୪୯ ବିଲିୟନ ଡଲାର ବଢ଼ିଛି ଆଦାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୭।୩ : ଭାରତ ତଥା ଏସିଆର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ଭାବେ ପରିଚିତ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ୪୯ ବିଲିୟନ ଡଲାର (୩,୭୩,୨୬୨ କୋଟି ଟଙ୍କା) ବୃଦ୍ଧି ପାଇଛି। ଏହା ବିଶ୍ୱର ୩ ଶ୍ରେଷ୍ଠ ଧନୀ ଟେସ୍‌ଲା କମ୍ପାନୀ ମାଲିକ ଏଲନ୍‌ ମସ୍କ, ଆମାଜନ ମୁଖ୍ୟ ଜେଫ୍‌ ବେଜୋସ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟବସାୟୀ ବର୍ନାର୍ଡ ଅର୍ନଲ୍ଟଙ୍କ ମୋଟ ବର୍ଦ୍ଧିତ ସମ୍ପତ୍ତିଠାରୁୁ ଅଧିକ। ୨୦୨୨ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟରୁ ଏହା ଜଣାପଡ଼ିଛି। ଭାରତର ଶ୍ରେଷ୍ଠ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୧୦୩ ବିଲିୟନ ଡଲାର। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସମ୍ପତ୍ତି ୪୦୦% ବଢ଼ିଥିବାବେଳେ ଆଦାନୀଙ୍କର ୧,୮୩୦% ବଢ଼ିଥିବା ଉକ୍ତ ତାଲିକାରେ କୁହାଯାଇଛି। ଦେଶର ତୃତୀୟ ଧନୀ ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦରଙ୍କ ସମ୍ପତ୍ତି ୨୮ ବିଲିୟନ ଡଲାର ହୋଇଥିବାବେଳେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାଓ୍ବାଲାଙ୍କ ସମ୍ପତ୍ତି ୨୬ ବିଲିୟନ ଡଲାର।
ଆଦାନୀଙ୍କ କମ୍ପାନୀ ସହ ପୁନଃନବୀକରଣ ଶକ୍ତି କମ୍ପାନୀ ଆଦାନୀ ଗ୍ରୀନ୍‌ ତାଲିକାରେ ସାମିଲ ହେବା ପରେ ୨୦୨୦ରେ ତାଙ୍କ ସମ୍ପତ୍ତି ୧୭ ବିଲିୟନ ଥିବାବେଳେ ଏହା ପାଖାପାଖି ୫ ଗୁଣ ବୃଦ୍ଧି ପାଇ ୮୧ ବିଲିୟନ ଡଲାର ହୋଇଛି। ଗତବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ୨୦ ବିଲିୟନ ଡଲାର ବଢ଼ିଛି। ୨୦୨୨ ଏମ୍‌୩ଏମ୍‌ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟରେ ୬୯ ଦେଶର ୨,୫୫୭ କମ୍ପାନୀର ୩,୩୮୧ ବିଲିୟନେୟାରଙ୍କ ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱ ଜନସଂଖ୍ୟାର ୧୮ ପ୍ରତିଶତ ଭାରତରେ ରହିଥିବାବେଳେ ୮% ଅରବପତି ରହିଛନ୍ତି। ଭାରତରେ ୨୧୫ ବିଲିୟନାୟାର ଥିବାବେଳେ ଚାଇନାରେ ୧,୧୩୩ ଏବଂ ଆମେରିକାରେ ୭,୧୬ ଜଣ ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri