ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି। ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି, ଯାହା ଅତ୍ୟନ୍ତ ବୀଭତ୍ସ। କେଉଁଠି ଏକତରଫା ପ୍ରେମ ପାଇଁ ଯୁବତୀଙ୍କ ମୁହଁରେ ଏସିଡ୍‌ ପକାଗଲାଣି ତ ଅନ୍ୟ କେଉଁଠି ପ୍ରତିଶୋଧ ନେବା ପାଇଁ। ପ୍ରତିଦିନ ଏଭଳି ଘଟଣା ସମ୍ପର୍କରେ ଖବରକାଗଜରେ ପଢ଼ିବାକୁ ମିଳୁଛି। ଏସିଡ୍‌ ଆଟାକକୁ ନେଇ ଦେଶରେ କଡ଼ା ନିୟମ ରହିଛି। ହେଲେ ଏହି ନିୟମର ପ୍ରଭାବ କମ୍‌ ପଡ଼ୁଥିବା ବିଭିନ୍ନ ସମୀକ୍ଷାରୁ ଜଣାପଡ଼ୁଛି। ଦେଶରେ ପ୍ରତି ସମୟରେ ଏହି ଅପରାଧ ବଢ଼ିବାରେ ଲାଗିଛି। ଏକ ସର୍ଭେ ଅନୁସାରେ ୨୦୧୪ରେ ୨୦୩, ୨୦୧୫ରେ ୨୨୨, ୨୦୧୬ରେ ୨୩୮, ୨୦୧୭ରେ ୨୫୨, ୨୦୧୮ରେ ୨୨୮ଟି ଏସିଡ୍‌ ଆଟାକ୍‌ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ସେହିଭଳି ୨୦୧୯ରେ ପାଖାପାଖି ୨୪୯ ଓ ୨୦୨୦ରେ ୧୮୨ଟି ମାମଲା ରୁଜୁ ହୋଇଛି। ଏହି ତଥ୍ୟରୁ ଜଣାପଡ଼େ ଦେଶରେ ଏସିଡ୍‌ ଆଟାକର ମାମଲା କମିବା ବଦଳରେ ବଢ଼ି ଚାଲିିଛି। କୌଣସି ଆଇନ କିମ୍ବା ଦଣ୍ଡର ଡର ଏମାନଙ୍କୁ ଏଭଳି ଅପରାଧ କରିବାରୁ ରୋକିପାରୁନାହିଁ। ଏଭଳି ଅପରାଧ ଦେଶର ସବୁ ରାଜ୍ୟରେ ହେଉଥିବାବେଳେ ସବୁଠାରୁ ଅଧିକ ମାମଲା କୋଲକାତାରେ ଦେଖିବାକୁ ମିଳିଛି। ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, କୋଲକାତାରେ ପାଖାପାଖି ୩୦ଟି ଏସିଡ୍‌ ଆଟାକ ମାମଲା ସାମ୍ନାକୁ ଆସିଥିଲା। ସେହିଭଳି ଉତ୍ତରପ୍ରଦେଶରେ ୧୮ଟି ମାମଲା ସହ ଦ୍ୱିତୀୟରେ, ୮ଟି ମାମଲା ସହିତ ଦିଲ୍ଲୀ ତୃତୀୟରେ, ସାତୋଟି ମାମଲା ସହ ଆସାମ ଚତୁର୍ଥରେ ରହିଛି। ତେବେ ଏହି ସମସ୍ତ ମାମଲାକୁ ତର୍ଜମା କଲେ ଜଣାପଡ଼େ ଯେ, ଦେଶରେ ଏସିଡ୍‌ ଆଟାକ୍‌କୁ ନେଇ ଥିବା ନିୟମରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହାକୁ ଆହୁରି କଡ଼ାକଡ଼ି କରାଯିବା ଦରକାର।
ଏସିଡ୍‌ ଆଟାକ୍‌ ମାମଲା ବଢ଼ିବାରୁ ଦୀର୍ଘ ୯ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଏସିଡ୍‌ କିଣାବିକାକୁ ନେଇ କିଛିଟା ନିୟମ କରିଥିଲେ। ହେଲେ ବିଭିନ୍ନ ସମୟରେ ଏହି ନିୟମର ପାଳନ ହୋଇ ନଥିବା ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ଏଥିରୁ ଅନେକ ନିୟମ କେବଳ କାଗଜକଲମରେ ରହିଛି। ତେବେ ନିୟମ ଅନୁସାରେ ୧୮ବର୍ଷରୁ କମ୍‌ ବ୍ୟକ୍ତିଙ୍କୁ ଏସିଡ୍‌ କିଣିବା ପାଇଁ ଅନୁମତି ନାହିଁ। ସେହିଭଳି ଦୋକାନୀ ଯେଉଁମାନେ ଏସିଡ୍‌ ବିକିବେ ସେମାନେ ଗ୍ରାହକଙ୍କର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଜରୁରୀ। ଏହି ତଥ୍ୟରେ ଗ୍ରାହକଙ୍କର ଠିକଣା ରହିବା ଉଚିତ। ସେହିଭଳି ଦୋକାନୀଙ୍କ ପାଖରେ କେତେ ପରିମାଣର ଏସିଡ୍‌ ବିକ୍ରି ପାଇଁ ରହିଛି, ସେ ନେଇ ପ୍ରଶାସନ ପାଖରେ ସୂଚନା ରହିବା ଆବଶ୍ୟକ। ହସ୍ପିଟାଲ, ବିଭିନ୍ନ ଲ୍ୟାବ୍‌, ଶିକ୍ଷାନୁଷ୍ଠାନ ଆଦିରେ ଯେଉଁଠି ଏସିଡ୍‌ର ବ୍ୟବହାର ହେଉଛି, ତାହାର ଲିଖିତ ତଥ୍ୟ ରଖିବାକୁ ନିୟମ ରହିଛି। ହେଲେ ବିଭିନ୍ନ ସମୟରେ ଏହି ନିୟମ ପାଳନ ହେଉ ନ ଥିବାର ଦେଖିବାକୁ ମିଳୁଛି। ବଜାରରେ ଯିଏ ଚାହୁଁଛି ସିଏ ଏସିଡ୍‌ କିଣିପାରୁଥିବାବେଳେ ଏହାର କୌଣସି ହିସାବ ଦୋକାନୀଙ୍କ ପାଖରେ ରହୁନାହିଁ। ସେହିଭଳି ଏହି ଗ୍ରାହକଙ୍କର କୌଣସି ତଥ୍ୟ ଦୋକାନୀ ରଖୁ ନ ଥିବା ଜଣାପଡ଼ିଛି। ଯାହାଫଳରେ ଯେତେବେଳେ ବି କୌଣସି ଅପରାଧ ଘଟୁଛି ପୋଲିସ ଅପରାଧୀ ବିଷୟରେ ସନ୍ଧାନ ପାଇବାରେ ହଇରାଣ ହେଉଛି।
ବର୍ତ୍ତମାନ ଯେକୌଣସି ଅପରାଧ ହେଉ ଏହାକୁ ନେଇ ଅନେକ କଡ଼ା ନିୟମ ପ୍ରସ୍ତୁତ କରାଯାଉଛି। ଏହି ନିୟମ ଅପରାଧକୁ ରୋକିବାକୁ ତିଆରି କରାଯାଉଛି। ତେବେ ଏସିଡ୍‌ ଆଟାକ୍‌କୁ ନେଇ ପୂର୍ବରୁ କୌଣସି ଅଲଗା ନିୟମ ଏଥିପାଇଁ ନ ଥିଲା। ଏହି ମାମଲା ୩୨୬ ଅଧୀନରେ ରେଜିଷ୍ଟ୍ରି ହେଉଥିଲା। ଏହି ଧାରା ଅଧୀନରେ ଅପରାଧୀ ଉପରେ ଗମ୍ଭୀର ଭାବେ ଆହତ କରିବାର ମାମଲା ଲାଗୁଥିଲା। ହେଲେ ପରେ ଏଥିରେ ୩୨୬ ଏ ଓ ବି ଯୋଡ଼ା ଯାଇଥିଲା। ଯେଉଁ ଧାରା ଅଧୀନରେ ଏହାକୁ ଜାମିନ ରହିତ ଅପରାଧ ଭାବେ ଗଣାଯାଇଥିଲା। ଏହି ଅପରାଧ ଜଘନ୍ୟ ହୋଇଥିଲେ ଆଜୀବନ କାରାଦଣ୍ଡର ବିଧାନ ରହିଛି। ସେହିଭଳି ଅପରାଧୀଠାରୁ ଫାଇନ ଆଦାୟ କରି ପୀଡ଼ିତାଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି।

ଗଙ୍ଗାଧର ସାମଲ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୪୩୭୨୨୬୬୪୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri