ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ ଆହୁରି ବଢ଼ିଯାଇଛି। କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଯେଉଁ ଆବେଦନ କରିଥିଲେ ତାହାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ବଡ଼ ନିଷ୍ପତ୍ତି ପରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ଆହୁରି ଘନେଇବାରେ ଲାଗିଛି।

ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା CRLMC ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଏଥିସହ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ନିମ୍ନ ଅଦାଲତରେ ହାଜର ହେବା ପରେ ସେ ନିମ୍ନ ଅଦାଲତ ଏହା ପରେ ଜିଲା ଦୌରା ଜଜ କୋର୍ଟରେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ମସିହାରେ ପାରଳାଖେମୁଣ୍ଡି ଥାନାରେ ରୁଜୁ ହୋଇଥିବା ମାମଲାରେ ପ୍ରଥମେ ୩୦୨ ଏବଂ ୧୨୦-ବି ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ କ୍ରାଇମବ୍ରାଞ୍ଚ୍ ବିଦ୍ୟାଭାରତୀଙ୍କ ବିରୋଧରେ ୩୦୪-ଏ ଧାରାରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ପୋଲିସର ଚାର୍ଜସିଟ୍‌ରେ ୩୦୨ ଧାରା ନଥିବାରୁ ଅଭିଯୋଗକାରୀ ଅଭିରାମ ମହାପାତ୍ର ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ। ଏହା ଉପରେ ତଦନ୍ତ ପରେ SDJM କୋର୍ଟ ୧୨ ଏପ୍ରିଲ୍ ୨୦୨୩ରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୩୦୨/୧୨୦-ବି ଧାରାରେ କଗ୍ନିଜାନ୍ସ ନେଇଥିଲେ। ଯାହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଵିଦ୍ୟାଭାରତୀ। ଏହା ପୂର୍ବରୁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ପରେ ସେ ଗିରଫ ମଧ୍ୟ ହୋଇଥିଲେ। ତେବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ନିୟମିତ କୋର୍ଟରେ ହାଜର ହେବାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଆବେଦନ କରିଥିଲେ। ୨୦୨୧ ଜୁଲାଇ ୧୧ରେ ଘଟିଥିଲା ଏକ ଲୋମ ଟାଙ୍କୁରା ଘଟଣା। ପାରଳାଖେମୁଣ୍ଡିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ। ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହେଲା। ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା।ଏହି ମାମଲାରେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଗିରଫ ହୋଇସାରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri