ଅଧା ରହିଯାଏ ପ୍ରେମ, ଶେଷ ଆଡକୁ ହୋଇଯାଏ ମୃତ୍ୟୁ

ବମ୍ବେ: ବଲିଉଡ୍‌ ଅଭିନେତା ଇମ୍‌ରାନ ହାସମୀ ପ୍ରଶଂସକଙ୍କ ଗହଣରେ ‘ସିରିୟଲ କିସର’ ଭାବେ ପରିଚିତ। କାରଣ ତାଙ୍କ ଫିଲ୍ମରେ ପ୍ରେମ ସହ ଭରପୂର ରୋମାନ୍ସ ଦେଖିବାକୁ ମିଳେ। ରୋମାଣ୍ଟିକ ହିରୋ ଭାବେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମଗୁଡ଼ିକ ସୁପରହିଟ୍‌ ମଧ୍ୟ ହୋଇଛି। ହେଲେ ସେସବୁରେ ଗୋଟିଏ ସମାନତା ଦେଖିବାକୁ ମିଳେ। ସେଇଟି ହେଲା ମୃତ୍ୟୁ। ଇମରାନ ଅଭିନୟ କରିଥିବା ଅଧିକାଂଶ ଫିଲ୍ମର ଶେଷଭାଗରେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଯାଇଥାଏ। ଫଳରେ ଶେଷ ବେଳକୁ ପ୍ରଶଂସକଙ୍କ ଆଖି ଓଦା ହୋଇଥାଏ।

୨୦୦୩ରେ ଫିଲ୍ମ ‘ଫୁଟପାଥ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଇମ୍‌ରାନ। ଏଥିରେ ସହ କଳାକାର ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ‘ମର୍ଡର, ତୁମ୍‌ସା ନେହିଁ ଦେଖା, ଜନ୍ନତ, ମର୍ଡର ୨, ଆଶିକ ବନାୟା ଆପନେ, ଜହର, ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ମିଷ୍ଟର ଏକ୍ସ, ଅଜହର, ହମାରୀ ଅଧୁରୀ କାହାନୀ, ଡାର୍ଟି ପିକ୍ଚର, ଦିଲ୍‌ ତୋ ବଚ୍ଚା ହୈ ଜି, ଦ ବଡି ଏବଂ ଚେହେରେ’ ଭଳି ଫିଲ୍ମରେ କାମ କରିଛନ୍ତି। ଏଥିରୁ ଅଧିକାଂଶ ଫିଲ୍ମର କାହାଣୀ, ନିର୍ମାତା, ନିର୍ଦ୍ଦେଶକ, ଲେଖକ ଭିନ୍ନ ଥିବା ସତ୍ତ୍ୱେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଥାଏ। ଏପରିକି ତାଙ୍କ ପ୍ରେମ କାହାଣୀ ଅଧା ରହି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri