ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୫।୬: ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ଜଣେ ୮ ମାସର ଗର୍ଭବତୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶନିବାର ଅନୁଗୋଳ ସଦର ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମର ଚିତ୍ତରଞ୍ଜନ ପରିଡାଙ୍କ ସ୍ତ୍ରୀ ସସ୍ମିତା ବେହେରା। ପୋଲିସ ସସ୍ମିତାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସସ୍ମିତାଙ୍କ ବାପା ରବିନାରାୟଣ ବେହେରାଙ୍କ ଅଭିଯୋଗ ଆଧାରରେ ନଂ. ୪୦୧/୨୨ରେ ମାମଲା ରୁଜୁ କରାଯାଇଛି। ତେବେ ଅଭିଯୋଗକୁ ସସ୍ମିତାଙ୍କ ଶାଶୁଘର ଲୋକେ ଖଣ୍ଡନ କରିଥିବାବେଳେ ଘଟଣାସ୍ଥଳରୁ ଏକ ଚିଠି ମିଳିଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।
ତାଳଚେର ବ୍ଲକ ସରେଇଲୋ ଗ୍ରାମର ରବି ନାରାୟଣ ଅଭିଯୋଗରେ ଦର୍ଶାଇଛନ୍ତି, ୨୦୨୦ ଜାନୁୟାରୀ ୨୪ରେ ଝିଅ ସସ୍ମିତାଙ୍କ ବାହାଘର ଅନୁଗୋଳ ବୁଢୀ ଠାକୁରାଣୀ ମନ୍ଦିରଠାରେ ହୋଇଥିଲା। ବାହାଘର ବେଳେ ଦାବି ମୁତାବକ ଯୌତୁକ ବାବଦକୁ ଟିଭି, ଫ୍ରିଜ, ସୁନା ଚେନ, ମୋଟରସାଇକେଲ ସମେତ ନଗଦ ୩୦ ହଜାର ଟଙ୍କା ଦିଆଯାଇଥିଲା। ହେଲେ ବାହାଘରର କିଛି ଦିନ ପରେ ଚିତ୍ତରଞ୍ଜନଙ୍କ ସମେତ ତାଙ୍କ ବାପା, ମା, ବଡଭାଇ, ଭାଉଜ ପ୍ରମୁଖ ମିଶି ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ। ବିଭିନ୍ନ ସମୟରେ ଝିଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଝିଅଙ୍କୁ ମାର୍‌ପିଟ ନ କରିବାକୁ ସେ ନେହୁରା ହୋଇଥିଲେ ମଧ୍ୟ ନିର୍ଯାତନା କମି ନ ଥିଲା। ଶନିବାର ସକାଳେ ଝିଅଙ୍କ ମୃତ୍ୟୁ ହୋଇଥିବା ଖବରପାଇ ସେ ବେନ୍ତପୁର ଆସିଥିଲେ। ମୃତଦେହରେ ଅନେକ କ୍ଷତ ଚିହ୍ନ ଥିବା ସହ ଏକ ଶାଢିରେ ଝୁଲୁଥିବା ଦେଖି ଝିଅଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରୁ ଏକ ଚିଠି ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି, ସସ୍ମିତା ସ୍ବାମୀଙ୍କ ସହ ପ୍ରାୟ ଝଗଡା କରନ୍ତି। ସକାଳୁ ଛାତ ଶିଡି ରେଲିଂରେ ସସ୍ମିତା ରଶି ଦେଉଥିବା ବାହାର ଲୋକେ ଦେଖି ଚିତ୍କାର କରିବାରୁ ଜାଣିଲୁ। ତୁରନ୍ତ ଉଦ୍ଧାର କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନ ଥିଲୁ ବୋଲି ଶାଶୁଘର ଲୋକେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଛେଣ୍ଡିପଦା,୧୩।୬(ଡି.ଏନ.ଏ.)- ଅନୁଗୋଳ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମ ନିକଟରେ ବୁଧବାର ଏକ ଟାଟା ମ୍ୟାଜିକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଚଳଚଞ୍ଚଳ କୁଲାଡ଼ ଅଞ୍ଚଳ

ବଅଁରପାଳ, ୩।୪(ଡି.ଏନ୍‌.ଏ.): ଦିନକ ପରେ ମା’ ମଙ୍ଗଳାଙ୍କ ବାର୍ଷିକ ଯାତ୍ରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ। ଅଞ୍ଚଳର...

ଫରେଷ୍ଟ ରେଞ୍ଜର୍ସ କଲେଜର ସମାବର୍ତ୍ତନ ସମାରୋହ ‘ଜଙ୍ଗଲ କ୍ଷେତ୍ରଫଳରେ ଚତୁର୍ଥ ସ୍ଥାନରେ ଓଡ଼ିଶା’

ଅନୁଗୋଳ ଅଫିସ, ୨୬।୯- ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ ଅନୁଗୋଳର ୧୬ତମ ସମାବର୍ତ୍ତନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଙ୍ଗଲ...

ବିଭିନ୍ନ ଦାବି ନେଇ ଖବରଦାତା ସମ୍ମିଳନୀ

ଅନୁଗୋଳ ଅଫିସ,୨୪।୧: ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲା ଗୋପବନ୍ଧୁ ପାର୍କ ପରିସରରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ...

ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ:ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବନ୍ତଳା, ୧୪।୧(ଡି.ଏନ.ଏ.) ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ତାଲା ପକାଇ ଆନ୍ଦୋଳନ କରାଯାଇଛି।...

୫୦ରୁ ଅଧିକ ଗାଁ ପାଉଁଶମୟ

କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ଠିକ୍‌ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ...

ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି...

୩୪ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ: ସୁଦୃଢ଼ ପାଇଁ ସହଯୋଗ କରିବ ସଂସ୍କୃତି ବିଭାଗ

ଅନୁଗୋଳ ଅଫିସ, ୧୦।୧୧ – ଅନୁଗୋଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୪ତମ ବୋଇତ ବନ୍ଦାଣ ମହୋତ୍ସବ ୨୦୧୯ ଶନିବାର ଉଦ୍‌ଘାଟିତ ହୋଇଯାଇଛି।...

Advertisement
Archives

Model This Week