ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ଚାରିଛକ ଫାଣ୍ଡି ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ବେଲପଡ଼ା ଗ୍ରାମର ମମତା ସାହୁଙ୍କ ଗୁରୁବାର ରାତିରେ ମୃତ୍ୟୁ ଘଟିଛି। ତେବେ ମମତାଙ୍କ ବାପଘର ଲୋକେ ଏହି କଥା ଜାଣିବା ପରେ ଝିଅକୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଶୁକ୍ରବାର ମୃତାଙ୍କ ବାପା ରଘୁନାଥ ନାୟକ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ଥାନା ଆଇଆଇସି ଶଙ୍କର୍ଷଣ ଦଳେଇ, ଏସ୍‌ଆଇ ପି.କେ.ଜୁଝାର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଡାକ୍ତରଖାନାକୁ ପଠାଇଛି। ଅଭିଯୋଗକ୍ରମେ ପୋଲିସ ମୃତାଙ୍କ ସ୍ବାମୀ, ଶାଶୁ, ନଣନ୍ଦ, ନଣଦେଇଙ୍କ ବିରୋଧରେ ଦଫା ନଂ. ୪୯୮(ଏ), ୨୯୪, ୩୦୨, ୫୦୬, ୩୪ରେ ଏକ ମାମଲା (ନଂ.୩୪୪/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ମୃତାଙ୍କ ସ୍ବାମୀ, ଦିଅରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିତ୍ବାବେଳେ ଅନ୍ୟମାନେ ଫେରାର ଅଛନ୍ତି। ପୁରୀରୁ ସାଇଣ୍ଟଫିକ ଅଫିସର ଏସ.ସରନ୍ୟା ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଚନ୍ଦନପୁର ଥାନା ଦୋଳଗୋବିନ୍ଦପୁରର ମମତାଙ୍କୁ ୧୦ବର୍ଷ ତଳେ ବେଲପଡ଼ାର ସୁକାନ୍ତ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ଅଧିକ ଯୌତୁକ ଆଣିବା ଦାବିରେ ମମତାଙ୍କୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ମୃତାଙ୍କ ବାପା ରଘୁନାଥ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ...

୯ ବର୍ଷରେ ଗଲାଣି ୩୩୧୫ ଜୀବନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦...

ଘରେ ପଶି କଲେଜ ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଉଦ୍ଧାର ପରେ ଏସ୍‌ସିବି ସ୍ଥାନାନ୍ତର

କଟକ ଅଫିସ,୨୫।୨: କଟକ ଜିଲା ମାନସିଂପାଟଣା ମସ୍ତରାମ ମଠ ଗଳିରେ ଥିବା ଏକ ଭଡ଼ାଘରେ ଜଣେ କଲେଜ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନ ଢ଼ାଳି...

ଜିଲାପାଳଙ୍କ ଅଫିସ ଆଗରେ ସାହାରା ଜମାକାରୀଙ୍କ ସତ୍ୟାଗ୍ରହ

ଛତ୍ରପୁର,୮।୨(ଡି.ଏନ.ଏ.): ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଧନର ରାଶି ତୁରନ୍ତ ଫେରସ୍ତ ଦାବିରେ ବୁଧବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣ...

ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା...

ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ

ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍‌ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର...

ଛତିଶଗଡ଼ ଫେରିଯିବାକୁ ଜିଲାପାଳଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ

ରାଜନଗର,୧୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍‌, ସଂଗଲାଲ୍‌...

Advertisement
Archives

Model This Week