ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ ଡେଟ୍‌ କରିବାକୁ ପଛାଇନାହାନ୍ତି। କଥାଟି ଟିକିଏ ଅଟ୍‌ପଟା ଲାଗୁଥିଲେ ହେଁ ସତ। ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ବିଷୟରେ..

ଏକତା କପୁରଙ୍କ ଶୋ’ ବଡେ ଅଚ୍ଛେ ଲଗତେ ହୈ’ରେ ବାପ ଝିଅ ଭୂମିକାରେ ନଜର ଆସିଥିଲେ ରାମ କପୁର ଏବଂ ଈଶା ଗ୍ରୋଭର। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ଚର୍ଚ୍ଚା ହୋଇଥିଲା। ପରେ ସେମାନେ ଏହାକୁ ଅସ୍ବିକାର କରିଥିଲେ।

ବିଗ୍‌ବସ୍‌-୧୩ରେ ନଜର ଆସିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନିଜର ଅନ୍‌ସ୍କ୍ରିନ୍‌ ଶାଶୁ ସ୍ମିତା ବଂସଲଙ୍କୁ ଡେଟ୍‌ କରିଛନ୍ତି। ଉଭୟ ‘ବାଳିକା ବଧ’ୁ ଧାରାବାହିକରେ ଶାଶୁ-ଜ୍ୱାଇଁ ଚରିତ୍ରରେ ନଜର ଆସିଥିଲେ।

ସୁପରହିଟ୍‌ ଫିଲ୍ମ ମଦର ଇଣ୍ଡିଆରେ ସୁନିଲ ଦତ୍ତ ଏବଂ ନର୍ଗିସ ମା-ପୁଅ ଭୂମିକାରେ ନଜର ଆସିଥିଲେ। ହେଲେ ରିୟଲ୍‌ ଲାଇଫ୍‌ରେ ସେମାନେ ବିବାହ କରିଥିଲେ।

ଅଙ୍କିତ ଗେରା ନିଜର ଅନ୍‌ସ୍କ୍ରିନ୍‌ ମା’ ମୋନିକା ସିଂହଙ୍କୁ ଡେଟ୍‌ କରିଛନ୍ତି। ‘ମନ କି ଆବାଜ୍‌ ପ୍ରତିଜ୍ଞା’ରେ ଉଭୟ ମା’ପୁଅ ଭୂମିକାରେ ନଜର ଆସିଥିଲେ।

ଧାରାବାହିକ ମାୟାବୀ ମଲଙ୍ଗରେ ଅପର୍ଣ୍ଣା କୁମାର ଅଭିନେତା ହର୍ଷଦ ଅରୋରାଙ୍କ ମା’ ହୋଇଥିଲେ। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା।

ଟେଲି ଧାରାବାହିକ ‘ବୁନିୟାଦ’ରେ ନୀନା ଗୁପ୍ତା ଅଲୋର ନାଥଙ୍କ ବୋହୁ ଭୂମିକାରେ ନଜର ଆସିଥିଲେ। ପରଦାରେ ଶ୍ୱଶୁରବୋହୁ ହୋଇଥିଲେ ହେଁ ଉଭୟଙ୍କ ସମ୍ପର୍କ ନେଇ ଖବର ପ୍ରଚାରିତ ହୋଇଥିଲା। ବୟସର ତଫାତ ସତ୍ତ୍ୱେ ଉଭୟ ଡେଟ୍‌ କରୁଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri