୨୧।୧: ପାକିସ୍ତାନ ପକ୍ଷରୁ ଗୁରୁବାର ପୁଣି ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏହି...

କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି।...

ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ନୂଆ ଭାବମୂର୍ତ୍ତି, ବ୍ୟାକ୍‌ ଫୁଟରେ ଭାଜପା-ଆରଏସଏସ କହିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ କର୍ନାଟକରେ ଜାରି ରହିଛି। ବର୍ଷା ଯୋଗୁ ଶନିବାର...

କୋର୍ଟରେ ପରିବେଶ ସହ ଜଡିତ ୧.୩୬ ଲକ୍ଷ ବିଚାରାଧୀନ ମାମଲା,ଅପରାଧ ବୃଦ୍ଧି ହାର ୪ ପ୍ରତିଶତ…

ନୂଆଦିଲ୍ଲୀ,୨୬।୩ : ଦେଶର ସମସ୍ତ ଅଦାଲତରେ ଶୁଣାଣି ପାଇଁ ୧.୩୬ ଲକ୍ଷ ପରିବେଶ ଅପରାଧ ମାମଲା ରହିଛି। କୋର୍ଟ ଦୈନିକ ୧୩୦ ଟି ମାମଲା ଶୁଣାଣି...

ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୫ ସେକେଣ୍ଡର ଏହି...

Advertisement
Archives

Model This Week