Posted inଜାତୀୟ

କେବଳ ସୁଇସାଇଡ୍‌ ନୋଟ୍‌ରେ ନାମ ଥିଲେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବ ନାହିଁ…

ଚଣ୍ଡିଗଡ଼,୨୭।୨ : ସୁଇସାଇଡ୍‌ ନୋଟ୍‌ରେ ନାମ ଉଲ୍ଲେଖ କରିବା ଦ୍ୱାରା ଅଭିଯୁକ୍ତଙ୍କର ଦୋଷ ପ୍ରମାଣିତ ହୁଏ ନାହିଁ। ଅଭିଯୁକ୍ତଙ୍କ ସହ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଏବଂ ଏନେଇ ଉସୁକେଇ ଥିବାର ଘନିଷ୍ଠ ସମ୍ପର୍କ ରହିବା ଜରୁରୀ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ଆଇପିସିର ଧାରା ୩୦୬ ଅନୁଯାୟୀ ଆତ୍ମହତ୍ୟା କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ ଯୁକ୍ତିଯୁକ୍ତ ତଥ୍ୟ ରହିଥିବା ଆବଶ୍ୟକ।

ଏକ୍ଷେତ୍ରରେ କେବଳ ଅଭିଯୁକ୍ତଙ୍କ ନାମରେ ଏକ ସୁଇସାଇଡ୍‌ ନୋଟ୍‌ ଯଥେଷ୍ଟ ପ୍ରମାଣ ସାବ୍ୟସ୍ତ ହେବ ନାହିଁ। ଜଷ୍ଟିସ ଜସଜିତ୍‌ ସିଂ ବେଦିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଆତ୍ମହତ୍ୟା କରିବା ଲାଗି ପ୍ରେରିତ କରିବାର ଏକ ଘନିଷ୍ଠ ଏବଂ ଜୀବନ୍ତ ଲିଙ୍କ ରହିବା ଆବଶ୍ୟକ। ଏହା ଦ୍ୱାରା ସ୍ଥିର ହୋଇଥାଏ ଯେ ଆତ୍ମହତ୍ୟା ଅପରାଧର ଧାରା ୩୦୬ ଅନୁଯାୟୀ କରାଯାଇଛି।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ମେ ୨୦୧୯ରେ ଏକ ଏଫ୍‌ଆଇଆର୍‌ ରଦ୍ଦ ପାଇଁ ଆବେଦନ ଦାଖଲ କରାଯାଇଥିଲା। ଆଇପିସିର ଧାରା ୩୦୬ ଏବଂ ୩୪ ଏବଂ ୧୭୩-୮ ସିଆର୍‌ପିସି ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ତେବେ ଏହାର ବିଚାର କରି ହାଇକୋର୍ଟ ସୁଇସାଇଡ୍‌ ନୋଟ୍‌ରେ ନାମ ଥିବା ଏକ ଶକ୍ତ ପ୍ରମାଣ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି...

‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ...

ଜେଏନ୍‌ୟୁରେ ଆମିଷ ଖାଇବାକୁ ଛାତ୍ରଙ୍କୁ ବାରଣ

ନୂଆଦିଲ୍ଲୀ,୧୧ ।୪: ଜେଏନ୍‌ୟୁରେ ଆମିଷ ଖାଇବାକୁ ନେଇ ବିବାଦ ଉପୁଜିଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଦିଲ୍ଲୀ ପାଲିସର ସୂଚନା...

୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା, ୬ ଜଣଙ୍କୁ ଦଣ୍ଡାଦେଶ…

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ। ଏହି ଧାରରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ପରେ ଏବେ ଚର୍ଚ୍ଚା ଆରମ୍ଭ...

ଇଭିଏମ୍‌ରେ ମମତାଙ୍କ ଭାଗ୍ୟ ସିଲ୍‌

କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା...

ଖୋଲିଲା କରତାରପୁର କରିଡର

ନୂଆଦିଲ୍ଲୀ,୧୮ ।୧୧: ଦୀର୍ଘ ପ୍ରାୟ ୨୦ ମାସ ପରେ ଖୋଲିଛି କରତାରପୁର କରିଡର । ପ୍ରଥମଥର ପାଇଁ ୨୮ ଜଣ ଭାରତୀୟ ଶିଖ ବୁଧବାର ଭିଜା...

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ...

୧୫୦ ଜିଲାରେ ଜାରି ହେବ ଲକ୍‌ଡାଉନ୍‌: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପ୍ରସ୍ତାବ…

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ୧୫୦ଟି ଜିଲାରେ ଲକ୍‌ଡାଉନ୍‌...

Advertisement
Archives

Model This Week