କମୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୯୩୮ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା କମି ୭୦ ତଳେ ରହିଛି। ଏହା ୬୭ରେ ପହଞ୍ଚିିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୩୦ ହଜାର ତଳେ ରହିଛି। ଏହା ୨୨ ହଜାର ୪୨୭ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୫୩୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୬୭୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୧୪ ହଜାର ୬୮୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୭୫ ହଜାର ୫୮୮ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୭୦୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମ୍‌ରେ ୧୯୧ଜଣ, ମହାରାଷ୍ଟ୍ରରେ ୧୪୯ଜଣ ଏବଂ ଦିଲ୍ଲୀରେ ୧୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୨ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୨୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୮ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜନଅଭିଯାଗ ଶୁଣାଣି: ପ୍ରଚଣ୍ଡ ଖରାକୁ ଖାତିର ନ କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଶତାଧିକ ଲୋକ

ଦାରିଙ୍ଗବାଡ଼ି,୨୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏସ୍‌ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri