ପୋଲ୍‌କା ଡଟ୍‌ ଫ୍ୟାଶନ

ସମୟାନୁସାରେ ଫ୍ୟାଶନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। କିନ୍ତୁ ପୋଲ୍‌କା ଡଟ୍‌ ଫ୍ୟାଶନ ହେଉଛି ଏମିତି ଏକ ଟ୍ରେଣ୍ଡ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ଏହି ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌କୁ ପିନ୍ଧିଲେ ଷ୍ଟାଇଲିଶ୍‌ ଲାଗିବା ସହ ୟୁନିକ୍‌ ଲୁକ୍‌ ମିଳିଥାଏ। ତେବେ କେବଳ ଆଉଟ୍‌ଫିଟ୍‌ ନୁହେଁ, ଏବେ ବିଭିନ୍ନ ଫ୍ୟାଶନ ଆସେସରିଜ୍‌ରେ ମଧ୍ୟ ପୋଲ୍‌କା ଡଟ୍‌ ପ୍ରିଣ୍ଟର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି, ଯେମିତିକି…

*ପୋଲ୍‌କା ଡଟ୍‌ ବ୍ୟାଗ୍‌: ହ୍ୟାଣ୍ଡବ୍ୟାଗ୍‌ ମହିଳାମାନଙ୍କର ଏକ ଜରୁରୀ ଉପକରଣ ହୋଇଥାଏ। ସେଥିପାଇଁ ଫ୍ୟାଶନ ବଜାରରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। କିନ୍ତୁ ଯଦି କେହି ଷ୍ଟେଟ୍‌ମେଣ୍ଟ ପିସ୍‌ ଭାବେ ହ୍ୟାଣ୍ଡବ୍ୟାଗ୍‌କୁ ବ୍ୟବହାର କରିବାକୁ ଚାହୁଁଥାନ୍ତି, ତା’ହେଲେ ସେମାନଙ୍କ ପାଇଁ ପୋଲ୍‌କା ଡଟ୍‌ ବ୍ୟାଗ୍‌ ଏକ ଭଲ ଅପ୍ସନ ହୋଇଥାଏ। ଏବେ ମାର୍କେଟ୍‌ରେ ସ୍ମଲ୍‌ ସାଇଜ୍‌ରୁ ଆରମ୍ଭକରି ଟୋଟ୍‌ ବ୍ୟାଗ୍‌, ପୋଟ୍‌ଲି ବ୍ୟାଗ୍‌ ଏପରିକି ଓଭର୍‌ସାଇଜ୍‌ ବ୍ୟାଗ୍‌ରେ ବି ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇ ବିକ୍ରି ହେଉଥିବାର ଅନେକ ନଜିର ଦେଖିବାକୁ ମିଳୁଛି।

*ପୋଲ୍‌କା ଡଟ୍‌ ଓ୍ବାଚ୍‌: ଯଦି ଆପଣ ଅତି ଛୋଟ ଛୋଟ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବାର କୌଣସି ଫ୍ୟାଶନ ଆସେସରିଜ୍‌କୁ ଟ୍ରାଏ କରିବାକୁ ଚାହୁଁଛନ୍ତି, ତା’ହେଲେ ପୋଲ୍‌କା ଡଟ୍‌ ଓ୍ବାଚ୍‌ ବା ଘଣ୍ଟା ଏଥିପାଇଁ ଏକ ଭଲ ଅପ୍ସନ ହୋଇପାରିବ। ଏହି ହାତଘଣ୍ଟା ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ଏହାକୁ କ୍ୟାରି କଲେ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ। ଖାସ୍‌କରି ଆଜିକାଲିର ୟଙ୍ଗ୍‌, ଷ୍ଟାଇଲିଶ୍‌ ଯୁବତୀମାନେ ଏହାକୁ ନିତ୍ୟ ବ୍ୟବହୃତ ପୋଷାକ ସାଙ୍ଗରେ ଆରାମରେ କ୍ୟାରି କରିପାରିବେ।
ପୋଲ୍‌କା ଡଟ୍‌ ହେୟାର୍‌ପିସ୍‌: ଏବେ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ଅନେକ ଷ୍ଟାଇଲିଶ୍‌ ହେୟାର୍‌ପିସ୍‌ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଯେମିତିକି ପୋଲ୍‌କା ଡଟ୍‌ ହେୟାର୍‌ କ୍ଲିପ୍‌, ହେୟାର୍‌ ବ୍ୟାଣ୍ଡ, ହେୟାର୍‌ ସ୍କାର୍ଫ, ହେୟାର୍‌ କ୍ଲଚର୍‌ ଇତ୍ୟାଦି ଅନ୍ୟତମ। ତେବେ କେବଳ କଳାଧଳା ରଙ୍ଗର ନୁହେଁ ଏହି ପ୍ରିଣ୍ଟ ଥିବା ବିଭିନ୍ନ ରଙ୍ଗର ହେୟାର୍‌ପିସ୍‌ ବି ଏବେ ମିଳୁଛି, ଯାହାକୁ ଟ୍ରାଏ କଲେ ଷ୍ଟାଇଲିଶ୍‌ ଲାଗିବା ସହ ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍‌ ବି ମିଳିପାରିବ।

*ପୋଲ୍‌କା ଡଟ୍‌ ସ୍କାର୍ଫ: ସ୍କାର୍ଫ ବ୍ୟବହାର କରିବା ଦ୍ୱାରା ଲୁକ୍‌ ଆହୁରି ଷ୍ଟାଇଲିଶ୍‌ ଲାଗିଥାଏ। ବିଶେଷକରି ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ସ୍କାର୍ଫକୁ ସିମ୍ପଲ୍‌ ଟି-ଶାର୍ଟ ଅଥବା ଟପ୍‌ ସାଙ୍ଗରେ ବ୍ୟବହାର କଲେ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

*ପୋଲ୍‌କା ଡଟ୍‌ ହିଲ୍ସ: ହିଲ୍‌ର ବ୍ୟବହାର ମହିଳାମାନଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଆଉ ଯଦି ସେହି ହିଲ୍‌ରେ ପୋଲ୍‌କା ଡଟ୍‌ ପ୍ରିଣ୍ଟର ବ୍ୟବହାର ହୋଇଥାଏ, ତା’ହେଲେ ଲୁକ୍‌କୁ ଏହା ଆହୁରି କ୍ଲାସି କରିଦିଏ। ଆଉଟ୍‌ଫିଟ୍‌ର ରଙ୍ଗକୁ ମ୍ୟାଚିଂ କରିବା ପାଇଁ ଏବେ ମାର୍କେଟ୍‌ରେ ବିଭିନ୍ନ ରଙ୍ଗର ତଥା ବିଭିନ୍ନ ସାଇଜ୍‌ର ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ହିଲ୍ସ ବି ଉପଲବ୍ଧ ହେଲାଣି।

*ପୋଲ୍‌କା ଡଟ୍‌ ନେଲ୍‌ଆର୍ଟ: ନେଲ୍‌ଆର୍ଟ ଏବେ ଏକ ଟ୍ରେଣ୍ଡି ଫ୍ୟାଶନ ଭାବେ ବେଶ୍‌ ଚାଲିଛି। ହାତକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ନଖରେ ବିଭିନ୍ନ ଡିଜାଇନ୍‌ର ନେଲ୍‌ଆର୍ଟ କରାଯାଉଛି। ହେଲେ ପୋଲ୍‌କା ଡଟ୍‌ ନେଲ୍‌ଆର୍ଟ ଦେଖିବାକୁ ଯେମିତି ଷ୍ଟାଇଲିଶ୍‌ ଲାଗେ ହାତକୁ ସେମିତି ୟୁନିକ୍‌ ଲୁକ୍‌ ବି ଦେଇଥାଏ।

ତେଣୁ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା କେବଳ ଶାଢ଼ି କି ମଡର୍ନ ଆଉଟ୍‌ଫିଟ୍‌ କାହିଁକି ଉଲ୍ଲେଖିତ ଫ୍ୟାଶନ୍‌ ଆସେସରିଜ୍‌କୁ ବି ବ୍ୟବହାର କରି ଯୁବତୀମାନେ ଅତି ସହଜରେ ନିଜ ଲୁକ୍‌କୁ ଆକର୍ଷଣୀୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri