ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ ଅତିବାହିତ କରିବାକୁ ହେଉଥିଲା। ଗୁରୁକୁଳରେ ଶିଷ୍ୟର ଶାରୀରିକ, ମାନସିକ ଓ ଆଧ୍ୟାମତ୍ିକ ଉନ୍ମେଷ ସାଧିତହୋଇ ସେ ଏକ ପୂର୍ଣ୍ଣାଙ୍ଗ ମଣିଷରେ ପରିଣତ ହେଉଥିଲା ଏବଂ ସକଳ ଯୋଗ୍ୟତାର ଅଧିକାରୀ ହୋଇ ସଂସାର କ୍ଷେତ୍ରରେ ପ୍ରବେଶ କରିବାର ପ୍ରମାଣପତ୍ର ହାସଲ କରୁଥିଲା। ସ୍ଥଳବିଶେଷରେ ଗୁରୁଙ୍କ ଦ୍ୱାରା ମନୋନୀତ କନ୍ୟାକୁ ସେ ବିବାହ କରୁଥିଲା। ଏହିଠାରୁ ଶିଷ୍ୟର ଗୃହସ୍ଥାଶ୍ରମର ପ୍ରବନ୍ଧ ରଚିତ ହେଉଥିଲା। ଗୃହସ୍ଥାଶ୍ରମରେ ସ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏ ସମ୍ବନ୍ଧରେ ଏକ ଉଦାହରଣ ପ୍ରଣିଧାନଯୋଗ୍ୟ। ଦକ୍ଷିଣ ଭାରତର ଜଣେ ମହାନ୍‌ ସନ୍ଥ ହେଲେ ତିରୁଭଲ୍ଲୁଭର। ସେ ଜଣେ ଏକନିଷ୍ଠ ଈଶ୍ୱର ଉପାସକ ଓ ଜଣେ ଆଧ୍ୟାମିତ୍କ କବି। ଜାତିରେ ବୁଣାକାର। ସବୁ କାର୍ଯ୍ୟରେ ତାଙ୍କୁ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ପ୍ରଦାନ କରୁଥିଲେ ତାଙ୍କ ସ୍ତ୍ରୀ ବାସୁକୀ। ଏକଦା ଜଣେ ସନ୍ନ୍ୟାସୀ ସନ୍ଥଙ୍କୁ ଦେଖିବା ପାଇଁ ତାଙ୍କ ଘରେ ପହଞ୍ଚିଲେ। ସନ୍ନ୍ୟାସୀ ଦେଖିଲେ, ସନ୍ଥଙ୍କ ନିକଟରେ ଜଣେ ନାରୀ ଉପବେଶନ କରିଛନ୍ତି। ସନ୍ନ୍ୟାସୀ କହିଲେ, ”ସ୍ତ୍ରୀ ହେଉଛି ଈଶ୍ୱର ଉପାସନାର ବାଧକ। ଆପଣ ତାଙ୍କୁ ବହିଷ୍କାର କରନ୍ତୁ। ନଚେତ୍‌ ଈଶ୍ୱରପ୍ରାପ୍ତିରେ ସଫଳ ହୋଇପାରିବେ ନାହିଁ।“ ସନ୍ନ୍ୟାସୀ ପଚାରିଲେ, ଜଣେ ଗୃହସ୍ଥର ଜୀବନ ଶ୍ରେଷ୍ଠ ନା ଜଣେ ସନ୍ନ୍ୟାସୀର ? ତିରୁଭଲ୍ଲୁଭର ଉତ୍ତର ଦେଲେ, ”ମୁଁ ଗୃହସ୍ଥ। ସ୍ତ୍ରୀ ମୋର ସମସ୍ତ କର୍ମରେ ମୋତେ ପୂର୍ଣ୍ଣ ସହଯୋଗ କରନ୍ତି। ସେ ହେଉଛନ୍ତି ମୋର ଭକ୍ତିମାର୍ଗ ଓ କବିତା ରଚନାର ପ୍ରେରଣା। ଗୃହସ୍ଥ କର୍ମ ଓ ଈଶ୍ୱର ଉପାସନାରେ ମୋର କେବେ କିଛି ଅସୁବିଧା ହୁଏନାହିଁ। ଈଶ୍ୱର ମଧ୍ୟ କେବେ ଅସନ୍ତୁଷ୍ଟ ହେବାର ମୁଁ ଅନୁଭବ କରିନାହିଁ।“ ସନ୍ନ୍ୟାସୀ ମଧ୍ୟ ବାସୁକୀଙ୍କ କର୍ତ୍ତବ୍ୟ ପରାୟଣତା ସ୍ବଚକ୍ଷୁରେ ଦେଖି କହିଲେ, ”ଧନ୍ୟ ତୁମ ସାଧନା ଓ ଶତଧନ୍ୟ ତୁମ ଗୃହସ୍ଥ ଜୀବନ। ସ୍ତ୍ରୀ ଯଦି ବାସୁକୀଙ୍କ ପରି ହୋଇଥିବ, ତେବେ ଗୃହସ୍ଥାଶ୍ରମ ନିଃସନ୍ଦେହରେ ଶ୍ରେଷ୍ଠ ଧର୍ମ।“
ବିବାହ ବନ୍ଧନରେ ଆବଦ୍ଧହୋଇ ଗୃହସ୍ଥାଶ୍ରମରେ ପ୍ରବେଶ କରିବାକୁ ହେଲେ ସ୍ବାମୀସ୍ତ୍ରୀ ଉଭୟଙ୍କୁ ଚାରିତ୍ରିକ ଓ ମାନସିକ ଶୁଦ୍ଧୀକରଣର ଆବଶ୍ୟକତା ଅଛି । ରାମକୃଷ୍ଣ ପରମହଂସ କହିଛନ୍ତି, ”ପକ୍ୱ ପଣସଟିଏ ଭାଙ୍ଗି ଖାଇବାକୁ ହେଲେ ହାତରେ ଓ ଓଠରେ ତେଲ ମାଖିବାକୁ ହୁଏ। ଫଳରେ ପଣସର ଅଠା ଦାଉରୁ ରକ୍ଷା ମିଳିଥାଏ।“ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ବ୍ୟକ୍ତି ଉତ୍ତମ ଚରିତ୍ରବାନ୍‌ ହୋଇ ଜ୍ଞାନ ତପସ୍ୟା ସହ ଈଶ୍ୱରାନୁରାଗୀ ହେବା ପ୍ରୟୋଜନ। ବିବାହୋତ୍ତର ଜୀବନରେ ପ୍ରତ୍ୟେକ ଗୃହସ୍ଥ ପ୍ରତ୍ୟହ ପାଞ୍ଚଟି ଯଜ୍ଞ (ସାକ୍ରିଫାଇସ୍‌) ଆଚରଣ କରିବାକୁ ହେବ। ସେଗୁଡିକ ହେଲା – ବ୍ରହ୍ମଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ନୃଯଜ୍ଞ ଓ ଭୂତଯଜ୍ଞ। ବ୍ରହ୍ମଯଜ୍ଞର ଅର୍ଥ ହେଲା ଜ୍ଞାନ ଓ ବୁଦ୍ଧିର ବିକାଶ। ଆଧ୍ୟାମତ୍କ ବିକାଶ ସାଧିତ ହେଲେ ବ୍ରହ୍ମ ସନ୍ତୁଷ୍ଟ ହୁଅନ୍ତି। ପଠନ, ପାଠନଦ୍ୱାରା ଜ୍ଞାନର ବିକାଶ ସମ୍ଭବ। ସକଳ ପ୍ରାଣୀ ମଧ୍ୟରେ ଥିବା ଜୀବାତ୍ମା ସେହି ଏକ ଓ ଅବିଚ୍ଛେଦ୍ୟ ବ୍ରହ୍ମର ଅଂଶ ସ୍ବରୂପ। ତେଣୁ ନିଜ ପ୍ରତି ଅରୁଚିକର ଆଚରଣକୁ ଅନ୍ୟ ପ୍ରତି ପ୍ରୟୋଗ କରିବା ଅସମୀଚୀନ – ଏହାହିଁ ବ୍ରହ୍ମଯଜ୍ଞର ମୂଳଭିତ୍ତି। ଦ୍ୱିତୀୟତଃ ଦେବଯଜ୍ଞ। ଦେବଯଜ୍ଞ ମାଧ୍ୟମରେ ଆମ ଅଭ୍ୟନ୍ତରରେ ଥିବା ଦେବଶକ୍ତିକୁ ଆପ୍ୟାୟିତ କରିବାର ଆବଶ୍ୟକତା ଅଛି। ଯେ ଅଖିଳ ବ୍ରହ୍ମାଣ୍ଡର ପତି, ସେ ହିଁ, ମୋ ଜୀବନ ସ୍ବାମୀ। ନିଷ୍ଠାପର ଭାବନା, ଶୁଦ୍ଧ ଚେତନା ଓ ବିଶ୍ୱକର୍ତ୍ତାଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଦେବଯଜ୍ଞର ଭିତ୍ତିଭୂମି। ଭକ୍ତିପୂତ ଭାବେ ଈଶ୍ୱରାଧନା, ଯଜନ, ଯାଜନ, ଦାନ, ପ୍ରତିଗ୍ରହଣ, ଅଧ୍ୟୟନ ଓ ଅଧ୍ୟାପନା ମାଧ୍ୟମରେ ଦେବସନ୍ତୁଷ୍ଟି ହିଁ ଦେବଯଜ୍ଞର ବିଶେଷତ୍ୱ।
ତୃତୀୟତଃ ପିତୃଯଜ୍ଞ – ଯାହା ସବୁ ଯଜ୍ଞଠାରୁ ପୃଥକ୍‌। ଏହାଦ୍ୱାରା ଉଭୟ ଜୀବିତ ଓ ମୃତକଙ୍କୁ ଆପ୍ୟାୟିତ କରାଯାଇ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ କରାଯାଇପାରେ। ଗୃହସ୍ଥ ଦମ୍ପତି ଅକୁଣ୍ଠିତ ଚିତ୍ତରେ ମାତାପିତାଙ୍କୁ ସେବାପ୍ରଦାନ କରିବା ଉଚିତ। ଏଥିପାଇଁ କୌଣସି ସେବିକା ସେବକ ନିଯୁକ୍ତିକୁ ଶାସ୍ତ୍ରତଃ ବାରଣ କରାଯାଇଛି। ସେବାଯଜ୍ଞର ଫଳ କେବଳ ସେବା ନିର୍ବାହୀଙ୍କୁ ହିଁ ପ୍ରାପ୍ତହୁଏ। ପରିବାରର ସ୍ବର୍ଗବାସୀ ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହ ନୈବେଦ୍ୟ ଅର୍ପଣ କରାଯାଏ, ଯାହାର ଅନ୍ୟନାମ ଶ୍ରାଦ୍ଧ। ବାର୍ଷିକ ଶ୍ରାଦ୍ଧ ଓ ପ୍ରତ୍ୟହ ଜଳ ତର୍ପଣ ପିତୃପୁରୁଷଙ୍କ ନିମିତ୍ତ ଗୃହସ୍ଥର ଶ୍ରେଷ୍ଠ ଧର୍ମ।
ଚତୁର୍ଥରେ ‘ନୃ’ଯଜ୍ଞ। ‘ନୃ’ ଶବ୍ଦର ଅର୍ଥ ନର। ସୁତରାଂ ପ୍ରତ୍ୟେକ ଗୃହସ୍ଥର ଅନ୍ୟତମ ଧର୍ମ ହେଲା ମାନବ ସେବା। ‘ସର୍ଭିସ୍‌ ଟୁ ମ୍ୟାନ୍‌କାଇଣ୍ଡ ଇଜ୍‌ ସର୍ଭିସ୍‌ ଟୁ ଗଡ୍‌’ା ଅତିଥିସେବା, ବୁଭୁକ୍ଷୁଙ୍କୁ ଅନ୍ନଦାନ, ପୀଡ଼ିତର ସେବା ଶୁଶ୍ରୂଷା ଓ ପଥିଦାନ ଦ୍ୱାରା ଉଭୟ ଦାତା ଓ ଗ୍ରହୀତାଙ୍କର ମଙ୍ଗଳ ହୋଇଥାଏ। ଅତିଥିସେବା ଭାରତୀୟ ସଂସ୍କୃତିର ଏକ ମହାନ୍‌ ପରମ୍ପରା। ‘ଏ ଗେଷ୍ଟ ମେ ବି ଏ ସେଣ୍ଟ ଅର୍‌ ସିନର – ହି ମଷ୍ଟ ବି ୱେଲ୍‌କମ୍‌ଡ୍‌ ଓ୍ବିଦାଉଟ୍‌ କ୍ୱେଶ୍ଚିନ୍‌।’ ଅର୍ଥାତ୍‌ ସାଧୁ ଅସାଧୁ ନିର୍ବିଶେଷରେ ସମସ୍ତଙ୍କୁ ଆତିଥ୍ୟ ପ୍ରଦାନ କରାଯାଇ ତାଙ୍କର ସେବା କରାଯାଇପାରେ। କିନ୍ତୁ ଅତିଥିଠାରେ ଦୁର୍ଜନ ଲକ୍ଷଣ ପ୍ରକାଶିତ ହେଲେ ତାକୁ ଗୃହ ପ୍ରବେଶର ଅନୁମତି ନ ଦେଇ ସବିନୟ ବହିଷ୍କାର କରାଯିବାର ଆବଶ୍ୟକତା ଅଛି। ପଞ୍ଚମ ତଥା ଶେଷଯଜ୍ଞ ହେଲା ଭୂତଯଜ୍ଞ। ଭୂତଯଜ୍ଞର ଅର୍ଥ ହେଲା – ସଜୀବମାନଙ୍କର ସେବା। ପଶୁ, ପକ୍ଷୀ, ବୃକ୍ଷ, ଲତା, କୀଟପତଙ୍ଗଙ୍କୁ ଆଦର କରିବା ଗୃହସ୍ଥର ଅନ୍ୟତମ ଧର୍ମ। ‘ମଦାତ୍ମା ସର୍ବ ଭୁତାତ୍ମା’-ଅର୍ଥାତ୍‌ ମୋର ଆତ୍ମା ଓ ସର୍ବ ପ୍ରାଣୀଙ୍କ ମଧ୍ୟରେ ଥିବା ଆତ୍ମା ଏକ ଓ ଅଭିନ୍ନ। ଶ୍ୱାନାଦି ଇତର ପ୍ରାଣୀଙ୍କ ଦୁଃଖ କଷ୍ଟ ନିଜ ଦୁଃଖ କଷ୍ଟ ପରି ଅନୁଭବ କରିବା ଉଚିତ। ‘ଜୀବେଦୟା’ ସମସ୍ତ ଧର୍ମଶାସ୍ତ୍ରରେ ମହତ୍‌ବାଣୀ। ସନ୍ଥକବି ଭୀମ ଭୋଇଙ୍କ ଭାଷାରେ, ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସବୁ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ପ୍ରାଣୀ ସେବା ସହ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ମଧ୍ୟ ଭୂତଯଜ୍ଞର ଅନ୍ତର୍ଭୁକ୍ତ। ମାତା ସୀତାଙ୍କୁ ଲକ୍ଷ୍ମଣ ତମସା ନଦୀ ତୀରସ୍ଥ ବାଲ୍ମୀକି ଆଶ୍ରମ ସନ୍ନିକଟ କାନନରେ ଛାଡ଼ି ଆସିବା ପରେ ସୀତା ମୂଚ୍ଛିତ ହୋଇ ଭୂପତିତ ହେଲେ। ବାଲ୍ମୀକି ତାଙ୍କୁ ଉଦ୍ଧାରକରି ଆଶ୍ରମରେ ସ୍ଥାନ ଦେଲେ। ସୀତା ଅନ୍ତଃସତ୍ତ୍ୱା ଥିବା ଜାଣି ବାଲ୍ମୀକି ତାଙ୍କୁ ଆଶ୍ରମରେ ପାଳିତ ପଶୁ ଓ ପୁଷ୍ପବାଟିକାର ଯତ୍ନନେବାକୁ ପରାମର୍ଶ ଦେଲେ। ଏହାଦ୍ୱାରା ସୀତା ଭାବୀ ସନ୍ତାନଙ୍କର ଉପଯୁକ୍ତ ଯତ୍ନ ନେଇପାରିବେ। ଭକ୍ତକବିଙ୍କ ଭାଷାରେ -‘ନିରେଖିବା ଆଗରୁ ତନୟ ମୁଖ- ଲଭିବୁ ତନୟର ପାଳନ ସୁଖ।’
ସିଦ୍ଧଳ,ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri