Posted inଫୁରସତ

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଶାହଜାହାନ ନିଜର ଅତି ପ୍ରିୟ ରାଣୀ ମମତାଜଙ୍କ ସ୍ମୃତିରେ ପ୍ରେମର ସ୍ମାରକୀଭାବେ ପରିଚିତ ତାଜମହଲକୁ ନିର୍ମାଣ କରିଥିଲେ। ଏହାକୁ ଦେଖିଲେ ଅନୁଭବ ହୁଏ ସତରେ ଶାହଜାହାନ ମମତାଜଙ୍କୁ କେତେ ଭଲ ପାଉଥିଲେ। ହେଲେ ଆଜିର ଯୁଗରେ କିଏ କ’ଣ କାହାକୁ ଏତେ ଭଲ ପାଇପାରେ ବୋଲି ମଧ୍ୟ ମନରେ ପ୍ରଶ୍ନ ଉଠେ। ତେବେ ମଧ୍ୟପ୍ରଦେଶର ବୁରହାନପୁରରେ ଦେଖିବାକୁ ମିଳିଛନ୍ତି ଆଉ ଜଣେ ଶାହଜାହାନ ଓ ମମତାଜ। ତେବେ ଏଇ ଶାହଜାହାନ ପତ୍ନୀଙ୍କ ମୃତ୍ୟୁ ପରେ ନୁହେଁ ବରଂ ଜୀବିତ ଅବସ୍ଥାରେ ହିଁ ତିଆରି କରିଛନ୍ତି ଏକ ତାଜମହଲ। ବ୍ୟକ୍ତିଜଣକ ହେଉଛନ୍ତି ଆନନ୍ଦ ଚୌକସେ। ସେ ନିଜ ସ୍ତ୍ରୀଙ୍କୁ ଏତେ ଭଲ ପାଆନ୍ତି ଯେ, ତାଜମହଲ ପରି ଏକ ଘର ତିଆରି କରି ସ୍ତ୍ରୀଙ୍କୁ ଉପହାରସ୍ବରୂପ ପ୍ରଦାନ କରିଛନ୍ତି। ଏଇ ଘର ଭିତରର କାରୁକାର୍ଯ୍ୟ ପାଇଁ ସେ ଇନ୍ଦୋର ଓ ପଶ୍ଚିମବଙ୍ଗରୁ କଳାକାରଙ୍କ ସାହାଯ୍ୟ ନେଇଥିଲେ। ସତ ସତିକା ତାଜମହଲ ପରି ଦେଖାଯାଉଥିବା ଏଇ ଘରେ ୪ଟି ବେଡରୁମ୍‌(ଦୁଇଟି ତଳେ ଓ ଦୁଇଟି ଉପରେ), ଏକ କିଚେନ, ଏକ ଲାଇବ୍ରେରୀ ଓ ଏକ ମେଡିଟେସନ୍‌ ରୁମ୍‌ ଅଛି। ୩ ବର୍ଷ ଲାଗିଥିଲା ଏହାକୁ ତିଆରି କରିବା ପାଇଁ। ତାଜମହଲ ପରି ଏଇ ଘରେ ବି ମୀନାର ଅଛି। ଘରର ଫ୍ଲୋରିଂ ରାଜସ୍ଥାନର ମକରାନା ଓ ଆସବାବପତ୍ର ମୁମ୍ବାଇର କାରିଗରଙ୍କ ଦ୍ୱାରା ତିଆରି କରାଯାଇଛି। ତା’ଛଡା ଘରର ବାହାର ଓ ଭିତରପଟେ ଏଭଳି ଲାଇଟ୍‌ ବ୍ୟବସ୍ଥା କରାଯାଇଛି ଯେ, ରାତିର ଅନ୍ଧାରରେ ବି ଏହା ସତସତିକା ତାଜମହଲ ପରି ଚମକୁଥିବା ପରି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?