Posted inଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି ଦଳଙ୍କର ସେଲିବ୍ରିଟିଙ୍କ ଉପରେ ନଜର ରହିଛି । ସେ ଯାହା ବି ହେଉ ବଲିଉଡ ଅଭିନେତା ତଥା କରୋନା ସମୟରେ ଗରିବଙ୍କ ଦେବଦୂତ ପାଲଟି ଥିବା ସୋନୁ ସୁଦଙ୍କୁ ନିର୍ବାଚନ ଲଢିବାକୁ ଅଫର ମିଳିଥିଲେ ବି ସେ ଏହାକୁ ମନା କରିଦେଇଥିଲେ । ଏବେ କିନ୍ତୁ ଶୁଣିବାକୁ ମିଳିଛି କି ତାଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ । ତେବେ ସେ କେଉଁ ଦଳ ପକ୍ଷରୁ ଲଢିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ଏବେଠାରୁ ଅନୁମାନ ଲଗାଯାଉଛି । କିଛିଦିନ ତଳେ କଂଗ୍ରେସ ଛାଡି ନିଜର ସ୍ୱତନ୍ତ୍ର ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମାଳବିକାଙ୍କର ଫଟୋ କିଛିଦିନ ତଳେ ଭାଇରାଲ ହୋଇଥିବା ବେଳେ ସେ କ୍ୟାପଟେନଙ୍କ ଦଳରୁ ଲଢି ପାରନ୍ତି ବୋଲି ଆଲୋଚନା ହେଉଛି । ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, କରୋନା ସମୟରେ ଭାଇ ସୋନୁଙ୍କ ସହ ମିଶି କାମ କରିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ମାଳବିକା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଚିରାଗଙ୍କ ପ୍ରଶ୍ନ

ପାଟନା,୧୭ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଟଣା ଭିଡା ଲାଗି...

ଭାକ୍ସିନ୍‌ର ୨ ଡୋଜ୍‌ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…

ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...

୨୪ ଘଣ୍ଟାରେ ୮ ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ,୧୧।୬: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୨୯ ଜଣ ପଜିଟଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର...

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ...

ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨ ।୯: ସୁପ୍ରିମ କୋର୍ଟ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଛ ଖବରକୁ ନେଇ ଚିନ୍ତା ପ୍ରକଟ...

ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ...

ଟିକା ନ ଆସିବା ପର୍ଯ୍ୟନ୍ତ କୋହଳ ହେବନି କଟକଣା: ମୋଦି

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକା ପାଳନ କରିବା ଲାଗି...

ଦେଶରେ ଦୈନିକ ସଂକ୍ରମଣ ଉପରମୁହାଁ, ଆଜି ୩ ଲକ୍ଷ ୪୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୧: କରୋନାର ତୃତୀୟ ଲହର ଦ୍ରୁତ ଗତିରେ ବଢିଚାଲିଛି। ଏବେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହୁଛି। ତେବେ ଗତ ୨୪ ଘଣ୍ଟାରେ ୩ ଲକ୍ଷ...

Advertisement
Archives

Model This Week