‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ’

ପୁରୀ, ୬।୬(ଅଜିତ୍‌ କୁମାର ମହାନ୍ତି): ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଅନେକ ନେତା ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଡ. ସମ୍ବିତ ପାତ୍ର ବିଜୟୀ ହେବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହୋଇଛି, ସେଥିପାଇଁ ମହାପ୍ରଭୁଙ୍କୁ ପ୍ରଣିପାତ ଜଣାଉଛି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ବିକାଶ ହେବ। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଚାବି କିପରି ମିଳିବ ସେଥିଲାଗି ପଦକ୍ଷେପ ନିଆଯିବ। ସେହିପରି ସତ୍ୟବାଦୀ ବିଧାନସଭା ଆସନରେ ବିଜୟ ହାସଲ କରିଥିବା ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ସେ କହିଛନ୍ତି, ସ୍ବାଭିମାନୀ ସତ୍ୟବାଦୀବାସୀଙ୍କ ବିଜୟ ହୋଇଛି। ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ରହିଛି। କେନ୍ଦ୍ର ସରକାରଙ୍କ କେତେକ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନ ଥିଲା। ମାତ୍ର ଏବେ ଦେଶ ଓ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାର ହେବାକୁ ଯାଉଛି। ଫଳରେ ରାଜ୍ୟର ବିକାଶ ହେବା ସହ ସତ୍ୟବାଦୀ ମାଟିର ସମସ୍ୟା ଦୂର ହୋଇପାରିବ। ସତ୍ୟବାଦୀର ଲୋକେ ମୋତେ ଦୃଦୟ ଖୋଲି ଭୋଟ ଦେଇ ବିଜୟୀ କରିଛନ୍ତି। ତେଣୁ ଆସନ୍ତା ୫ ବର୍ଷ ଏହି ମାଟି ପାଇଁ କାର୍ଯ୍ୟ କରିବି ବୋଲି ଓମ୍‌ ପ୍ରକାଶ କହିଛନ୍ତି। ସେହିପରି ଧାମନଗର ବିଧାନସଭା ଆସନରୁ ଜିତିଥିବା ଭାଜପାର ସୂରଜ ସୂର୍ଯ୍ୟବଂଶୀ ତାଙ୍କର କେତେଜଣ ସମର୍ଥକଙ୍କ ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ପରେ ସେ କହିଛନ୍ତି, ନିର୍ବାଚନରେ ବିଜୟୀ ହେବା ନେଇ ମହାପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ଓ ଆସ୍ଥା ରହିଥିଲା। ଓଡ଼ିଶାରେ ଯେପରି ଅଣଓଡ଼ିଆ ଶକ୍ତି ତା’ର ଶକ୍ତି ବିସ୍ତାର କରିଥିଲା, ତା’ କବଳରୁ ଓଡ଼ିଶାବାସୀଙ୍କୁ ମହାପ୍ରଭୁ ମୁକ୍ତ କରିପାରିଛନ୍ତି। ମହାପ୍ରଭୁଙ୍କ ନିକଟରେ ସମର୍ପିତ ହେଲୁ। ଆଗାମୀ ଦିନ ପାଇଁ ଆଶୀର୍ବାଦ ନେଲୁ। ଲୋକଙ୍କୁ ଦେଇଥିବା କଥା ଯେପରି ରଖିପାରିବୁ ସେ ନେଇ ମହାପ୍ରଭୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିଲୁ। ଏହି ଜନାଦେଶର ମୁଖ୍ୟ ନାୟକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କେନ୍ଦ୍ରୀୟ ସଂସଦୀୟ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri