Posted inଜାତୀୟ

ସକ୍ରିୟ ମାମଲା ୪୧ ହଜାରରୁ କମ…

ନୂଆଦିଲ୍ଲୀ, ୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୧ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୪ ହଜାର ତଳେ ରହିଛି। ଏହା କମି ୩,୬୦୭ ରହିଛି। ଗୋଟିଏ ଦିନ ତଳେ ଏହା ୩,୨୦୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪ ରହିଛି। ଗୋଟିଏ ଦିନ ତଳେ ଏହା ୧୦ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୦ ହଜାର ୯୭୯ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୨ ହଜାର ୩୫୮ ଥିଲା। ସେହିପରି ୨୪ ଘଣ୍ଟାରେ ୪ ହଜାର ୪୭୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪ ହଜାର ୨୫୫ ଥିଲା। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୨ ଶହ ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୫୮୪ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୭୯ ହଜାର ୮୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୯ ହଜାର ୫୨୫ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ…

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

୩ ମନ୍ତ୍ରୀଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର…

ନିଯୁକ୍ତି ନିୟମରେ ଆସିପାରେ ସଂସ୍କାର: ୪ ବିଭାଗଠାରୁ ଲୋଡ଼ାଗଲା ମତାମତ

ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri