ଅଧା ରହିଯାଏ ପ୍ରେମ, ଶେଷ ଆଡକୁ ହୋଇଯାଏ ମୃତ୍ୟୁ

ବମ୍ବେ: ବଲିଉଡ୍‌ ଅଭିନେତା ଇମ୍‌ରାନ ହାସମୀ ପ୍ରଶଂସକଙ୍କ ଗହଣରେ ‘ସିରିୟଲ କିସର’ ଭାବେ ପରିଚିତ। କାରଣ ତାଙ୍କ ଫିଲ୍ମରେ ପ୍ରେମ ସହ ଭରପୂର ରୋମାନ୍ସ ଦେଖିବାକୁ ମିଳେ। ରୋମାଣ୍ଟିକ ହିରୋ ଭାବେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମଗୁଡ଼ିକ ସୁପରହିଟ୍‌ ମଧ୍ୟ ହୋଇଛି। ହେଲେ ସେସବୁରେ ଗୋଟିଏ ସମାନତା ଦେଖିବାକୁ ମିଳେ। ସେଇଟି ହେଲା ମୃତ୍ୟୁ। ଇମରାନ ଅଭିନୟ କରିଥିବା ଅଧିକାଂଶ ଫିଲ୍ମର ଶେଷଭାଗରେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଯାଇଥାଏ। ଫଳରେ ଶେଷ ବେଳକୁ ପ୍ରଶଂସକଙ୍କ ଆଖି ଓଦା ହୋଇଥାଏ।

୨୦୦୩ରେ ଫିଲ୍ମ ‘ଫୁଟପାଥ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଇମ୍‌ରାନ। ଏଥିରେ ସହ କଳାକାର ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ‘ମର୍ଡର, ତୁମ୍‌ସା ନେହିଁ ଦେଖା, ଜନ୍ନତ, ମର୍ଡର ୨, ଆଶିକ ବନାୟା ଆପନେ, ଜହର, ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ମିଷ୍ଟର ଏକ୍ସ, ଅଜହର, ହମାରୀ ଅଧୁରୀ କାହାନୀ, ଡାର୍ଟି ପିକ୍ଚର, ଦିଲ୍‌ ତୋ ବଚ୍ଚା ହୈ ଜି, ଦ ବଡି ଏବଂ ଚେହେରେ’ ଭଳି ଫିଲ୍ମରେ କାମ କରିଛନ୍ତି। ଏଥିରୁ ଅଧିକାଂଶ ଫିଲ୍ମର କାହାଣୀ, ନିର୍ମାତା, ନିର୍ଦ୍ଦେଶକ, ଲେଖକ ଭିନ୍ନ ଥିବା ସତ୍ତ୍ୱେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଥାଏ। ଏପରିକି ତାଙ୍କ ପ୍ରେମ କାହାଣୀ ଅଧା ରହି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟିଂ ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri