ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ RPF ଯବାନଙ୍କ ସହ ଝଗଡ଼ା ଓ ହଙ୍ଗାମା କରିଥିବା ଅଭିଯୋଗ ରହିଛି । ଘଟଣାଟି ଅଗଷ୍ଟ ୧୨ ତାରିଖର ବୋଲି ରିପୋର୍ଟରେ କୁହାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଅନ୍ତରା ଶୁଟିଂ କାମରେ ସୁରତ ଯାଉଥିଲେ । ତାଙ୍କ ପାଖରେ ସ୍ଲିପର୍‌ କ୍ଲାସ୍‌ର ଟିକେଟ୍‌ ଥିବା ସତ୍ତ୍ୱେ ସେ ଏକ ସଂରକ୍ଷିତ AC କୋଚ୍‌ରେ ଚଢ଼ିଥିବା ଅଭିଯୋଗ ହୋଇଛି। ନିଜ ସିଟ୍‌ ଖାଲି କରିବାକୁ ଅନ୍ୟ ଜଣେ ଯାତ୍ରୀ କହିବା ପରେ ବିବାଦ ଆରମ୍ଭ ହୋଇଥିଲା। ବୋରିଭଲି ଓ ଦହାଣୁ ମଧ୍ୟରେ ରାତି ପ୍ରାୟ ୯ଟା ୩୦ରୁ ୧୦ଟା ୫୦ ମଧ୍ୟରେ ଟ୍ରେନ୍‌ରେ ହଙ୍ଗାମା ହୋଇଥିବା କୁହାଯାଉଛି । ଯାତ୍ରୀ ଟିଟିଙ୍କୁ ଡାକି ଅଭିନେତ୍ରୀଙ୍କୁ ସିଟ୍‌ ଖାଲି କରିବାକୁ କହିଥିଲେ । ଏହାପରେ ଟିକେଟ୍‌ କଲେକ୍ଟର ହରିକେଶ ତ୍ରିପାଠୀ RPFକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ RPFର ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ୟାମିନୀକାନ୍ତ ମିଶ୍ର ଓ କନଷ୍ଟେବଲ୍‌ ରାଜେଶ କୁମାର ପହଞ୍ଚିଥିଲେ । ଅଭିଯୋଗ ଅନୁସାରେ, ଏହି ସମୟରେ ଅନ୍ତରା ଯବାନଙ୍କୁ ଗାଳିଗୁଲଜ କରିବା ସହ ହିଂସାତ୍ମକ ହୋଇଥିଲେ।

ଝଗଡ଼ା ସମୟରେ ଅଭିନେତ୍ରୀ ନିଜ ପୋଷାକ ଖୋଲିଦେଇଥିବା ଏବଂ ରେଜର୍‌ ବ୍ଲେଡ୍‌ ଦେଖାଇ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅନ୍ତରା ମଧ୍ୟ ଆହତ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ସେ ଟ୍ରେନ୍‌ର AC କୋଚ୍‌ର କାଚ ଭାଙ୍ଗି ସେଠାରୁ ଖସିଯିବାକୁ ମଧ୍ୟ ଚେଷ୍ଟା କରିଥିଲେ। ପରେ RPF ତାଙ୍କୁ ଦହାଣୁ ରେଳ ଷ୍ଟେସନ୍‌ରେ ଓହ୍ଲାଇ ସରକାରୀ ରେଳ ପୋଲିସକୁ ହସ୍ତାନ୍ତର କରିଥିଲା।

ଅଭିଯୋଗ ଅନୁସାରେ, ଏହି ହଙ୍ଗାମାରେ ପୋଲିସର ୟୁନିଫର୍ମ ଓ ମୋବାଇଲ୍‌ ଫୋନ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ଦିନ ସକାଳେ ବୋରିଭଲି ରେଳ ପୋଲିସ ଅନ୍ତରା ବାନାର୍ଜୀଙ୍କୁ ହେପାଜତକୁ ନେଇଥିବା ରିପୋର୍ଟରେ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri