ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ ବୋଲେର ମେକ୍ସ ପିକଅପ ଓଡି ୦୮ ଭି ୧୦୩୮ ଗାଡିର ଡ୍ରାଇଭର ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ନିଆଳି ଗ୍ରାମର ମନୁ ନାଗ (୧୯)ଙ୍କୁ ଗିରଫ କରି ଶନିବାର ସନ୍ଧ୍ୟାବେଳେ କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ I

ସୂଚନାନୁସାରେ ବଳଭଦ୍ର ଗ୍ରାମର ମକରନ୍ଦ ଚଣ୍ଡୀଙ୍କ ମଇଁଷି ବୁଧବାର ରାତିରେ ଗୁହାଳରେ ବନ୍ଧାଯାଇଥିଲା I ବିଳମ୍ୱିତ ରାତିରେ ମକରନ୍ଦ ଗୁହାଳରେ ମଇଁଷି ଥିବା ଦେଖିଥିଲେ I ଗୁରୁବାର ସକାଳୁ ଉଠି ଦେଖିଲାବେଳକୁ ଗୁହାଳରେ ମଇଁଷି ନଥିବା ବେଳେ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ I ମକରନ୍ଦ ଗ୍ରାମର କିଛି ବ୍ୟକ୍ତିଙ୍କୁ ନେଇ ଚୋରି ହୋଇଥିବା ମଇଁଷି ଖୋଜିବା ପାଇଁ ବାହାରିଥିଲେ I

ମଇଁଷି ମାଲିକ ସନ୍ଦେହରେ ଆନ୍ଧ୍ରକୁ ଚାଲାଣ ହେଉଥିବା ଭାବି ସେ ବଳଭଦ୍ରପୁର ଠାରୁ ରାୟଗଡା ଦେଇ ଆନ୍ଧ୍ରର ପାର୍ବତୀପୁରମ ରାସ୍ତାରେ ଯାଉଥିବା ବେଳେ ବାଟରେ ଖୋଜା ଖୋଜି କରି ଗୋଟିଏ ଜାଗାରେ ଚାହା ପିଇବାପାଇଁ ଅଟକିଥିଲେ ଏବଂ ସେହି ଜାଗାରେ ଏକ ବଲେର ମେକ୍ସ ପିକପ ଗାଡି ନମ୍ବର ଓଡି ୦୮ ଭି ୧୦୩୮ ଠିଆ ହୋଇଥିଲା ଏବଂ ସେଥିରେ ମଇଁଷି ତିନିଗୋଟି ଥିଲା ଏବଂ ସେଇ ମଇଁଷିକୁ ଦେଖିବାପରେ ତାଙ୍କର ବୋଲି ଜାଣିବାକୁ ପାଇଥିଲେ ମକରନ୍ଦ I

ମଇଁଷି ମାଲିକ ମକରନ୍ଦ ଏବଂ ଗ୍ରାମବାସୀ ମିଶି ଡ୍ରାଇଭରକୁ କାବୁ କରି ଗାଡି ଏବଂ ମଇଁଷି ସହିତ ଲାଞ୍ଜିଗଡ ଥାନାକୁ ଆଣି ହସ୍ତାନ୍ତର କରିଥିଲେ I ଜବତ ମଇଁଷିକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଗାଡି ସହିତ ମଇଁଷି ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲେ I

ଲାଞ୍ଜିଗଡ ଥାନା କେଶ ନଂ ୨୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଧାରା ୩୦୭/୩(୫) ଅନୁଯାୟୀ ଶନିବାର ସନ୍ଧ୍ୟାବେଳେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିବା ବେଳେ ଚୋରି ରାକେଟର ସାମିଲ ଅନ୍ୟ ଅପରାଧୀ ମାନଙ୍କୁ ଧରିବାପାଇଁ ଚେଷ୍ଟା କରୁଥିବା ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ପ୍ରକାଶ କରିଥିଲେI


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ…

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

ଗଜପତି ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ଭାଗବତ ସାମଲ କଲ୍ୟାଣ ରାଓ

ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍‌-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ…

ଲୋହରାଖଣ୍ଡି ନଦୀ ପାର ହେବା ବେଳେ ବୁଡ଼ିଯାଇ ଚାଲିଗଲା ଚାଷୀଙ୍କ ଜୀବନ, ଶୋକରେ…

ଭଞ୍ଜନଗର, ୧୦।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରୀବାଡ଼ି ଗ୍ରାମର ଜଣେ ଚାଷୀ ଲୋହରାଖଣ୍ଡି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ…

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri