ସକ୍ରିୟ ମାମଲା ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୦ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୧ ଶହ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ପୁଣି ୬ ହଜାର ତଳେ ରହିଛି। ଏହା ୫,୫୫୨ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା କମି ୪୮ହଜାର ୮୫୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୬ ହଜାର ୩୨୨ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୩୯ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୯୦ ହଜାର ୨୮୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୧୩ ହଜାର ୨୯୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହ ନା ରହିଛି ଯୁଦ୍ଧର ସ୍ଥିତି ନା ରହିଛି ଶାନ୍ତିର ସ୍ଥିତିି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଉତ୍ତର ସୀମାରେ ଲାଗି ରହିଥିବା ଉତ୍ତେଜନା କମିବାର ନାଁ ନେଉନି । ଏହାକୁ...

ଫାଟିଲା ସ୍ମାର୍ଟ ଟିଭି: ଜଣେ ମୃତ, ୪ ଆହତ

ଗାଜିଆବାଦ,୬।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲଇଡି ସ୍ମାର୍ଟ ଟିଭିରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ଚାରି...

ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍‌: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍‌ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଥିବା ରାଜ୍ୟ...

ତୋଗଲକାବାଦ୍‌ ହିଂସା: ଭୀମ ସେନା ମୁଖ୍ୟଙ୍କ ସମେତ ୯୧ ଗିରଫ

ନୂଆଦିଲ୍ଲୀ, ୨୨।୮: ତୋଗଲକାବାଦ୍‌ ହିଂସାରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପୃକ୍ତ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଓରଫ୍‌...

ଖାଦ୍ୟ ନଷ୍ଟ ନ କରିବା ପାଇଁ ଖାଇବା ଥାଳିରେ ଲେଖା ଯାଉଛି ସଚେତନତା ବାର୍ତ୍ତା

ଜୟପୁର,୧୫।୭: ଖାଦ୍ୟ ନଷ୍ଟ ନ କରିବା ପାଇଁ ରାଜସ୍ଥାନରେ ଏକ ନିଆରା ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏନେଇ ଯୋଧପୁରର ମାହେଶ୍ୱରୀ ଏବଂ ଘାଞ୍ଚି...

କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ...

ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ଦେଉଛି ପ୍ରେରଣା: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ...

Advertisement
Archives

Model This Week